ଡାଟା ବ୍ୟବହାରରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର

The Sakala Picture
Published On

ଭୁବନେଶ୍ୱର : ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ […]

ଭୁବନେଶ୍ୱର : ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛି। ଏହାର ନେଟୱାର୍କରେ ଡାଟା ବ୍ୟବହାର ଗତ ତ୍ରୟମାସରେ ୪୦ ଏକ୍ସାବାଇଟରୁ ମଧ୍ୟ କମ୍ ରହିଛି। ଡାଟା ବ୍ୟବହାର ଦୃଷ୍ଟିରୁ ଅନ୍ୟ ଏକ ଚାଇନିଜ୍ କମ୍ପାନୀ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତର ଏୟାରଟେଲ୍ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱର ଟେଲିକମ୍ କମ୍ପାନୀ ଗୁଡିକର ଡାଟା ଟ୍ରାଫିକ୍ ଏବଂ ଗ୍ରାହକଙ୍କ ଆଧାର ଉପରେ ନଜର ରଖୁଥିବା ଟିଏଫିସିଏଣ୍ଟ ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

୫ଜି ସେବା ଆରମ୍ଭ ହେବା ପରେ ରିଲାଏନ୍ସ ଜିଓର ନେଟୱାର୍କରେ ଡାଟା ବ୍ୟବହାର ପୂର୍ବ ବର୍ଷ ତୁଳନାରେ ୩୫.୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପଛରେ ପ୍ରମୁଖ କାରଣ ରହିଛି ଜିଓର ଟ୍ରୁ ୫ଜି ନେଟୱାର୍କ ଏବଂ ଜିଓ ଏୟାର ଫାଇବରର ବିସ୍ତାର। ରିଲାଏନ୍ସ ଜିଓର ତ୍ରୟମାସ ଆର୍ଥିକ ଫଳାଫଳ ତଥ୍ୟ ଅନୁଯାୟୀ, ଜିଓ ଟ୍ରୁ ୫ଜି ନେଟୱାର୍କରେ ୧୦ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି ଏବଂ ଜିଓର ମୋଟ ଡାଟା ଟ୍ରାଫିକର ପ୍ରାୟ ୨୮ ପ୍ରତିଶତ ବର୍ତ୍ତମାନ ୫ଜି ନେଟୱାର୍କରୁ ଆସୁଛି। ଅନ୍ୟପକ୍ଷରେ, ଜିଓ ଏୟାର ଫାଇବର ମଧ୍ୟ ଦେଶର ୫,୯୦୦ ସହରରେ ଏହାର ସେବା ଆରମ୍ଭ କରିଛି।

ନିକଟରେ କମ୍ପାନୀ ପକ୍ଷରୁ ପ୍ରକାଶିତ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ତଥ୍ୟ ଅନୁଯାୟୀ, ଜିଓ ନେଟୱାର୍କରେ ଗ୍ରାହକଙ୍କ ପାଇଁ ମାସିକ ଡାଟା ବ୍ୟବହାର ୨୮.୭ ଜିବିକୁ ବୃଦ୍ଧି ପାଇଛି, ଯାହା ତିନି ବର୍ଷ ପୂର୍ବେ ମାତ୍ର ୧୩.୩ ଜିବି ଥିଲା। ସୂଚନାଯୋଗ୍ୟ ଯେ ୨୦୧୮ ରେ, ଏକ ତ୍ରୟମାସରେ ଭାରତରେ ମୋଟ ମୋବାଇଲ୍ ଡାଟା ଟ୍ରାଫିକ୍ ମାତ୍ର ୪.୫ ଏକ୍ସାବାଇଟ୍ ଥିଲା।

23 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp