ହଂକଂକୁ ଟପି ଭାରତ ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ୍‌ ବଜାର

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍‌ ବଜାର ଏବେ ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରିବାରେ ଲାଗିଛି। ପୁଣି ଥରେ ହଂକଂକୁ ଟପି ଘରୋଇ ଷ୍ଟକ୍‌ ବଜାର ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ୍‌ ବଜାରର ମାନ୍ୟତା ଲାଭ କରିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେୟାର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ବିଶ୍ୱର ଚତୁର୍ଥ ବୃହତ ଶେୟାର ବଜାର ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବିଏସ୍‌ଇ ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ବଜାର ପୁଞ୍ଜି […]

ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍‌ ବଜାର ଏବେ ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରିବାରେ ଲାଗିଛି। ପୁଣି ଥରେ ହଂକଂକୁ ଟପି ଘରୋଇ ଷ୍ଟକ୍‌ ବଜାର ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ୍‌ ବଜାରର ମାନ୍ୟତା ଲାଭ କରିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେୟାର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ବିଶ୍ୱର ଚତୁର୍ଥ ବୃହତ ଶେୟାର ବଜାର ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବିଏସ୍‌ଇ ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ହଂକଂ ବଜାରକୁ ଟପିଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଭାରତୀୟ ଶେୟାର ବଜାରର ମୂଲ୍ୟ ୫.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବାବେଳେ ହଂକଂର ୫.୧୭ ଟ୍ରିଲିୟନ ଡଲାର ରହିଛି। ସେପଟେ ଆମେରିକାର ମିଡ୍ କ୍ୟାପ ଶେୟାର ବଜାର ମୂଲ୍ୟ ଉଚ୍ଚରେ ରହିଛି। ଏବେ ବି ବଜାରପୁଞ୍ଜି ଦୃଷ୍ଟିରୁ ଆମେରିକା ବିଶ୍ବର ବୃହତ୍‌ ଷ୍ଟକ୍‌ ବଜାର। ଆମେରିକାର ଷ୍ଟକ୍‌ ବଜାରର ମୋଟ ବଜାର ପୁଞ୍ଜି ୫୬.୪୯ ଟ୍ରିଲିୟନ୍‌ ଡଲାର ରହିଛି। ଏହା ପଛକୁ ଚୀନ୍‌ ରହିଛି। ଚୀନର ବଜାର ମୂଲ୍ୟ ୮.୮୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଜାପାନ ୬.୩୦ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି। ତେବେ ଭାରତୀୟ ଶେୟାର ବଜାର ଏହି ଅଗ୍ରଗତି ସହ ଦ୍ୱିତୀୟ ଥର ପାଇଁ ହଂକଂ ଷ୍ଟକ୍ ବଜାରକୁ ଟପିଯାଇଛି। ଚଳିତବର୍ଷ ଜାନୁୟାରୀ ୨୩ରେ ହଂକଂକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ଶେୟାର ବଜାର ହୋଇଥିଲା ଭାରତ। କିନ୍ତୁ ଏହା ପରେ ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ ୧୨%ରୁ ଅଧିକ ରିଟର୍ଣ୍ଣ ସହ ସର୍ବମୋଟ ୨୦% ବୃଦ୍ଧି ଘଟିଥିଲା, ଯାହା ଫଳରେ ଜୁନ୍ ଯାଏ ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନ ବଜାୟ ରଖିଥିଲା ହଂକଂ। ଲୋକସଭା ନିର୍ବାଚନକୁ ନେଇ ଶେୟାର ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ବଜାରରେ ପ୍ରବଳ ଅସ୍ଥିରତା ଦେଖାଦେଇଥିଲା। ଏଗ୍‌ଜିଟ୍ ପୋଲ୍ ଅନୁସାରେ ଫଳାଫଳ ନ ହେବାରୁ ଶେୟାର ବଜାର ୬ ପ୍ରତିଶତ ହ୍ରାସ ପାଇଥିଲା। ଏହି ଦିନ ନିବେଶକଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା।କିନ୍ତୁ ଏହା ପରଠାରୁ ସ୍ଥିତିରେ ଧୀରେ ଧୀରେ ବଜାର କାବରାରରେ ସୁଧାର ଆସୁଛି। ନିକଟରେ ପ୍ରଥମ ଥର ପାଇଁ ସେନ୍‌ସେକ୍ସ ୭୭ ହଜାର ପଏଣ୍ଟ ଅତିକ୍ରମ କରିଥିଲା। ଯାହାର ଫଳସ୍ବରୂପ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଶ୍ୱର ଚତୁର୍ଥ ବୃହର ଶେଆର ବଜାର ହୋଇପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର