ରିଲାଏନ୍ସ ଡିଜିଟାଲର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍ସ ସେଲ୍‌ : ଟିଭି ଠୁ ଆରମ୍ଭ କରି ମୋବାଇଲ ସବୁଥିରେ ମିଳୁଛି ଦମ୍‌ଦାର ଅଫର

The Sakala Picture
Published On

ମୁମ୍ବାଇ : ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ରିଲାଏନ୍ସ ଡିଜିଟାଲରେ ଦେଶର ସର୍ବବୃହତ ଇଲେକଟ୍ରୋନିକ୍ସ ସେଲ୍ ଡିଜିଟାଲ୍ ଇଣ୍ଡିଆ ସେଲ୍ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକମାନେ ସେମାନଙ୍କ ମନ ପସନ୍ଦର ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ କରିବା ସହିତ ଆକର୍ଷଣୀୟ ଅଫର ଏବଂ ରିଆତି ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ। ରିଲାଏନ୍ସ ଡିଜିଟାଲ୍ ଷ୍ଟୋର ସମେତ ମାଇଁ ଜିଓ ଷ୍ଟୋରରେ ସପିଂ କରି ଗ୍ରାହକମାନେ ଏହି ସୁବିଧା ପାଇପାରିବେ। ବିଭିନ୍ନ କିସମର ଇଲେକଟ୍ରୋନିକ୍ସ ସାମଗ୍ରୀରେ ସର୍ବୋତ୍ତମ ଡିଲ୍ ସହିତ […]

ମୁମ୍ବାଇ : ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ରିଲାଏନ୍ସ ଡିଜିଟାଲରେ ଦେଶର ସର୍ବବୃହତ ଇଲେକଟ୍ରୋନିକ୍ସ ସେଲ୍ ଡିଜିଟାଲ୍ ଇଣ୍ଡିଆ ସେଲ୍ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକମାନେ ସେମାନଙ୍କ ମନ ପସନ୍ଦର ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ କରିବା ସହିତ ଆକର୍ଷଣୀୟ ଅଫର ଏବଂ ରିଆତି ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ। ରିଲାଏନ୍ସ ଡିଜିଟାଲ୍ ଷ୍ଟୋର ସମେତ ମାଇଁ ଜିଓ ଷ୍ଟୋରରେ ସପିଂ କରି ଗ୍ରାହକମାନେ ଏହି ସୁବିଧା ପାଇପାରିବେ। ବିଭିନ୍ନ କିସମର ଇଲେକଟ୍ରୋନିକ୍ସ ସାମଗ୍ରୀରେ ସର୍ବୋତ୍ତମ ଡିଲ୍ ସହିତ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଯେକୌଣସି ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଉପରେ ମଧ୍ୟ ୬ ପ୍ରତିଶତ ରିଆତି ବ୍ୟବସ୍ଥା ରହିଛଇ। ସିଟି ବ୍ୟାଙ୍କର ଗ୍ରାହକମାନେ କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ ଓ ଇଏମଆଇ କାରବାର ଉପରେ ୧୦% ତତ୍କାଳ ରିଆତି ଉପଲବ୍ଧ କରିପାରିବେ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେବ ତେଲ; ଲିଟର ପିଛା ପେଟ୍ରୋଲ ବଢ଼ିବ ୧୮ ଟଙ୍କା, ଡିଜେଲ ୩୫ ଟଙ୍କା

ସେହିପରି ଗ୍ରାହକମାନଙ୍କୁ ପ୍ରତି ୫୦୦୦ ହଜାର ଟଙ୍କାର କ୍ରୟ ପାଇଁ ୧୦୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍ ଭାଉଚର ମଧ୍ୟ ଉପଲବ୍ଧ ହେବ। ଏହି ଅଫର ୨୬ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବୈଧ ରହିବ। ଏହି ସେଲ୍‌ ବ୍ୟବସ୍ଥାରେ ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ରେଫ୍ରିଜରେଟର, ୱାସିଂ ମେସିନ୍‌, ୱିରେବଲ୍ ଏବଂ ବିଭିନ୍ନ କିସମର ଘରୋଇ ଇଲେକଟ୍ରୋନିକ୍ସ ଉପକରଣ ଉପରେ ଅନେକ ଅଫର ରହଛି। ଗ୍ରାହକମାନେ ଭିଭୋ, ସାଓମି ଓ ସାମସଙ୍ଗ ଆଦି ବିଭିନ୍ନ ବ୍ରାଣ୍ଡର ସର୍ବୋତ୍ତମ ସ୍ମାର୍ଟଫୋନ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରିପାରିବେ। ୱାନପ୍ଲସ ୯ଆରଟି ୫ଜି ଫୋନ ୩୮,୯୯୯ ଟଙ୍କାରେ ବିକ୍ରି ଆରମ୍ଭ କରାଯାଇଥିଲା ବେଳେ (ବ୍ୟାଙ୍କ କ୍ୟାସବ୍ୟାକ୍ ପର ମୂଲ୍ୟ) ସାମସଙ୍ଗ ଗାଲାକ୍ସି ଏସ୨୦ଏଫଇ୫ଜି ୩୪୯୯୦ ଟଙ୍କାରେ (ବ୍ୟାଙ୍କ କ୍ୟାସବ୍ୟାକ୍ ପର ମୂଲ୍ୟ) ଉପଲବ୍ଧ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସରକାରୀ ଅନୁମତି ମିଳିବାରେ ବିଳମ୍ବ: ସୁନା ଓ ରୁପା ଆମଦାନୀ ଉପରେ ରୋକ୍ ଲଗାଇଲେ ଭାରତୀୟ ବ୍ୟାଙ୍କ

ଏଥିରେ ଗ୍ରାହକମାନଙ୍କୁ ଅଡିଓ କ୍ଷେତ୍ରରେ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ମଧ୍ୟ ଅଫର ଉପଲବ୍ଧ କରାଯାଇଛି। ବିଭିନ୍ନ ବ୍ରାଣ୍ଡର ୱାଚ୍ ୩ ବ୍ଲୁଟୁଥ୍ ,ଗେମିଂ ଲାପଟପ୍ ଉପରେ ମଧ୍ୟ ଅନେକ ଗୁଡ଼ିଏ ଅଫର ରହିଛି। ସେହିପରି ଗେମିଂ ଲାପଟପ୍ ପାଇଁ ଅଫର ଏବଂ ବିପିଏଲ୍ ୫୦” ୟୁଏଚଡି ଆଣ୍ଡ୍ରଏଡ୍ ଟିଭିରେ ୨ ବର୍ଷର ୱାରେଣ୍ଟି ସହିତ ୨୯,୯୯୯ଟଙ୍କାରେ ଉପଲବ୍ଧ କରାଯାଇଛି। ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ୱାସିଂ ମେସିନ ଓ ରେଫ୍ରିଜିରେଟର ଉପରେ ମଧ୍ୟ ଆକର୍ଷଣୀୟ ଅଫର ବ୍ୟବସ୍ଥା ରହିଛି। କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସହଜ ଫାଇନାନ୍ସ ଓ ଇଏମଆଇ ବ୍ୟବସ୍ଥା ମଧ୍ୟ ରହିଛି।

24 Jan 2022 By The Sakala

ରିଲାଏନ୍ସ ଡିଜିଟାଲର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍ସ ସେଲ୍‌ : ଟିଭି ଠୁ ଆରମ୍ଭ କରି ମୋବାଇଲ ସବୁଥିରେ ମିଳୁଛି ଦମ୍‌ଦାର ଅଫର

ମୁମ୍ବାଇ : ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ରିଲାଏନ୍ସ ଡିଜିଟାଲରେ ଦେଶର ସର୍ବବୃହତ ଇଲେକଟ୍ରୋନିକ୍ସ ସେଲ୍ ଡିଜିଟାଲ୍ ଇଣ୍ଡିଆ ସେଲ୍ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକମାନେ ସେମାନଙ୍କ ମନ ପସନ୍ଦର ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ କରିବା ସହିତ ଆକର୍ଷଣୀୟ ଅଫର ଏବଂ ରିଆତି ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ। ରିଲାଏନ୍ସ ଡିଜିଟାଲ୍ ଷ୍ଟୋର ସମେତ ମାଇଁ ଜିଓ ଷ୍ଟୋରରେ ସପିଂ କରି ଗ୍ରାହକମାନେ ଏହି ସୁବିଧା ପାଇପାରିବେ। ବିଭିନ୍ନ କିସମର ଇଲେକଟ୍ରୋନିକ୍ସ ସାମଗ୍ରୀରେ ସର୍ବୋତ୍ତମ ଡିଲ୍ ସହିତ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଯେକୌଣସି ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଉପରେ ମଧ୍ୟ ୬ ପ୍ରତିଶତ ରିଆତି ବ୍ୟବସ୍ଥା ରହିଛଇ। ସିଟି ବ୍ୟାଙ୍କର ଗ୍ରାହକମାନେ କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ ଓ ଇଏମଆଇ କାରବାର ଉପରେ ୧୦% ତତ୍କାଳ ରିଆତି ଉପଲବ୍ଧ କରିପାରିବେ।

ସେହିପରି ଗ୍ରାହକମାନଙ୍କୁ ପ୍ରତି ୫୦୦୦ ହଜାର ଟଙ୍କାର କ୍ରୟ ପାଇଁ ୧୦୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍ ଭାଉଚର ମଧ୍ୟ ଉପଲବ୍ଧ ହେବ। ଏହି ଅଫର ୨୬ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବୈଧ ରହିବ। ଏହି ସେଲ୍‌ ବ୍ୟବସ୍ଥାରେ ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ରେଫ୍ରିଜରେଟର, ୱାସିଂ ମେସିନ୍‌, ୱିରେବଲ୍ ଏବଂ ବିଭିନ୍ନ କିସମର ଘରୋଇ ଇଲେକଟ୍ରୋନିକ୍ସ ଉପକରଣ ଉପରେ ଅନେକ ଅଫର ରହଛି। ଗ୍ରାହକମାନେ ଭିଭୋ, ସାଓମି ଓ ସାମସଙ୍ଗ ଆଦି ବିଭିନ୍ନ ବ୍ରାଣ୍ଡର ସର୍ବୋତ୍ତମ ସ୍ମାର୍ଟଫୋନ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରିପାରିବେ। ୱାନପ୍ଲସ ୯ଆରଟି ୫ଜି ଫୋନ ୩୮,୯୯୯ ଟଙ୍କାରେ ବିକ୍ରି ଆରମ୍ଭ କରାଯାଇଥିଲା ବେଳେ (ବ୍ୟାଙ୍କ କ୍ୟାସବ୍ୟାକ୍ ପର ମୂଲ୍ୟ) ସାମସଙ୍ଗ ଗାଲାକ୍ସି ଏସ୨୦ଏଫଇ୫ଜି ୩୪୯୯୦ ଟଙ୍କାରେ (ବ୍ୟାଙ୍କ କ୍ୟାସବ୍ୟାକ୍ ପର ମୂଲ୍ୟ) ଉପଲବ୍ଧ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏଥିରେ ଗ୍ରାହକମାନଙ୍କୁ ଅଡିଓ କ୍ଷେତ୍ରରେ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ମଧ୍ୟ ଅଫର ଉପଲବ୍ଧ କରାଯାଇଛି। ବିଭିନ୍ନ ବ୍ରାଣ୍ଡର ୱାଚ୍ ୩ ବ୍ଲୁଟୁଥ୍ ,ଗେମିଂ ଲାପଟପ୍ ଉପରେ ମଧ୍ୟ ଅନେକ ଗୁଡ଼ିଏ ଅଫର ରହିଛି। ସେହିପରି ଗେମିଂ ଲାପଟପ୍ ପାଇଁ ଅଫର ଏବଂ ବିପିଏଲ୍ ୫୦” ୟୁଏଚଡି ଆଣ୍ଡ୍ରଏଡ୍ ଟିଭିରେ ୨ ବର୍ଷର ୱାରେଣ୍ଟି ସହିତ ୨୯,୯୯୯ଟଙ୍କାରେ ଉପଲବ୍ଧ କରାଯାଇଛି। ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ୱାସିଂ ମେସିନ ଓ ରେଫ୍ରିଜିରେଟର ଉପରେ ମଧ୍ୟ ଆକର୍ଷଣୀୟ ଅଫର ବ୍ୟବସ୍ଥା ରହିଛି। କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସହଜ ଫାଇନାନ୍ସ ଓ ଇଏମଆଇ ବ୍ୟବସ୍ଥା ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp