ଦ୍ବିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀ ରାଜି ନହେବାରୁ ଭାଇରାଲ୍‌ କଲା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ

The Sakala Picture
Published On

କଳାହାଣ୍ଡି : ପ୍ରଥମ ସ୍ତ୍ରୀ ର ଅଶ୍ଲିଳ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ସ୍ବାମୀ ଗିରଫ। ଦ୍ବିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀ ସଂପର୍କ ରଖିବାକୁ ନଦେବାରୁ ବଦନାମ କରିବାକୁ ସ୍ବାମୀ ରଚିଥିଲା ଯୋଜନା। କେସିଙ୍ଗା ଥାନା ରେ ମାମଲା ରୁଜୁ ପରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁ ର ନେପାଳ ସନ୍ୟାସୀ । ଯୁବତୀଙ୍କ ନାଁ ରେ ଫେକ ଏକାଉଣ୍ଟ୍ ଖୋଲି ଯୁବତୀ ର ଅନ୍ତରଗ ମୁହୁର୍ତ୍ତ […]

କଳାହାଣ୍ଡି : ପ୍ରଥମ ସ୍ତ୍ରୀ ର ଅଶ୍ଲିଳ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ସ୍ବାମୀ ଗିରଫ। ଦ୍ବିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀ ସଂପର୍କ ରଖିବାକୁ ନଦେବାରୁ ବଦନାମ କରିବାକୁ ସ୍ବାମୀ ରଚିଥିଲା ଯୋଜନା। କେସିଙ୍ଗା ଥାନା ରେ ମାମଲା ରୁଜୁ ପରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁ ର ନେପାଳ ସନ୍ୟାସୀ । ଯୁବତୀଙ୍କ ନାଁ ରେ ଫେକ ଏକାଉଣ୍ଟ୍ ଖୋଲି ଯୁବତୀ ର ଅନ୍ତରଗ ମୁହୁର୍ତ୍ତ ର ଫଟୋ ଭାଇରାଲ କରିଛି ଅଭିଯୁକ୍ତ ସ୍ବାମୀ। ଅଭିଯୁକ୍ତଙ୍କୁ ତା ନିଜ ଗାଁ ରୁ ଉଠାଇ ଆଣିଛି କଳାହାଣ୍ଡି ପୁଲିସ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସୂଚନାଅନୁସାରେ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁର ଯୁବକ ନେପାଳ ସନ୍ୟାସ କେସିଙ୍ଗା ଥାନାଞ୍ଚଳର ଏକ ଗାଁକୁ ଯିବା ଆସିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । କିଛିଦନର ପ୍ରେମ ପରେ ଏକ ମନ୍ଦିରରେ ଗୋପନ ବିବାହ କରିଥିଲା। କିଛିଦିନ ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହିଲେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ମାସେ ତଳେ ଦ୍ବିତୀୟ ବିବାହ କରିଥିଲେ । ଦ୍ବିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀକୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ମାତ୍ର ଏଥିରେ ପ୍ରଥମ ସ୍ତ୍ରୀ ରାଜି ହୋଇନଥିଲେ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଏଥିରେ ରାଗିଯାଇ ନେପାଳ ସନ୍ୟାସୀ ପ୍ରଥମ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ଧମକ ଦେଇଥିଲା । ଏହାପରେ ନେପାଳ  ଯୁବତୀଙ୍କ ନାମରେ ଏକ ମିଥ୍ୟା ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ସବୁ ପୋଷ୍ଟ କରିଥିଲା । ଶେଷରେ ପ୍ରଥମ ସ୍ତ୍ରୀ ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ଯୁବକର ଗାଁ ତରଭା ଥାନା ଅନ୍ତର୍ଗତ ସାଲେପାଲିରୁ ଅଭିଯୁକ୍ତ ସନ୍ନାସୀକୁ ଉଠାଇ ଆଣିଥିଲେ । ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର