ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ମୁଦ୍ରା ଟଙ୍କା ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବିଶ୍ବ ଇକ୍ବିଟି ବଜାରରେ ହ୍ରାସ ଯୋଗୁ ବିଶ୍ବର ବହୁ ପ୍ରମୁଖ ମୁଦ୍ରା ସହ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଘଟିବାରେ ଲାଗିଛି। ଫଳସ୍ବରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଏବେ ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୯ ପଇସା ହ୍ରାସ ଘଟି ୭୮ ଟଙ୍କା ୩୨ ପଇସା ସ୍ତରରେ […]

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ମୁଦ୍ରା ଟଙ୍କା ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବିଶ୍ବ ଇକ୍ବିଟି ବଜାରରେ ହ୍ରାସ ଯୋଗୁ ବିଶ୍ବର ବହୁ ପ୍ରମୁଖ ମୁଦ୍ରା ସହ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଘଟିବାରେ ଲାଗିଛି। ଫଳସ୍ବରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଏବେ ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୯ ପଇସା ହ୍ରାସ ଘଟି ୭୮ ଟଙ୍କା ୩୨ ପଇସା ସ୍ତରରେ ରହିଛି। ଚଳିତବର୍ଷ ଟଙ୍କା ମୂଲ୍ୟରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଥୁବାବେଳେ କେବଳ ଚଳିତ ସପ୍ତାହରେ ଏହା ୧ ପ୍ରତିଶତରୁ ଅଧୁକ ଖସିଛି। ମୁଦ୍ରା ମୂଲ୍ୟରେ ଏଭଳି ଅବମୂଲ୍ୟାୟନ ଯୋଗୁ ବିଶ୍ବ ବଜାରରେ ଭାରତୀୟ ମୁଦ୍ରା ଧରାଶାୟୀ ହେବାରେ ଲାଗିଛି। ତେବେ ବିଶ୍ବର ଏଭଳି ପ୍ରତିକୂଳ ଆର୍ଥିକ ପରିବେଶ ମଧ୍ୟରେ ଲାଭ ଉଠାଇଛି ଆମେରିକୀୟ ଡଲାର। ଘରୋଇ ମୁଦ୍ରା ମୂଲ୍ୟରେ ହ୍ରାସର ବଡ଼ ପ୍ରଭାବ ଦେଶର ତୈଳ ଆମଦାନୀ ବିଲ୍ ଉପରେ ପଡିବ। ଏଥିଯୋଗୁ ଦେଶର ଆମଦାନୀ ବିଲ୍‌ ବଢ଼ିବ। ଫଳସ୍ବରୂପ ଖାଉଟି ସାମଗ୍ରୀ ଉପରେ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

24 Jun 2022 By The Sakala

ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ମୁଦ୍ରା ଟଙ୍କା ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବିଶ୍ବ ଇକ୍ବିଟି ବଜାରରେ ହ୍ରାସ ଯୋଗୁ ବିଶ୍ବର ବହୁ ପ୍ରମୁଖ ମୁଦ୍ରା ସହ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଘଟିବାରେ ଲାଗିଛି। ଫଳସ୍ବରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଏବେ ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୯ ପଇସା ହ୍ରାସ ଘଟି ୭୮ ଟଙ୍କା ୩୨ ପଇସା ସ୍ତରରେ ରହିଛି। ଚଳିତବର୍ଷ ଟଙ୍କା ମୂଲ୍ୟରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଥୁବାବେଳେ କେବଳ ଚଳିତ ସପ୍ତାହରେ ଏହା ୧ ପ୍ରତିଶତରୁ ଅଧୁକ ଖସିଛି। ମୁଦ୍ରା ମୂଲ୍ୟରେ ଏଭଳି ଅବମୂଲ୍ୟାୟନ ଯୋଗୁ ବିଶ୍ବ ବଜାରରେ ଭାରତୀୟ ମୁଦ୍ରା ଧରାଶାୟୀ ହେବାରେ ଲାଗିଛି। ତେବେ ବିଶ୍ବର ଏଭଳି ପ୍ରତିକୂଳ ଆର୍ଥିକ ପରିବେଶ ମଧ୍ୟରେ ଲାଭ ଉଠାଇଛି ଆମେରିକୀୟ ଡଲାର। ଘରୋଇ ମୁଦ୍ରା ମୂଲ୍ୟରେ ହ୍ରାସର ବଡ଼ ପ୍ରଭାବ ଦେଶର ତୈଳ ଆମଦାନୀ ବିଲ୍ ଉପରେ ପଡିବ। ଏଥିଯୋଗୁ ଦେଶର ଆମଦାନୀ ବିଲ୍‌ ବଢ଼ିବ। ଫଳସ୍ବରୂପ ଖାଉଟି ସାମଗ୍ରୀ ଉପରେ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp