ପାର୍ବଣରେ ବଜାର ମାନ୍ଦା; କାର୍‌ ବିକ୍ରି ହ୍ରାସ

The Sakala Picture
Published On

ନୂଆଦୀଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହି ପାର୍ବଣରେ ସବୁ ଜିନିଷର ବଜାର ଚାହିଦା କାହିଁ କେତେ ଉପରେ। ହେଲେ ଅଟୋମୋବାଇଲ କ୍ଷେତ୍ରରେ ସେପରି ଆକର୍ଷଣ ନାହିଁ। କାରଣ ପାର୍ବଣରେ ଅଟୋ ବଜାର ମାନ୍ଦା। କେବଳ କାର କାହିଁକି ଦୁଇଚକିଆ ଯାନ ବିକ୍ରିରେ ତୀବ୍ର ହ୍ରାସ ଘଟିଛି। ଏମିତିକି ଦେଶରେ ଡିଲରମାନଙ୍କ ପାଖରେ ପଡିରହିଛି ୭.୯ ଲକ୍ଷ ୟୁନିଟ୍‌ କାର ଷ୍ଟକ୍‌। ସେପ୍ଟେମ୍ବର ମାସରେ ସାରା ଦେଶରେ ଯାନବାହାନର ଖୁଚୁରା ବିକ୍ରିରେ ୯.୨୬% ହ୍ରାସ ଘଟିଛି। ଅଟୋମୋବାଇଲ୍ କମ୍ପାନୀଗୁଡିକ […]

ନୂଆଦୀଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହି ପାର୍ବଣରେ ସବୁ ଜିନିଷର ବଜାର ଚାହିଦା କାହିଁ କେତେ ଉପରେ। ହେଲେ ଅଟୋମୋବାଇଲ କ୍ଷେତ୍ରରେ ସେପରି ଆକର୍ଷଣ ନାହିଁ। କାରଣ ପାର୍ବଣରେ ଅଟୋ ବଜାର ମାନ୍ଦା। କେବଳ କାର କାହିଁକି ଦୁଇଚକିଆ ଯାନ ବିକ୍ରିରେ ତୀବ୍ର ହ୍ରାସ ଘଟିଛି। ଏମିତିକି ଦେଶରେ ଡିଲରମାନଙ୍କ ପାଖରେ ପଡିରହିଛି ୭.୯ ଲକ୍ଷ ୟୁନିଟ୍‌ କାର ଷ୍ଟକ୍‌।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ସେପ୍ଟେମ୍ବର ମାସରେ ସାରା ଦେଶରେ ଯାନବାହାନର ଖୁଚୁରା ବିକ୍ରିରେ ୯.୨୬% ହ୍ରାସ ଘଟିଛି। ଅଟୋମୋବାଇଲ୍ କମ୍ପାନୀଗୁଡିକ ଗତ ମାସରେ ପ୍ରାୟ ୧୭.୨୩ ଲକ୍ଷ ଗାଡ଼ି ବିକ୍ରି କରିଥିଲେ। ଏଥିସହିତ ଗତ ବର୍ଷର ସମାନ ମାସରେ ୧୯ ଲକ୍ଷ ଯାନ ବିକ୍ରି ହୋଇଥିଲା ଏବଂ ସେହି ସମୟ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ କାର ବିକ୍ରିରେ ବାର୍ଷିକ ପ୍ରାୟ ୧୯% ହ୍ରାସ ପାଇଛି। କାର କମ୍ପାନୀଗୁଡିକ ସେପ୍ଟେମ୍ବରରେ କେବଳ ୨,୭୫,୬୮୧ ୟୁନିଯ୍‌ କାର ବିକ୍ରି କରିଥିଲେ। ଏଥିସହିତ, ଗତ ବର୍ଷ ସମାନ ମାସରେ ୩,୩୯,୫୪୩ ୟୁନିଟ୍‌ ଗାଡି ବିକ୍ରି ହୋଇଥିଲା। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର ଆସୋସିଏସନ୍ (ଫାଡା) ପକ୍ଷରୁ ଆଜି ପ୍ରକାଶିତ ମାସିକ ବିକ୍ରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଫାଡା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଗଣେଶ ପୂଜା ଏବଂ ଓନମ୍‌ ଭଳି ପର୍ବ ସତ୍ତ୍ବେ କାର ଚାହିଦା ବଢ଼ିପାରିନାହିଁ। ଡିଲର ସଂଘର କହିବାନୁଯାୟୀ, ଚାହିଦାରେ ହ୍ରାସ ହେତୁ ପ୍ରାୟ ୭.୯ ଲକ୍ଷ ଗାଡି (୮୦ ରୁ ୮୫ ଦିନ)ର ଷ୍ଟକ୍ ଡିଲରମାନଙ୍କ ନିକଟରେ ଜମା ହୋଇରହିଛି, ଯାହାର ମୂଲ୍ୟ ୭୯,୦୦୦ କୋଟି ଟଙ୍କା। ଡିଲରଶିଫ୍ରେ ଅତ୍ୟଧିକ ଷ୍ଟକ୍‌ ରହିଥିବା ଯୋଗୁ ଯାତ୍ରୀବାହୀ ଯାନ ଶ୍ରେଣୀରେ ଏକ ଗୁରୁତର ପରିସ୍ଥିତି ସୃଷ୍ଟି ହେବ। ଯଦି ଅକ୍ଟୋବର ମାସରେ ଗାଡ଼ି ଚାହିଦା ଆଶାଜନକ ନ ରୁହେ ତେବେ ବିକ୍ରି ବୃଦ୍ଧି ହୋଇ ନ ପାରେ। ଏଭଳି ପରିସ୍ଥିତିରେ ଡିଲରମାନଙ୍କୁ ବହୁ କ୍ଷତି ସହିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

ଦୁଇ ଚକିଆ ଯାନର ବିକ୍ରିରେ ମଧ୍ୟ ହ୍ରାସ ପାଇଛି। ଏହି ଅବଧି ମଧ୍ୟରେ ଗତ ବର୍ଷର ସମାନ ସମୟ ତୁଳନାରେ ଚଳିତବର୍ଷର ସେପ୍ଟେମ୍ବରରେ ଦୁଇଚକିଆ ଯାନ ବିକ୍ରିରେ ମଧ୍ୟ ୮.୫୧% ହ୍ରାସ ଘଟିଛି। ସେପ୍ଟେମ୍ବର ମାସରେ ଦୁଇ ଚକିଆ କମ୍ପାନୀଗୁଡିକ ୧୨,୦୪,୨୫୯ ଗାଡି ବିକ୍ରି କରିଥିଲା। ସେହି ସମୟରେ, ଗତ ବର୍ଷ ସମାନ ମାସରେ ୧୩,୧୬,୩୦୦ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲେ। ଅପରପକ୍ଷେ ଏହି ସମୟରେ ତିନି ଚକିଆ ଯାନ ଏବଂ ଟ୍ରାକ୍ଟରର ବିକ୍ରି ବୃଦ୍ଧି ପାଇଛି। ଏହାସହିତ ସେପ୍ଟେମ୍ବରରେ ବ୍ୟବସାୟିକ ଯାନ ବିକ୍ରିରେ ବାର୍ଷିକ ୧୦.୪୫% ହ୍ରାସ ଘଟିଥିଲା। ଅନ୍ୟପକ୍ଷରେ, ତିନି ଚକିଆ ଯାନରେ ବାର୍ଷିକ ୦.୬୬% ଏବଂ ଟ୍ରାକ୍ଟର ବିଭାଗରେ ବାର୍ଷିକ ୧୪.୬୯ ଅଭିବୃଦ୍ଧି ଦେଖୀବାକୁ ମିଳିଛି।

09 Oct 2024 By The Sakala

ପାର୍ବଣରେ ବଜାର ମାନ୍ଦା; କାର୍‌ ବିକ୍ରି ହ୍ରାସ

ନୂଆଦୀଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହି ପାର୍ବଣରେ ସବୁ ଜିନିଷର ବଜାର ଚାହିଦା କାହିଁ କେତେ ଉପରେ। ହେଲେ ଅଟୋମୋବାଇଲ କ୍ଷେତ୍ରରେ ସେପରି ଆକର୍ଷଣ ନାହିଁ। କାରଣ ପାର୍ବଣରେ ଅଟୋ ବଜାର ମାନ୍ଦା। କେବଳ କାର କାହିଁକି ଦୁଇଚକିଆ ଯାନ ବିକ୍ରିରେ ତୀବ୍ର ହ୍ରାସ ଘଟିଛି। ଏମିତିକି ଦେଶରେ ଡିଲରମାନଙ୍କ ପାଖରେ ପଡିରହିଛି ୭.୯ ଲକ୍ଷ ୟୁନିଟ୍‌ କାର ଷ୍ଟକ୍‌।

ସେପ୍ଟେମ୍ବର ମାସରେ ସାରା ଦେଶରେ ଯାନବାହାନର ଖୁଚୁରା ବିକ୍ରିରେ ୯.୨୬% ହ୍ରାସ ଘଟିଛି। ଅଟୋମୋବାଇଲ୍ କମ୍ପାନୀଗୁଡିକ ଗତ ମାସରେ ପ୍ରାୟ ୧୭.୨୩ ଲକ୍ଷ ଗାଡ଼ି ବିକ୍ରି କରିଥିଲେ। ଏଥିସହିତ ଗତ ବର୍ଷର ସମାନ ମାସରେ ୧୯ ଲକ୍ଷ ଯାନ ବିକ୍ରି ହୋଇଥିଲା ଏବଂ ସେହି ସମୟ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ କାର ବିକ୍ରିରେ ବାର୍ଷିକ ପ୍ରାୟ ୧୯% ହ୍ରାସ ପାଇଛି। କାର କମ୍ପାନୀଗୁଡିକ ସେପ୍ଟେମ୍ବରରେ କେବଳ ୨,୭୫,୬୮୧ ୟୁନିଯ୍‌ କାର ବିକ୍ରି କରିଥିଲେ। ଏଥିସହିତ, ଗତ ବର୍ଷ ସମାନ ମାସରେ ୩,୩୯,୫୪୩ ୟୁନିଟ୍‌ ଗାଡି ବିକ୍ରି ହୋଇଥିଲା। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର ଆସୋସିଏସନ୍ (ଫାଡା) ପକ୍ଷରୁ ଆଜି ପ୍ରକାଶିତ ମାସିକ ବିକ୍ରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଫାଡା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଗଣେଶ ପୂଜା ଏବଂ ଓନମ୍‌ ଭଳି ପର୍ବ ସତ୍ତ୍ବେ କାର ଚାହିଦା ବଢ଼ିପାରିନାହିଁ। ଡିଲର ସଂଘର କହିବାନୁଯାୟୀ, ଚାହିଦାରେ ହ୍ରାସ ହେତୁ ପ୍ରାୟ ୭.୯ ଲକ୍ଷ ଗାଡି (୮୦ ରୁ ୮୫ ଦିନ)ର ଷ୍ଟକ୍ ଡିଲରମାନଙ୍କ ନିକଟରେ ଜମା ହୋଇରହିଛି, ଯାହାର ମୂଲ୍ୟ ୭୯,୦୦୦ କୋଟି ଟଙ୍କା। ଡିଲରଶିଫ୍ରେ ଅତ୍ୟଧିକ ଷ୍ଟକ୍‌ ରହିଥିବା ଯୋଗୁ ଯାତ୍ରୀବାହୀ ଯାନ ଶ୍ରେଣୀରେ ଏକ ଗୁରୁତର ପରିସ୍ଥିତି ସୃଷ୍ଟି ହେବ। ଯଦି ଅକ୍ଟୋବର ମାସରେ ଗାଡ଼ି ଚାହିଦା ଆଶାଜନକ ନ ରୁହେ ତେବେ ବିକ୍ରି ବୃଦ୍ଧି ହୋଇ ନ ପାରେ। ଏଭଳି ପରିସ୍ଥିତିରେ ଡିଲରମାନଙ୍କୁ ବହୁ କ୍ଷତି ସହିବାକୁ ପଡିବ।

ଦୁଇ ଚକିଆ ଯାନର ବିକ୍ରିରେ ମଧ୍ୟ ହ୍ରାସ ପାଇଛି। ଏହି ଅବଧି ମଧ୍ୟରେ ଗତ ବର୍ଷର ସମାନ ସମୟ ତୁଳନାରେ ଚଳିତବର୍ଷର ସେପ୍ଟେମ୍ବରରେ ଦୁଇଚକିଆ ଯାନ ବିକ୍ରିରେ ମଧ୍ୟ ୮.୫୧% ହ୍ରାସ ଘଟିଛି। ସେପ୍ଟେମ୍ବର ମାସରେ ଦୁଇ ଚକିଆ କମ୍ପାନୀଗୁଡିକ ୧୨,୦୪,୨୫୯ ଗାଡି ବିକ୍ରି କରିଥିଲା। ସେହି ସମୟରେ, ଗତ ବର୍ଷ ସମାନ ମାସରେ ୧୩,୧୬,୩୦୦ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲେ। ଅପରପକ୍ଷେ ଏହି ସମୟରେ ତିନି ଚକିଆ ଯାନ ଏବଂ ଟ୍ରାକ୍ଟରର ବିକ୍ରି ବୃଦ୍ଧି ପାଇଛି। ଏହାସହିତ ସେପ୍ଟେମ୍ବରରେ ବ୍ୟବସାୟିକ ଯାନ ବିକ୍ରିରେ ବାର୍ଷିକ ୧୦.୪୫% ହ୍ରାସ ଘଟିଥିଲା। ଅନ୍ୟପକ୍ଷରେ, ତିନି ଚକିଆ ଯାନରେ ବାର୍ଷିକ ୦.୬୬% ଏବଂ ଟ୍ରାକ୍ଟର ବିଭାଗରେ ବାର୍ଷିକ ୧୪.୬୯ ଅଭିବୃଦ୍ଧି ଦେଖୀବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp