ଲୋକାଲ ସର୍କଲସ୍ ସର୍ଭେ ରିପୋର୍ଟ : ଡିଜିଟାଲ ପେମେଣ୍ଟ ଉପରେ ଫି’ ଲାଗୁ ହେଲେ, ୭୫% ଲୋକ ୟୁପିଆଇ ବ୍ୟବହାର ବନ୍ଦ କରିଦେବେ

The Sakala Picture
Published On

ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ସମସ୍ତେ ଏବେ ଡିଜିଟାଲ ପେମେଣ୍ଟ ସହ ଅଭ୍ୟସ୍ତ। ଏଥିରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଦେଶରେ ୟୁପିଆଇ ସେବାରେ ଯଦି କୌଣସି ପ୍ରକାର କାରବାର ଶୁଳ୍କ ଲାଗୁ କରାଯାଏ ତେବେ ୭୫ ପ୍ରତିଶତ ୟୁଜର ଏହାର ବ୍ୟବହାର ବନ୍ଦ କରିଦେବେ। ‘ଲୋକାଲ ସର୍କଲସ୍’ ପକ୍ଷରୁ ଜାରି ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ୩୮ ପ୍ରତିଶତ ୟୁଜର ସେମାନଙ୍କ ୫୦% ପେମେଣ୍ଟ ଡେବିଟ୍‌, କ୍ରେଡିଟ୍‌ […]

ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ସମସ୍ତେ ଏବେ ଡିଜିଟାଲ ପେମେଣ୍ଟ ସହ ଅଭ୍ୟସ୍ତ। ଏଥିରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଦେଶରେ ୟୁପିଆଇ ସେବାରେ ଯଦି କୌଣସି ପ୍ରକାର କାରବାର ଶୁଳ୍କ ଲାଗୁ କରାଯାଏ ତେବେ ୭୫ ପ୍ରତିଶତ ୟୁଜର ଏହାର ବ୍ୟବହାର ବନ୍ଦ କରିଦେବେ। ‘ଲୋକାଲ ସର୍କଲସ୍’ ପକ୍ଷରୁ ଜାରି ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ୩୮ ପ୍ରତିଶତ ୟୁଜର ସେମାନଙ୍କ ୫୦% ପେମେଣ୍ଟ ଡେବିଟ୍‌, କ୍ରେଡିଟ୍‌ କାର୍ଡ ଓ କୌଣସି ଅନ୍ୟ ଡିଜିଟାଲ ମାଧ୍ୟମ ପରିବର୍ତ୍ତେ ୟୁପିଆଇ ସାହାଯ୍ୟରେ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ସର୍ଭେରୁ କେବଳ ୨୨% ୟୁଜର ୟୁପିଆଇ କାରବାରରେ ଫି’ ବୋଝ ଉଠାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ସର୍ଭେ ଦେଶର ୩୦୮ ଜିଲ୍ଲାରେ ୪୨ ହଜାର ଲୋକଙ୍କ ପ୍ରତିକ୍ରିୟା ଆଧାରରେ ପ୍ରସ୍ତୁତ କରାଯାଇଛି। ୟୁପିଆଇରେ କାରବାର ଫି’ ସମ୍ପର୍କିତ ୧୫,୫୯୮ଟି ପ୍ରତିକ୍ରିୟା ମିଳିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ୨୦୨୩-୨୪ରେ ଏହାର ପିଛିଲା ଆର୍ଥିକବର୍ଷର କାରବାରରେ ୫୭% ଓ ମୂଲ୍ୟରେ ୪୪% ବୃଦ୍ଧି ରେକର୍ଡ କରିଛନ୍ତି। ପ୍ରଥମ ଥର କୌଣସି ଆର୍ଥିକବର୍ଷରେ ୟୁପିଆଇ କାରବାର ୧୦୦ ବିଲିୟନ ପାର କରିଛି। ୨୦୨୩-୨୪ରେ ଏହା ୧୩୧ ବିଲିୟନ ହୋଇଛି, ଏହା ପୂର୍ବବର୍ଷ ଅର୍ଥାତ ୨୦୨୨-୨୩ରେ ୮୪ ବିଲିୟନ ରହିଥିଲା।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

ରିପୋର୍ଟରେ କୁହାଯାଇଛି ଯେ ମୂଲ୍ୟ ଦୃଷ୍ଟିରୁ ଏହା ୧,୩୯,୧୦୦ ବିଲିୟନ ଟଙ୍କାରୁ ୧,୯୯.୮୯୦ ବିଲିୟନ ଟଙ୍କାକୁ ବୃଦ୍ଧି ଘଟିଛି। ସର୍ଭେ ଅନୁସାରେ ୩୭% ଉତ୍ତରଦାତା ମୂଲ୍ୟ ଦୃଷ୍ଟିରୁ ସେମାନଙ୍କ ମୋଟ ପେମେଣ୍ଟର ୫୦%ରୁ ଅଧିକ ଲାଗି ୟୁପିଆଇ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ସର୍ଭେକ୍ଷଣ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରତି ୧୦ରୁ ୪ ଜଣ ଉପଭୋକ୍ତାଙ୍କ ଲାଗି ୟୁପିଆଇ ଏବେ ଅପରିହାର୍ଯ୍ୟ ହୋଇପଡିଛି। ଏଣୁ ୟୁପିଆଇ କାରବାର ନିମନ୍ତେ କୌଣସି ପ୍ରକାର ପ୍ରତ୍ୟକ୍ଷ ଅଥବା ଅପ୍ରତକ୍ଷ ଶୁଳ୍କ ଲାଗୁକୁ ବିରୋଧ କରାଯାଉଛି। ଲୋକାଲ ସର୍କଲ ଏହି ସର୍ଭେର ନିଷ୍କର୍ସକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦେବ। ଯହାଦ୍ୱାରା କୌଣସି ପ୍ରକାର ଏମଡିଆର ଶୁଳ୍କ ଲାଗୁ ପୂର୍ବରୁ ୟୁପିଆଇ ବ୍ୟବହାରକାରୀଙ୍କ ହିତକୁ ଧ୍ୟାନରେ ରଖାଯାଇ ପାରିବ। ଏହି ସର୍ଭେ ଜୁଲାଇ ୧୫ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

25 Sep 2024 By The Sakala

ଲୋକାଲ ସର୍କଲସ୍ ସର୍ଭେ ରିପୋର୍ଟ : ଡିଜିଟାଲ ପେମେଣ୍ଟ ଉପରେ ଫି’ ଲାଗୁ ହେଲେ, ୭୫% ଲୋକ ୟୁପିଆଇ ବ୍ୟବହାର ବନ୍ଦ କରିଦେବେ

ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ସମସ୍ତେ ଏବେ ଡିଜିଟାଲ ପେମେଣ୍ଟ ସହ ଅଭ୍ୟସ୍ତ। ଏଥିରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଦେଶରେ ୟୁପିଆଇ ସେବାରେ ଯଦି କୌଣସି ପ୍ରକାର କାରବାର ଶୁଳ୍କ ଲାଗୁ କରାଯାଏ ତେବେ ୭୫ ପ୍ରତିଶତ ୟୁଜର ଏହାର ବ୍ୟବହାର ବନ୍ଦ କରିଦେବେ। ‘ଲୋକାଲ ସର୍କଲସ୍’ ପକ୍ଷରୁ ଜାରି ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ୩୮ ପ୍ରତିଶତ ୟୁଜର ସେମାନଙ୍କ ୫୦% ପେମେଣ୍ଟ ଡେବିଟ୍‌, କ୍ରେଡିଟ୍‌ କାର୍ଡ ଓ କୌଣସି ଅନ୍ୟ ଡିଜିଟାଲ ମାଧ୍ୟମ ପରିବର୍ତ୍ତେ ୟୁପିଆଇ ସାହାଯ୍ୟରେ କରିଥାନ୍ତି।

ସର୍ଭେରୁ କେବଳ ୨୨% ୟୁଜର ୟୁପିଆଇ କାରବାରରେ ଫି’ ବୋଝ ଉଠାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ସର୍ଭେ ଦେଶର ୩୦୮ ଜିଲ୍ଲାରେ ୪୨ ହଜାର ଲୋକଙ୍କ ପ୍ରତିକ୍ରିୟା ଆଧାରରେ ପ୍ରସ୍ତୁତ କରାଯାଇଛି। ୟୁପିଆଇରେ କାରବାର ଫି’ ସମ୍ପର୍କିତ ୧୫,୫୯୮ଟି ପ୍ରତିକ୍ରିୟା ମିଳିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ୨୦୨୩-୨୪ରେ ଏହାର ପିଛିଲା ଆର୍ଥିକବର୍ଷର କାରବାରରେ ୫୭% ଓ ମୂଲ୍ୟରେ ୪୪% ବୃଦ୍ଧି ରେକର୍ଡ କରିଛନ୍ତି। ପ୍ରଥମ ଥର କୌଣସି ଆର୍ଥିକବର୍ଷରେ ୟୁପିଆଇ କାରବାର ୧୦୦ ବିଲିୟନ ପାର କରିଛି। ୨୦୨୩-୨୪ରେ ଏହା ୧୩୧ ବିଲିୟନ ହୋଇଛି, ଏହା ପୂର୍ବବର୍ଷ ଅର୍ଥାତ ୨୦୨୨-୨୩ରେ ୮୪ ବିଲିୟନ ରହିଥିଲା।

ରିପୋର୍ଟରେ କୁହାଯାଇଛି ଯେ ମୂଲ୍ୟ ଦୃଷ୍ଟିରୁ ଏହା ୧,୩୯,୧୦୦ ବିଲିୟନ ଟଙ୍କାରୁ ୧,୯୯.୮୯୦ ବିଲିୟନ ଟଙ୍କାକୁ ବୃଦ୍ଧି ଘଟିଛି। ସର୍ଭେ ଅନୁସାରେ ୩୭% ଉତ୍ତରଦାତା ମୂଲ୍ୟ ଦୃଷ୍ଟିରୁ ସେମାନଙ୍କ ମୋଟ ପେମେଣ୍ଟର ୫୦%ରୁ ଅଧିକ ଲାଗି ୟୁପିଆଇ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ସର୍ଭେକ୍ଷଣ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରତି ୧୦ରୁ ୪ ଜଣ ଉପଭୋକ୍ତାଙ୍କ ଲାଗି ୟୁପିଆଇ ଏବେ ଅପରିହାର୍ଯ୍ୟ ହୋଇପଡିଛି। ଏଣୁ ୟୁପିଆଇ କାରବାର ନିମନ୍ତେ କୌଣସି ପ୍ରକାର ପ୍ରତ୍ୟକ୍ଷ ଅଥବା ଅପ୍ରତକ୍ଷ ଶୁଳ୍କ ଲାଗୁକୁ ବିରୋଧ କରାଯାଉଛି। ଲୋକାଲ ସର୍କଲ ଏହି ସର୍ଭେର ନିଷ୍କର୍ସକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦେବ। ଯହାଦ୍ୱାରା କୌଣସି ପ୍ରକାର ଏମଡିଆର ଶୁଳ୍କ ଲାଗୁ ପୂର୍ବରୁ ୟୁପିଆଇ ବ୍ୟବହାରକାରୀଙ୍କ ହିତକୁ ଧ୍ୟାନରେ ରଖାଯାଇ ପାରିବ। ଏହି ସର୍ଭେ ଜୁଲାଇ ୧୫ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp