କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସ୍ୱୀକାର କଲେ ନିରଞ୍ଜନ, କ୍ରାଇମବ୍ରାଞ୍ଚ ଆଗରେ ବଖାଣିଲେ ସବୁ ଘଟଣା
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ସାରା ଚର୍ଚ୍ଚା ଲାଗିରହିଛି। କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଥିବା ବେଳେ ଆଜି ରିମାଣ୍ଡର ପଞ୍ଚମ ତଥା ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଆଜି ରିମାଣ୍ଡର ଶେଷ ଦିନରେ ସତ ମାନିଥିବା କ୍ରାଇମ୍ବ୍ରାଞ୍ଚ କହିଛି । […]
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ସାରା ଚର୍ଚ୍ଚା ଲାଗିରହିଛି। କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଥିବା ବେଳେ ଆଜି ରିମାଣ୍ଡର ପଞ୍ଚମ ତଥା ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଆଜି ରିମାଣ୍ଡର ଶେଷ ଦିନରେ ସତ ମାନିଥିବା କ୍ରାଇମ୍ବ୍ରାଞ୍ଚ କହିଛି ।
କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଆଜି ଉଭୟ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସିନ୍ ରିକ୍ରିଏଟ୍ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ଶର୍ମିଷ୍ଠା ଓ ନିରଞ୍ଜନ ହତ୍ୟାର ଡେମୋ ଦେଖାଇଥିଲେ। ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସତ ମାନିଛନ୍ତି ନିରଞ୍ଜନ । ସମ୍ପୂର୍ଣ୍ଣ ଅଫିସକୁ ବି ରିତିମତ ଯାଉଥିବା ସେ ମାନିଛନ୍ତି । ଫେବୃଆରୀ ୭ ତାରିଖ ସନ୍ଧ୍ୟାରେ ସମ୍ପୂର୍ଣ୍ଣା ଅଫିସ୍କୁ ନିରଞ୍ଜନ ଆସିଥିଲେ । ସେହି ସମୟରେ ଶର୍ମିଷ୍ଠା, ଝୁନା ଏବଂ ଝୁନାର ସ୍ୱାମୀ ରାଜ୍ ସେଠାରେ ଥିଲେ । ଶର୍ମିଷ୍ଠାଙ୍କ ଉାଉଜ ଏବଂ ଜଣେ କମ୍ପମ୍ୟୁଟର ଅପରେଟର ମଧ୍ୟ ସେଠାରେ ଥିଲେ । ଦୟାଲ୍ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସ୍କୁ ଆଣାଯାଇଥିଲା । ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିବା କ୍ରାଇମ୍ବ୍ରାଞ୍ଚ ଆଗରେ ସ୍ୱିକାର କରିଛନ୍ତି । ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣା ଅଫିସ୍ରୁ ଚାଲି ଯାଇଥିବା କ୍ରାଇମ୍ବ୍ରାଞ୍ଚ କହିଛି ।
କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାରେ ନିରଞ୍ଜନ ସେଠୀ ଅନେକ କଥା ସ୍ୱୀକାର କରି ସାରିଛନ୍ତି।କ୍ରାଇମବ୍ରାଞ୍ଚକୁ ନିରଞ୍ଜନ ଦେଇଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ତାଙ୍କୁ ତାଙ୍କ ପ୍ରଶାନ୍ତି ବିହାର ସ୍ଥିତ ଘରେ ଆସି ସାକ୍ଷାତ କରିଥିଲେ। ସେତେବେଳେ ନିରଞ୍ଜନ ତାଙ୍କୁ ୧୦ ହଜାର ଟଙ୍କା ଦେବା ସହିତ ଏକ ଗାଡ଼ି ବ୍ୟବସ୍ଥା କରି ଦେଇଥିଲେ। ସେହି ଗାଡ଼ିରେ ଶର୍ମିଷ୍ଠା ଓ ଝୁନା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।
ଅନ୍ୟପଟେ ଆଜି ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ କାର୍ଯ୍ୟାଳୟକୁ ନେଇ ହତ୍ୟାର ଡେମୋ ଦେଖିଥିଲା କ୍ରାଇମବ୍ରାଞ୍ଚ। କ୍ରାଇମ୍ ରିକ୍ରିଏସନ୍ ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। କ୍ରାଇମ୍ ସିନ ରିକ୍ରିଏସନ ପରେ ନିରଞ୍ଜନଙ୍କୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ଅପରପକ୍ଷେ ଶର୍ମିଷ୍ଠାଙ୍କୁ ତାଙ୍କର ଫ୍ଲାଟକୁ ନିଆଯାଇଥିଲା। କ୍ରାଇମ୍ବ୍ରାଞ୍ଚର କର୍ମଚାରୀମାନେ ତାଲାଭାଙ୍ଗି ଶର୍ମିଷ୍ଠାଙ୍କକାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ମାନସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସମସ୍ତେ ତରବର ହୋଇ ପଳାୟନ କରିଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ ଶର୍ମିଷ୍ଠାଙ୍କର ମୋବାଇଲ ରହିଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଆଜି ଶର୍ମିଷ୍ଠାଙ୍କୁ ଫ୍ଲାଟ ଭିତରେ ଅନେକ କଥା ପଚାରିଛି।ମାନସ ସ୍ବାଇଁଙ୍କୁ କେମିତି ଅପହରଣ କରାଗଲା? କେମିତି ହତ୍ୟା କରାଗଲା ଓ କେମିତି ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋତି ଦିଆଗଲା? ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ବର୍ଣ୍ଣନା କରିବା ସହ ନିଜର ଦୋଷ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ।
ସେପଟେ ଆଜି ରିମାଣ୍ଡ ଅବଧି ସରିଥିବା ବେଳେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ହତ୍ୟା ଘଟଣାକୁ ନେଇ ଆଜି ପୂରା ତଥ୍ୟ ଜାଣିବାକୁ ଚେଷ୍ଟା କରିଛି । ଅନ୍ୟପଟେ ଏବେ ସୁଦ୍ଧା ହତ୍ୟା ପଛର କାରଣ କଣ ଏବଂ ଯେଉଁ ମେମୋରି ଚିପ୍ ଆଦାୟ ପାଇଁ ହତ୍ୟା କରା ଯାଇଥିବା ପ୍ରଥମରୁ ଚର୍ଚ୍ଚା ହେଉଛି ତାହା ଉପରୁ ମଧ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇ ନାହିଁ।