ଏସି, ଫ୍ରିଜ୍‌,ଟିଭିର ୱାରେଣ୍ଟିକୁ ନେଇ ଆସୁଛି ନୂଆ ନିୟମ, ମତାମତ ଦେବାକୁ କମ୍ପାନୀଙ୍କୁ ୧୫ ଦିନ ମହଲତ

The Sakala Picture
Published On

ନୂଆଦିଲ୍ଲୀ : କେବେ କେବେ ଗ୍ରାହକମାନେ ଫ୍ରିଜ୍, ଟିଭି ଏବଂ ଏସି ସହିତ ଘରେ ବ୍ୟବହାର କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣର ୱାରେଣ୍ଟିକୁ ନେଇ ଚିନ୍ତିତ ଥାନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ବାସ୍ତବରେ ଏହି ସାମଗ୍ରୀଗୁଡିକର ୱାରେଣ୍ଟି ପାଇଁ ସରକାର ନୂତନ ନିୟମ ପ୍ରସ୍ତୁତ କରିବାକୁ ସଜବାଜ ହେଉଛନ୍ତି। ବିଭିନ୍ନ ସାମଗ୍ରୀର ୱାରେଣ୍ଟି ତାରିଖକୁ ନେଇ ବଢ଼ୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର କମ୍ପାନୀଗୁଡିକ ଉପରେ କଡା ନଜର ଦେବା ଆରମ୍ଭ କରିଛନ୍ତି। ନିୟମକୁ […]

ନୂଆଦିଲ୍ଲୀ : କେବେ କେବେ ଗ୍ରାହକମାନେ ଫ୍ରିଜ୍, ଟିଭି ଏବଂ ଏସି ସହିତ ଘରେ ବ୍ୟବହାର କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣର ୱାରେଣ୍ଟିକୁ ନେଇ ଚିନ୍ତିତ ଥାନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ବାସ୍ତବରେ ଏହି ସାମଗ୍ରୀଗୁଡିକର ୱାରେଣ୍ଟି ପାଇଁ ସରକାର ନୂତନ ନିୟମ ପ୍ରସ୍ତୁତ କରିବାକୁ ସଜବାଜ ହେଉଛନ୍ତି। ବିଭିନ୍ନ ସାମଗ୍ରୀର ୱାରେଣ୍ଟି ତାରିଖକୁ ନେଇ ବଢ଼ୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର କମ୍ପାନୀଗୁଡିକ ଉପରେ କଡା ନଜର ଦେବା ଆରମ୍ଭ କରିଛନ୍ତି। ନିୟମକୁ ସରଳ କରି ଉତ୍ପାଦ କ୍ରୟ କରାଯିବା ଦିନ ବଦଳରେ ତାହାର ସଂସ୍ଥାପନ କରାଯିବା ଦିନଠାରୁ ୱାରେଣ୍ଟି ଆରମ୍ଭ କରିବାକୁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରଣାଳୟ କମ୍ପାନୀଗୁଡିକୁ ପରାମର୍ଶ ଦେଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ କମ୍ପାନୀଗୁଡ଼ିକୁ ୧୫ ଦିନ ମଧ୍ୟରେ ସେମାନଙ୍କ ମତାମତ ପଠାଇବାକୁ କହିଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

ଉପଭୋକ୍ତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ମଧ୍ୟ କମ୍ପାନୀଗୁଡିକ ସହିତ ଏହି ପ୍ରସଙ୍ଗରେ ଏକ ବୈଠକ କରିଛି। ଗ୍ରାହକ ବ୍ୟାପାର ସଚିବ ତଥା ସିସିପିଏ ମୁଖ୍ୟ କମିଶନର ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରିଲାଏନ୍ସ ରିଟେଲ, ଏଲ୍‌ଜି, ପାନାସୋନିକ୍, ହାୟର୍, କ୍ରୋମା ଏବଂ ବୋସ୍ ସମେତ ପ୍ରମୁଖ ବୈଦ୍ୟୁତିକ ଉପକରଣ କମ୍ପାନୀଗୁଡିକର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ବଡ଼ ଖବର: ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା ​​ଯେ, ଗ୍ରାହକଙ୍କ ଘରେ ଉତ୍ପାଦ ସଂସ୍ଥାପନ ପରେ ମଧ୍ୟ କମ୍ପାନୀ କ୍ରୟ ତାରିଖରୁ ୱାରେଣ୍ଟି ଅବଧି ଆରମ୍ଭ କରିବାକୁ ବିଚାର କରୁଛି। ମନ୍ତ୍ରଣାଳୟର କହିବାନୁଯାୟୀ,ଯନ୍ତ୍ରପାତି ବ୍ୟବହାର ଆରମ୍ଭ ହେବା ଦିନଠାରୁ ୱାରେଣ୍ଟି ଅବଧି ଗଣାଯିବା ଉଚିତ, କାରଣ ଏହାକୁ ସଂସ୍ଥାପନ କରାଯିବା ପରେ ହିଁ ବ୍ୟବହାର କରାଯାଇଥାଏ। ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ସାଧାରଣତଃ ଦୁଇ ପ୍ରକାରର। ଆଇରନ୍, ଓ ମାଇକ୍ରୋୱେଭ୍‌ ଭଳି ବୈଦ୍ୟୁତିକ ଉପକରଣ ଯାହାର କି ସଂସ୍ଥାପନ ଆବଶ୍ୟକ ହୁଏ ନାହିଁ। ଗ୍ରାହକମାନେ ଏହାକୁ କିଣିବା ପରେ ପରେ ବ୍ୟବହାର କରିବା ଆରମ୍ଭ କିଥାରନ୍ତି। ତେବେ ଏସି କିମ୍ବା ଫ୍ରିଜ୍ ପରି ଉପକରଣଗୁଡ଼ିକ ସଂସ୍ଥାପନ ଆବଶ୍ୟକ କରିଥାଏ। ଏପରି ପରିସ୍ଥିତିରେ, ଏସି ଏବଂ ରେଫ୍ରିଜରେଟର ପାଇଁ ୱାରେଣ୍ଟି ଅବଧି ଏହାର ସଂସ୍ଥାପନ ଦିନଠାରୁ ଆରମ୍ଭ କରାଯିବା ଉଚିତ୍‌। ଗ୍ରାହକ ସୁରକ୍ଷା ଆଇନର ଧାରା ୨ ଅନୁଯାୟୀ, ଉତ୍ପାଦ କିମ୍ବା ସେବାଗୁଡ଼ିକର ଗୁଣବତ୍ତା, ପରିମାଣ, ଶୁଦ୍ଧତା, ମାନକ ଏବଂ ମୂଲ୍ୟ ବିଷୟରେ ଗ୍ରାହକଙ୍କୁ ସୂଚନା ଦେବାର ଅଧିକାର ରହିଛି।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ବିଗିଡ଼ୁଛି ସ୍ଥିତି: ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜରେ ଭାରତୀୟ ନାବିକଙ୍କୁ ମୁତୟନ ନକରିବାକୁ ଡିଜିଏମ୍ଏ ର ନିର୍ଦ୍ଦେଶ

26 Jun 2024 By The Sakala

ଏସି, ଫ୍ରିଜ୍‌,ଟିଭିର ୱାରେଣ୍ଟିକୁ ନେଇ ଆସୁଛି ନୂଆ ନିୟମ, ମତାମତ ଦେବାକୁ କମ୍ପାନୀଙ୍କୁ ୧୫ ଦିନ ମହଲତ

ନୂଆଦିଲ୍ଲୀ : କେବେ କେବେ ଗ୍ରାହକମାନେ ଫ୍ରିଜ୍, ଟିଭି ଏବଂ ଏସି ସହିତ ଘରେ ବ୍ୟବହାର କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣର ୱାରେଣ୍ଟିକୁ ନେଇ ଚିନ୍ତିତ ଥାନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ବାସ୍ତବରେ ଏହି ସାମଗ୍ରୀଗୁଡିକର ୱାରେଣ୍ଟି ପାଇଁ ସରକାର ନୂତନ ନିୟମ ପ୍ରସ୍ତୁତ କରିବାକୁ ସଜବାଜ ହେଉଛନ୍ତି। ବିଭିନ୍ନ ସାମଗ୍ରୀର ୱାରେଣ୍ଟି ତାରିଖକୁ ନେଇ ବଢ଼ୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର କମ୍ପାନୀଗୁଡିକ ଉପରେ କଡା ନଜର ଦେବା ଆରମ୍ଭ କରିଛନ୍ତି। ନିୟମକୁ ସରଳ କରି ଉତ୍ପାଦ କ୍ରୟ କରାଯିବା ଦିନ ବଦଳରେ ତାହାର ସଂସ୍ଥାପନ କରାଯିବା ଦିନଠାରୁ ୱାରେଣ୍ଟି ଆରମ୍ଭ କରିବାକୁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରଣାଳୟ କମ୍ପାନୀଗୁଡିକୁ ପରାମର୍ଶ ଦେଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ କମ୍ପାନୀଗୁଡ଼ିକୁ ୧୫ ଦିନ ମଧ୍ୟରେ ସେମାନଙ୍କ ମତାମତ ପଠାଇବାକୁ କହିଛି।

ଉପଭୋକ୍ତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ମଧ୍ୟ କମ୍ପାନୀଗୁଡିକ ସହିତ ଏହି ପ୍ରସଙ୍ଗରେ ଏକ ବୈଠକ କରିଛି। ଗ୍ରାହକ ବ୍ୟାପାର ସଚିବ ତଥା ସିସିପିଏ ମୁଖ୍ୟ କମିଶନର ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରିଲାଏନ୍ସ ରିଟେଲ, ଏଲ୍‌ଜି, ପାନାସୋନିକ୍, ହାୟର୍, କ୍ରୋମା ଏବଂ ବୋସ୍ ସମେତ ପ୍ରମୁଖ ବୈଦ୍ୟୁତିକ ଉପକରଣ କମ୍ପାନୀଗୁଡିକର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା ​​ଯେ, ଗ୍ରାହକଙ୍କ ଘରେ ଉତ୍ପାଦ ସଂସ୍ଥାପନ ପରେ ମଧ୍ୟ କମ୍ପାନୀ କ୍ରୟ ତାରିଖରୁ ୱାରେଣ୍ଟି ଅବଧି ଆରମ୍ଭ କରିବାକୁ ବିଚାର କରୁଛି। ମନ୍ତ୍ରଣାଳୟର କହିବାନୁଯାୟୀ,ଯନ୍ତ୍ରପାତି ବ୍ୟବହାର ଆରମ୍ଭ ହେବା ଦିନଠାରୁ ୱାରେଣ୍ଟି ଅବଧି ଗଣାଯିବା ଉଚିତ, କାରଣ ଏହାକୁ ସଂସ୍ଥାପନ କରାଯିବା ପରେ ହିଁ ବ୍ୟବହାର କରାଯାଇଥାଏ। ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ସାଧାରଣତଃ ଦୁଇ ପ୍ରକାରର। ଆଇରନ୍, ଓ ମାଇକ୍ରୋୱେଭ୍‌ ଭଳି ବୈଦ୍ୟୁତିକ ଉପକରଣ ଯାହାର କି ସଂସ୍ଥାପନ ଆବଶ୍ୟକ ହୁଏ ନାହିଁ। ଗ୍ରାହକମାନେ ଏହାକୁ କିଣିବା ପରେ ପରେ ବ୍ୟବହାର କରିବା ଆରମ୍ଭ କିଥାରନ୍ତି। ତେବେ ଏସି କିମ୍ବା ଫ୍ରିଜ୍ ପରି ଉପକରଣଗୁଡ଼ିକ ସଂସ୍ଥାପନ ଆବଶ୍ୟକ କରିଥାଏ। ଏପରି ପରିସ୍ଥିତିରେ, ଏସି ଏବଂ ରେଫ୍ରିଜରେଟର ପାଇଁ ୱାରେଣ୍ଟି ଅବଧି ଏହାର ସଂସ୍ଥାପନ ଦିନଠାରୁ ଆରମ୍ଭ କରାଯିବା ଉଚିତ୍‌। ଗ୍ରାହକ ସୁରକ୍ଷା ଆଇନର ଧାରା ୨ ଅନୁଯାୟୀ, ଉତ୍ପାଦ କିମ୍ବା ସେବାଗୁଡ଼ିକର ଗୁଣବତ୍ତା, ପରିମାଣ, ଶୁଦ୍ଧତା, ମାନକ ଏବଂ ମୂଲ୍ୟ ବିଷୟରେ ଗ୍ରାହକଙ୍କୁ ସୂଚନା ଦେବାର ଅଧିକାର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp