ଜାତୀୟ ରାଜପଥରୁ ହଟିବ ଟୋଲ୍ ପ୍ଲାଜା
ନୂଆଦିଲ୍ଲୀ: ଆଗକୁ ଦେଶର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ସରକାର ଯୋଜନା କରିଛନ୍ତି। ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର (ଏନପିଆର) କ୍ୟାମେରା ଲଗାଯିବ। ଏହି କ୍ୟାମେରା ଗାଡିଗୁଡିକ ନମ୍ବର ପ୍ଲେଟ୍କୁ ରିଡ୍ କରି ମାଲିକଙ୍କ ଲିଙ୍କ୍ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କାଟିନେବ। ଏ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏହି ଯୋଜନାର ପାଇଲଟ୍ ପ୍ରକଳ୍ପ ଚାଲିଛି। […]
ନୂଆଦିଲ୍ଲୀ: ଆଗକୁ ଦେଶର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ସରକାର ଯୋଜନା କରିଛନ୍ତି। ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର (ଏନପିଆର) କ୍ୟାମେରା ଲଗାଯିବ। ଏହି କ୍ୟାମେରା ଗାଡିଗୁଡିକ ନମ୍ବର ପ୍ଲେଟ୍କୁ ରିଡ୍ କରି ମାଲିକଙ୍କ ଲିଙ୍କ୍ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କାଟିନେବ। ଏ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏହି ଯୋଜନାର ପାଇଲଟ୍ ପ୍ରକଳ୍ପ ଚାଲିଛି। ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ କରାଯାଉଛି।
ଶ୍ରୀ ଗଡକରୀ କହିଛନ୍ତି ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାରରେ କମ୍ପାନୀର ଫଟେଡ୍ ନମ୍ବର ପ୍ଲେଟ୍ ଲାଗିବ। ସେହି ହିସାବରେ ଗତ ଚାରି ବର୍ଷରେ ଯେତେ ଗାଡି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ଏନ୍ଏଚ୍ ଲାଗିଥିବା ସମସ୍ତ ଟୋଲ୍ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଏହି କ୍ୟାମେରା କାରର ନମ୍ବର ପ୍ଲେଟ୍କୁ ରିଡ୍ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରୁଛୁ। ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍ ପ୍ଲାଜାକୁ ଏଡାଇବା ଏବଂ ଟିକସ୍ ପୈଠ ନ କରିବା ଗାଡି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ।