ଗହମ ଟନ୍‌ ପିଛା ବୃଦ୍ଧି ହେବ ୨୦୦୦ ଟଙ୍କା; ଖାଉଟିଙ୍କ ଉପରେ ବଢ଼ିବ ଚାପ

The Sakala Picture
Published On

ନୂଆଦିଲ୍ଲୀ: ଉଚ୍ଚ ଦରଦାମ୍‌ ସହ ଯୁଝୁଥିବା ସାଧାରଣ ଖାଉଟିଙ୍କ ପାଇଁ ଖରାପ ଖବର। କାରଣ ଆସନ୍ତା ଜାନୁୟାରୀ ମାସରେ ଦେଶରେ ଅଟା ଦର ଆହୁରି ମହଙ୍ଗା ହେବ। ଏହାର ମୁଖ୍ୟ କାରଣ ହେଉଛି ଆଗାମୀ ଦିନରେ ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଜାନୁଆରୀ ମାସରେ ଗହମ ଟନ୍ ପିଛା ୨୦୦୦ ଟଙ୍କା ବୃଦ୍ଧି ହୋଇପାରେ। ଘରୋଇ କ୍ଷେତ୍ରରେ ଷ୍ଟକ୍‌ରେ ଅଭାବ ଯୋଗୁ ଗହମ ମୂଲ୍ୟରେ ଏଭଳି ବୃଦ୍ଧି ଘଟିବାକୁ ଯାଉଛି। ରଏଟର୍ସ ରିପୋର୍ଟ […]

ନୂଆଦିଲ୍ଲୀ: ଉଚ୍ଚ ଦରଦାମ୍‌ ସହ ଯୁଝୁଥିବା ସାଧାରଣ ଖାଉଟିଙ୍କ ପାଇଁ ଖରାପ ଖବର। କାରଣ ଆସନ୍ତା ଜାନୁୟାରୀ ମାସରେ ଦେଶରେ ଅଟା ଦର ଆହୁରି ମହଙ୍ଗା ହେବ। ଏହାର ମୁଖ୍ୟ କାରଣ ହେଉଛି ଆଗାମୀ ଦିନରେ ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଜାନୁଆରୀ ମାସରେ ଗହମ ଟନ୍ ପିଛା ୨୦୦୦ ଟଙ୍କା ବୃଦ୍ଧି ହୋଇପାରେ। ଘରୋଇ କ୍ଷେତ୍ରରେ ଷ୍ଟକ୍‌ରେ ଅଭାବ ଯୋଗୁ ଗହମ ମୂଲ୍ୟରେ ଏଭଳି ବୃଦ୍ଧି ଘଟିବାକୁ ଯାଉଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଡିସେମ୍ବର ମାସରେ ଭାରତରେ ଗହମ ଷ୍ଟକ୍ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସବୁଠାରୁ ଆଶଙ୍କାର ବିଷୟ ହେଉଛି ଯେ, ଆଗାମୀ ଦିନରେ ଗହମର କୌଣସି ନୂତନ ଯୋଗାଣ ହେବାର ସମ୍ଭାବନା ନାହିଁ। ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ଦେଶରେ ଗହମ ମୂଲ୍ୟରେ ବୃଦ୍ଧି ଦେଖାଦେଇପାରେ। ଏଥିଯୋଗୁୂ ବଜାରରେ ଅଟା ମହଙ୍ଗା ହେବ। ଅପରପକ୍ଷେ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଶସ୍ୟ ମହଜୁଦ ରହିଥିବା ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି। ବାସ୍ତବ ଚିତ୍ର ଭିନ୍ନ ରହିଛି। ଗହମ ଷ୍ଟକ୍‌ରେ ହ୍ରାସ ଦେଶରେ ଦର ବୃଦ୍ଧି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ଏଥିରୁ ସ୍ପଷ୍ଟ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଡିସେମ୍ବର ପାଇଁ ସରକାରୀ ଗୋଦାମରେ ରଖାଯାଇଥିବା ଭାରତୀୟ ଗହମ ଷ୍ଟକ୍ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ରୀୟ ଭଣ୍ଡାରରେ ଥିବା ମୋଟ ଗହମ ଷ୍ଟକ୍ ୧୯ ନିୟୁତ ଟନ୍ରେନ୍‌ରେ ପହଞ୍ଚିଥିଲା, ଯାହା ୨୦୨୧ ଡିସେମ୍ବର ୧ ସୁଦ୍ଧା ୩୭.୮୫ ନିୟୁତ ଟନ୍ ରହିଲା। ଡିସେମ୍ବର ପାଇଁ ବର୍ତ୍ତମାନରଗହମ ଷ୍ଟକ୍ ୨୦୧୬ଠାରୁ ମଧ୍ୟ କମ୍‌ ରହିଛି। ୨୦୧୪ ଏବଂ ୨୦୧୫ ରେ ମରୁଡ଼ି ଯୋଗୁ ଗହମ ଉତ୍ପାଦନ ହ୍ରାସ ଘଟିଥିଲା ​​ଏବଂ ଭଣ୍ଡାରଗୁଡିକରେ ଷ୍ଟକ୍‌ ପରିମାଣ ୧୬.୫ ନିୟୁତ ଟନ୍‌କୁ ଖସି ଆସିଥିଲା। ନୂତନ ଫସଲର ଯୋଗାଣ ଚାରି ମାସ ପରେ ଆରମ୍ଭ ହେବ। ମୂଲ୍ୟ ସ୍ଥିର ରଖିବା ପାଇଁ ସରକାରଙ୍କ କାର୍ଯ୍ୟ ପ୍ରତି ମାସରେ ଅଧିକ କଠିନ ହେଉଛି। ମୂଲ୍ୟ ହ୍ରାସ କରିବାକୁ ସରକାର ଗୋଟିଏ ମାସରେ ୨ ନିୟୁତ ଟନ୍‌ରୁ ଅଧିକ ଗହମ ବଜାରକୁ ଛାଡି ପାରିବେନାହିଁ। ଚାଷୀଙ୍କ ଯୋଗାଣ ପ୍ରାୟ କମିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର ତଥ୍ୟ ଅନୁଯାୟୀ ନଭେମ୍ବରରେ ସରକାରୀ ଷ୍ଟକ୍‌ରେ ପ୍ରାୟ ୨ ନିୟୁତ ଟନ୍ ହ୍ରାସ ଘଟିଛି। ମେ’ ମାସରେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ଦେଶରେ ଗହମ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଗହମ ମୂଲ୍ୟରେ ବୃଦ୍ଧି ଘଟେ ତେେବ ଖୁଚୁରା ବଜାରରେ ଅଟା ସୁଜି ଏବଂ ମଇଦା ଆଦି ମୂଲ୍ୟ ବଢ଼ିବ। ବର୍ତ୍ତମାନ ବଜାରରେ ଅଟା କିଲୋ ପିଛା ୪୫ ଟଙ୍କା ରହିଥିବାବେଳେ ଗହମ ମୂଲ୍ୟ ବଢ଼ିଲେ ଅଟା ଦର ଆହୁରି ବଢ଼ିବ, ଯାହା ଖାଉଟିଙ୍କ ମୁଣ୍ଡା ବିନ୍ଧାର କାରଣ ହେବ।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

16 Dec 2022 By The Sakala

ଗହମ ଟନ୍‌ ପିଛା ବୃଦ୍ଧି ହେବ ୨୦୦୦ ଟଙ୍କା; ଖାଉଟିଙ୍କ ଉପରେ ବଢ଼ିବ ଚାପ

ନୂଆଦିଲ୍ଲୀ: ଉଚ୍ଚ ଦରଦାମ୍‌ ସହ ଯୁଝୁଥିବା ସାଧାରଣ ଖାଉଟିଙ୍କ ପାଇଁ ଖରାପ ଖବର। କାରଣ ଆସନ୍ତା ଜାନୁୟାରୀ ମାସରେ ଦେଶରେ ଅଟା ଦର ଆହୁରି ମହଙ୍ଗା ହେବ। ଏହାର ମୁଖ୍ୟ କାରଣ ହେଉଛି ଆଗାମୀ ଦିନରେ ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଜାନୁଆରୀ ମାସରେ ଗହମ ଟନ୍ ପିଛା ୨୦୦୦ ଟଙ୍କା ବୃଦ୍ଧି ହୋଇପାରେ। ଘରୋଇ କ୍ଷେତ୍ରରେ ଷ୍ଟକ୍‌ରେ ଅଭାବ ଯୋଗୁ ଗହମ ମୂଲ୍ୟରେ ଏଭଳି ବୃଦ୍ଧି ଘଟିବାକୁ ଯାଉଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଡିସେମ୍ବର ମାସରେ ଭାରତରେ ଗହମ ଷ୍ଟକ୍ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସବୁଠାରୁ ଆଶଙ୍କାର ବିଷୟ ହେଉଛି ଯେ, ଆଗାମୀ ଦିନରେ ଗହମର କୌଣସି ନୂତନ ଯୋଗାଣ ହେବାର ସମ୍ଭାବନା ନାହିଁ। ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ଦେଶରେ ଗହମ ମୂଲ୍ୟରେ ବୃଦ୍ଧି ଦେଖାଦେଇପାରେ। ଏଥିଯୋଗୁୂ ବଜାରରେ ଅଟା ମହଙ୍ଗା ହେବ। ଅପରପକ୍ଷେ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଶସ୍ୟ ମହଜୁଦ ରହିଥିବା ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି। ବାସ୍ତବ ଚିତ୍ର ଭିନ୍ନ ରହିଛି। ଗହମ ଷ୍ଟକ୍‌ରେ ହ୍ରାସ ଦେଶରେ ଦର ବୃଦ୍ଧି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ଏଥିରୁ ସ୍ପଷ୍ଟ।

ଡିସେମ୍ବର ପାଇଁ ସରକାରୀ ଗୋଦାମରେ ରଖାଯାଇଥିବା ଭାରତୀୟ ଗହମ ଷ୍ଟକ୍ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ରୀୟ ଭଣ୍ଡାରରେ ଥିବା ମୋଟ ଗହମ ଷ୍ଟକ୍ ୧୯ ନିୟୁତ ଟନ୍ରେନ୍‌ରେ ପହଞ୍ଚିଥିଲା, ଯାହା ୨୦୨୧ ଡିସେମ୍ବର ୧ ସୁଦ୍ଧା ୩୭.୮୫ ନିୟୁତ ଟନ୍ ରହିଲା। ଡିସେମ୍ବର ପାଇଁ ବର୍ତ୍ତମାନରଗହମ ଷ୍ଟକ୍ ୨୦୧୬ଠାରୁ ମଧ୍ୟ କମ୍‌ ରହିଛି। ୨୦୧୪ ଏବଂ ୨୦୧୫ ରେ ମରୁଡ଼ି ଯୋଗୁ ଗହମ ଉତ୍ପାଦନ ହ୍ରାସ ଘଟିଥିଲା ​​ଏବଂ ଭଣ୍ଡାରଗୁଡିକରେ ଷ୍ଟକ୍‌ ପରିମାଣ ୧୬.୫ ନିୟୁତ ଟନ୍‌କୁ ଖସି ଆସିଥିଲା। ନୂତନ ଫସଲର ଯୋଗାଣ ଚାରି ମାସ ପରେ ଆରମ୍ଭ ହେବ। ମୂଲ୍ୟ ସ୍ଥିର ରଖିବା ପାଇଁ ସରକାରଙ୍କ କାର୍ଯ୍ୟ ପ୍ରତି ମାସରେ ଅଧିକ କଠିନ ହେଉଛି। ମୂଲ୍ୟ ହ୍ରାସ କରିବାକୁ ସରକାର ଗୋଟିଏ ମାସରେ ୨ ନିୟୁତ ଟନ୍‌ରୁ ଅଧିକ ଗହମ ବଜାରକୁ ଛାଡି ପାରିବେନାହିଁ। ଚାଷୀଙ୍କ ଯୋଗାଣ ପ୍ରାୟ କମିବାରେ ଲାଗିଛି।

ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର ତଥ୍ୟ ଅନୁଯାୟୀ ନଭେମ୍ବରରେ ସରକାରୀ ଷ୍ଟକ୍‌ରେ ପ୍ରାୟ ୨ ନିୟୁତ ଟନ୍ ହ୍ରାସ ଘଟିଛି। ମେ’ ମାସରେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ଦେଶରେ ଗହମ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଗହମ ମୂଲ୍ୟରେ ବୃଦ୍ଧି ଘଟେ ତେେବ ଖୁଚୁରା ବଜାରରେ ଅଟା ସୁଜି ଏବଂ ମଇଦା ଆଦି ମୂଲ୍ୟ ବଢ଼ିବ। ବର୍ତ୍ତମାନ ବଜାରରେ ଅଟା କିଲୋ ପିଛା ୪୫ ଟଙ୍କା ରହିଥିବାବେଳେ ଗହମ ମୂଲ୍ୟ ବଢ଼ିଲେ ଅଟା ଦର ଆହୁରି ବଢ଼ିବ, ଯାହା ଖାଉଟିଙ୍କ ମୁଣ୍ଡା ବିନ୍ଧାର କାରଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp