ସେୟାର ବଜାରରେ ‘ଷ୍ଟାର୍ଟଅପ’ ତାଲିକାଭୁକ୍ତ ପାଇଁ ସେବିର କଡ଼ା ନିୟମ

The Sakala Picture
Published On

ମୁମ୍ବାଇ: ଶେୟାର ବଜାରରେ ଷ୍ଟାର୍ଟଅପ କମ୍ପାନୀ ତାଲିକାଭୁକ୍ତ ହେବା କ୍ଷେତ୍ରରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତବର୍ଷ ପେଟିଏମ ଓ ଜୋମାଟୋ ଭଳି ବହୁ ଫିନଟେକ୍ କମ୍ପାନୀ ଆଇପିଓ ଇସ୍ୟୁ କରିଥିଲା ବେଳେ ଏଥÒରେ ନିବେଶକଙ୍କୁ ସେଭଳି ଲାଭ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେବି ଆଇପିଓ ନିୟମ କଡ଼ାକଡି କରିଛନ୍ତି। ଏଣିକି ଆଇପିଓ ଜାରି କରିବା ପୂର୍ବରୁ କମ୍ପାନୀଗୁଡିକର ମୂଲ୍ୟାୟନ ପ୍ରକ୍ରିୟାକୁ କଡାକଡ଼ି କରାଯିବ ବୋଲି ସେବି […]

ମୁମ୍ବାଇ: ଶେୟାର ବଜାରରେ ଷ୍ଟାର୍ଟଅପ କମ୍ପାନୀ ତାଲିକାଭୁକ୍ତ ହେବା କ୍ଷେତ୍ରରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତବର୍ଷ ପେଟିଏମ ଓ ଜୋମାଟୋ ଭଳି ବହୁ ଫିନଟେକ୍ କମ୍ପାନୀ ଆଇପିଓ ଇସ୍ୟୁ କରିଥିଲା ବେଳେ ଏଥÒରେ ନିବେଶକଙ୍କୁ ସେଭଳି ଲାଭ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେବି ଆଇପିଓ ନିୟମ କଡ଼ାକଡି କରିଛନ୍ତି। ଏଣିକି ଆଇପିଓ ଜାରି କରିବା ପୂର୍ବରୁ କମ୍ପାନୀଗୁଡିକର ମୂଲ୍ୟାୟନ ପ୍ରକ୍ରିୟାକୁ କଡାକଡ଼ି କରାଯିବ ବୋଲି ସେବି ପକ୍ଷରୁ କୁହାଯାଇଛି। ଏ ନେଇ ସେବି ଏକ ପରାମର୍ଶପତ୍ର ଜାରି କରିଛି। ବଜାରରୁ ଅର୍ଥ ସଂଗ୍ରହ ଲାଗି ନୂଆ ଆଇଟି କମ୍ପାନୀମାନେ ଆଣୁଥିବା ଆଇପିଓ ସନ୍ଦର୍ଭରେ ସେବି ଏହି ପରାମର୍ଶ ଦେଇଛି। କାରଣ ନିକଟରେ ଆଇପିଓ ଆଣିଥିବା କମ୍ପାନୀଙ୍କ ମଧ୍ୟରେ ଏଭଳି କମ୍ପାନୀ ଅଛନ୍ତି ଯେଉଁମାନଙ୍କର ଆଇପିଓ ଆଣିବା ପୂର୍ବରୁ ଗତ ୩ ବର୍ଷର ପରିଚାଳନା ଲାଭ ନେଇ କୌଣସି ରେକର୍ଡ ମଧ୍ୟ ନାହିଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର