ଟାଟା ନିର୍ମାଣ କରିବ ସି-୨୯୫ ବିମାନ

The Sakala Picture
Published On

ନୂଆଦିଲ୍ଲୀ: ପରିବହନ ବିମାନ କିଣିବା ସମ୍ପର୍କିତ ଏକ କାରବାରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବୁଡ଼ାନ୍ତ ରୂପ ଦେଇଛି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ଡିଫେନ୍ସ ସ୍ପେସ୍ ସ୍ପେନ୍ ସହ ରାଜିନାମା ସ୍ବାକ୍ଷର କରିଛି । ତେବେ ଟାଟା ଏହି ସି-୨୯୫ ବିମାନର ନିର୍ମାଣ କରିବ । ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ରତନ ଟାଟା ଏକ ଟ୍ଵିଟ୍ ବାର୍ତ୍ତାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ନିଷ୍ପତ୍ତିକୁ ‘ଦୃଢ ପଦକ୍ଷେପ […]

ନୂଆଦିଲ୍ଲୀ: ପରିବହନ ବିମାନ କିଣିବା ସମ୍ପର୍କିତ ଏକ କାରବାରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବୁଡ଼ାନ୍ତ ରୂପ ଦେଇଛି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ଡିଫେନ୍ସ ସ୍ପେସ୍ ସ୍ପେନ୍ ସହ ରାଜିନାମା ସ୍ବାକ୍ଷର କରିଛି । ତେବେ ଟାଟା ଏହି ସି-୨୯୫ ବିମାନର ନିର୍ମାଣ କରିବ । ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ରତନ ଟାଟା ଏକ ଟ୍ଵିଟ୍ ବାର୍ତ୍ତାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ନିଷ୍ପତ୍ତିକୁ ‘ଦୃଢ ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି।

ଏହି ରାଜିନାମା ଅନୁସାରେ ଭାରତୀୟ ବାୟୁସେନାକୁ ଏୟାରବସ୍ ୫୬ଟି ସି-୨୯୫ ମଧ୍ୟମ ପରିବହନ ବିମାନ ଯୋଗାଇଦିଆଯିବ। ଏହି ଚୁକ୍ତିକୁ ୧୫ ଦିନ ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିସାରିଥିଲା । ସର୍ଭ ଅନୁସାରେ ରାଜିନାମା ସ୍ବାକ୍ଷରର ୪୮ ମାସ ମଧ୍ୟରେ ସ୍ପେନର ଏୟାରବସ୍ ଡିଫେନ୍ସ ଏଣ୍ଡ ସ୍ପେସ୍ ଉଡିବା ଯୋଗ୍ୟ ୧୬ଟି ବିମାନ ଭାରତୀୟ ବାୟୁସେନାକୁ ଯୋଗାଇଦେବ। ଏୟାରବସ୍‌ର ଏହି ବିମାନଗୁଡିକ ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିବା ଏଭ୍ରୋ ୭୪୮ ବିମାନର ସ୍ଥାନ ନେବ। ଏୟାରବସ୍ ଡିଫେନ୍ସ ଏଣ୍ଡ ସ୍ପେସ୍ ସହ ଟାଟା ଆଡଭାନ୍ସଡ ସିଷ୍ଟମସ୍ ଲିମିଟେଡ ଏହି ପ୍ରକଳ୍ପରେ ମିଳିତ ଭାବେ କାର୍ଯ୍ୟ କରିବ। ମେକ୍-ଇନ-ଇଣ୍ଡିଆ ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟ କରିବ।

ଏହି ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ, ଏୟାରବସ୍ ଡିଫେନ୍ସ ଏଣ୍ଡ ସ୍ପେସ୍ ୧୬ଟି ନୂଆ ବିମାନ ଦେବ। ପ୍ରକଳ୍ପର ବାକି ବିମାନ ଭାରତରେ ଟାଟା ଆସେମ୍ବଲ କରିବ । ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ ଟାଟା ସମୂହ ଭାରତରେ ସି-୨୯୫ ବିମାନର ନିର୍ମାଣ କରିବେ । ସୈନ୍ୟ ପରିବହନରେ ଉପଯୋଗ ହେବାକୁ ଥିବା ଏହି ବିମାନଗୁଡିକ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

ରାଜିନାମା ଅନୁସାରେ ଏୟାରଫୋର୍ସକୁ ୫୬ଟି ସି-୨୯୫ ବିମାନ ମିଳିବ। ଭାରତୀୟ ବାୟୁସେନା ବିମାନ ସ୍ନାଡନରେ ଥିବା ଏଭ୍ରୋ-୭୪୮ ମାଲବାହୀ ବିମାନ ୧୯୬୧ ମସିହାରେ ସାମିଲ ହୋଇଥିଲା। ଅର୍ଥାତ ପ୍ରାୟ ୬୦ ବର୍ଷ ପରେ ଭାରତ ସରକାର ଏହାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ବିମାନଗୁଡିକରେ ସର୍ବାଧିକ ୨୯୫ ଟନ ପେ ଲୋଡ ନେଇପାରିବ । ତେବେ ଏହି ବିମାନଗୁଡିକରେ ସବୁଠୁ ଯାହା ବଡ଼ କଥା ତାହା ହେଉଛି ଛୋଟ ରନୱେ ଥିବା ବିମାନବନ୍ଦରରୁ ମଧ୍ୟ ସି-୨୯୫ ବିମାନ ଉଡାଣ କରିପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର