ସଙ୍କଟରୁ ମୁକୁଳିପାରୁନି ପାକିସ୍ତାନ: ଚୀନ୍‌ , ସାଉଦି ଆରବକୁ ପରିଶୋଧ କରିବ ୭୭ ବିଲିୟନ ଡଲାର

The Sakala Picture
Published On

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସଙ୍କଟ ଶେଷ ହେବାର ନାଁ ଧରୁନାହିଁ। ଗୋଟିଏ ପକ୍ଷରେ ଏହାର ବୈଦେଶିକ ମୁଦ୍ରା ପାଣ୍ଠି ଶେଷ ହେବାକୁ ବସିଥିଲା ବେଳେ ଦେଶର ଉତ୍ପାଦନ ମଧ୍ୟ କମି କମି ଯାଉଛି। ଯାହାକୁ ନେଇ ସାଧାରଣ ନାଗରିକଙ୍କ ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିଛି। ଅଟା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଅଟା ପାଇଁ ଧାଡିରେ ଠିଆ ହୋଇ ଲୋକଙ୍କ ଜୀବନ ମଧ୍ୟ […]

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସଙ୍କଟ ଶେଷ ହେବାର ନାଁ ଧରୁନାହିଁ। ଗୋଟିଏ ପକ୍ଷରେ ଏହାର ବୈଦେଶିକ ମୁଦ୍ରା ପାଣ୍ଠି ଶେଷ ହେବାକୁ ବସିଥିଲା ବେଳେ ଦେଶର ଉତ୍ପାଦନ ମଧ୍ୟ କମି କମି ଯାଉଛି। ଯାହାକୁ ନେଇ ସାଧାରଣ ନାଗରିକଙ୍କ ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିଛି। ଅଟା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଅଟା ପାଇଁ ଧାଡିରେ ଠିଆ ହୋଇ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏଭଳି ସ୍ଥିତିରେ ସାଉଦି ଆରବର ପ୍ରତିଶ୍ରୁତି ପରେ ଆନ୍ତର୍ଜାତିକ ମୁଦ୍ରାକୋଷ(ଆଇଏମଏଫ୍‌) ପାକିସ୍ତାନକୁ ୫ ରୁ ୬ ବିଲିୟନ ଡଲାର ଋଣ ଆକାରରେ ଯୋଗାଇ ଦେବାକୁ ଆଶ୍ବାସନ ଦେଇଛି। କିନ୍ତୁ ଏହି ପରିମାଣର ଅର୍ଥ ପାଇବା ପରେ ମଧ୍ୟ ପାକିସ୍ତାନର ଆର୍ଥିକ ସଙ୍କଟ ଯେ ଦୂର ହୋଇପାରିବ ତାହା ଦେଖାଯାଉ ନାହିଁ। କାରଣ କେବଳ ଆଇଏମଏଫ ନୁହେଁ, ପାକିସ୍ତାନ ସାଉଦି ଆରବ ଏବଂ ଚୀନ୍‌ ଭଳି ଅନେକ ରାଷ୍ଟ୍ରରୁ ମଧ୍ୟ ପୂର୍ବରୁ କରଜ କରିସାରିଛି। ତେଣୁ ଏହି ସବୁ ରାଷ୍ଟ୍ରକୁ ନିର୍ଦ୍ଦିଷ୍ଟ ଅବଧିରେ ଋଣ ପରିଶୋଧ କରିବାକୁ ହେବ। ଏକ ରିପୋର୍ଟ ଅନୁସାରେ କେବଳ ଚୀନ୍‌ ଏବଂ ସାଉଦି ଆରବକୁ ପାକିସ୍ତାନ ୨୦୨୬ ସୁଦ୍ଧା ୭୭ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ୬ ଲକ୍ଷ ୩୦ ହଜାର କୋଟି ଟଙ୍କା) ପରିଶୋଧ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର