ଖାଉଟିଙ୍କୁ ଡାଲି ଦର ବୃଦ୍ଧି ଚିନ୍ତା, ବର୍ଷକରେ ଡାଲି ୩୧ ପ୍ରତିଶତ ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ଦରଦାମ୍‌ ବୃଦ୍ଧି ବଡ଼ ପ୍ରସଙ୍ଗ ପାଲଟିଛି। ବର୍ତ୍ତମାନର ନିର୍ବାଚନୀ ଋତୁରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ଯେଭଳି ରହିଛି ସେଥିରେ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କାରଣ ବିଭିନ୍ନ ସାମଗ୍ରୀର ଉଚ୍ଚ ଦରଦାମ୍‌କୁ ନେଇ ଖାଉଟିଙ୍କ ଚିନ୍ତା ହଟି ନ ଥିବାବେଳେ ଏବେ ଡାଲି ଦର ବଢ଼ିବାରେ ଲାଗିଛି। ଏମିତିକି ମାତ୍ର ବର୍ଷକ ମଧ୍ୟରେ ଘରୋଇ ବଜାରରେ ଡାଲି ଦରରେ ୩୧ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଚଳିତବର୍ଷର ଡାଲି ଫସଲ କେତେକାଂଶରେ […]

ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ଦରଦାମ୍‌ ବୃଦ୍ଧି ବଡ଼ ପ୍ରସଙ୍ଗ ପାଲଟିଛି। ବର୍ତ୍ତମାନର ନିର୍ବାଚନୀ ଋତୁରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ଯେଭଳି ରହିଛି ସେଥିରେ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କାରଣ ବିଭିନ୍ନ ସାମଗ୍ରୀର ଉଚ୍ଚ ଦରଦାମ୍‌କୁ ନେଇ ଖାଉଟିଙ୍କ ଚିନ୍ତା ହଟି ନ ଥିବାବେଳେ ଏବେ ଡାଲି ଦର ବଢ଼ିବାରେ ଲାଗିଛି। ଏମିତିକି ମାତ୍ର ବର୍ଷକ ମଧ୍ୟରେ ଘରୋଇ ବଜାରରେ ଡାଲି ଦରରେ ୩୧ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଚଳିତବର୍ଷର ଡାଲି ଫସଲ କେତେକାଂଶରେ ଅନୁକୂଳ ବର୍ଷା ଉପରେ ନିର୍ଭର କରୁଛି। ଯଦି ଗତ ଥର ଭଳି ଏଥର ଜଳବାୟୁ ଭଲ ନ ରୁହେ ତେବେ ଡାଲି ଫସଲ କ୍ଷତିଗ୍ରସ୍ଥ ହେବ। ଏହାହେଲେ ଆଗାମୀ ଦିନରେ ବଜାରରେ ଡାଲି ଦର ଆହୁରି ବୃଦ୍ଧି ଘଟିବ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ଖୁଚୁରା ବଜାରରେ ଡାଲି ଦର ହୁ ହୁ ହୋଇ ବଢ଼ିଚାଲିଛି। ନିର୍ବାଚନ ସମୟରେ ଡାଲି ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି। କେବଳ ଗୋଟିଏ ବର୍ଷରେ ହରଡ ଡାଲି ଦର କିଲୋ ପିଛା ୩୧ ପ୍ରତିଶତ ବୃଦ୍ଧି ପାଇଛି। କେବଳ ହରଡ ଡାଲି ନୁହେଁ, ବିରି ଡାଲି ମୂଲ୍ୟ ମଧ୍ୟ ପ୍ରାୟ ବର୍ଷକ ମଧ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଉଟିଙ୍କ ଡାଲି ଚାହିଦା ପୂରଣ କରିବା ପାଇଁ ୧୯୮୧ ପରଠାରୁ ଦେଶ ଡାଲି ଆମଦାନୀ କରିଆସୁଛି। ଆମର ବାର୍ଷିକ ଡାଲି ଚାହିଦାର ପ୍ରାୟ ୧୦ ପ୍ରତିଶତ ତାଞ୍ଜାନିଆ, ମୋଜାମ୍ବିକ ଏବଂ ମିଆଁମାର ଭଳି ଦେଶରୁ ଆସିଥାଏ। ଡାଲି ଚାଷ ସାଧାରଣତଃ ଜଳସେଚନ ମାଧ୍ୟମରେ କରାଯାଏନାହିଁ। ଏଭଳି ପରିସ୍ଥିତିରେ ମୌସୁମୀ ସମୟ ଆସିବା ଏବଂ ଯିବା ଜରୁରୀ। ଯେ କୌଣସି ପରିବର୍ତ୍ତନ ଅମଳ ଉପରେ ବହୁ ପରିମାଣରେ ପ୍ରଭାବ ପକାଇପାରେ। ଏହାଛଡା ଗତ ଥର ରୋଗ ଫସଲ ଡାଲି ଉତ୍ପାଦନକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ଘରୋଇ ବଜାରରେ ହରଡ ଡାଲି କିଲୋ ପିଛା ଦର ୧୬୫ରୁ ୧୭୦ ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବପାରେ। ଡାଲି ଦର ବୃଦ୍ଧି ଉପରେ ମତ ରଖି ଓଡ଼ିଶା ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଡାଲି ଦର ବୃଦ୍ଧି ପାଇଁ କର୍ପୋରେଟ୍‌ ସଂସ୍ଥା ଦାୟୀ। କର୍ପୋରେଟ୍‌ ସଂସ୍ଥାଗୁଡିକ ଅଧିକ ମାତ୍ରାରେ ସାମଗ୍ରୀ ମହଜୁଦ କରି ଯେଭଁଭଳି ଭାବେ ମନମାନୀ କରୁଛନ୍ତି ସେଥିରେ ଖୁଚୁରା ବଜାରରେ ଦର ବୃଦ୍ଧି ଘଟୁଛି।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

09 May 2024 By The Sakala

ଖାଉଟିଙ୍କୁ ଡାଲି ଦର ବୃଦ୍ଧି ଚିନ୍ତା, ବର୍ଷକରେ ଡାଲି ୩୧ ପ୍ରତିଶତ ମହଙ୍ଗା

ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ଦରଦାମ୍‌ ବୃଦ୍ଧି ବଡ଼ ପ୍ରସଙ୍ଗ ପାଲଟିଛି। ବର୍ତ୍ତମାନର ନିର୍ବାଚନୀ ଋତୁରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ଯେଭଳି ରହିଛି ସେଥିରେ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କାରଣ ବିଭିନ୍ନ ସାମଗ୍ରୀର ଉଚ୍ଚ ଦରଦାମ୍‌କୁ ନେଇ ଖାଉଟିଙ୍କ ଚିନ୍ତା ହଟି ନ ଥିବାବେଳେ ଏବେ ଡାଲି ଦର ବଢ଼ିବାରେ ଲାଗିଛି। ଏମିତିକି ମାତ୍ର ବର୍ଷକ ମଧ୍ୟରେ ଘରୋଇ ବଜାରରେ ଡାଲି ଦରରେ ୩୧ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଚଳିତବର୍ଷର ଡାଲି ଫସଲ କେତେକାଂଶରେ ଅନୁକୂଳ ବର୍ଷା ଉପରେ ନିର୍ଭର କରୁଛି। ଯଦି ଗତ ଥର ଭଳି ଏଥର ଜଳବାୟୁ ଭଲ ନ ରୁହେ ତେବେ ଡାଲି ଫସଲ କ୍ଷତିଗ୍ରସ୍ଥ ହେବ। ଏହାହେଲେ ଆଗାମୀ ଦିନରେ ବଜାରରେ ଡାଲି ଦର ଆହୁରି ବୃଦ୍ଧି ଘଟିବ।

ଖୁଚୁରା ବଜାରରେ ଡାଲି ଦର ହୁ ହୁ ହୋଇ ବଢ଼ିଚାଲିଛି। ନିର୍ବାଚନ ସମୟରେ ଡାଲି ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି। କେବଳ ଗୋଟିଏ ବର୍ଷରେ ହରଡ ଡାଲି ଦର କିଲୋ ପିଛା ୩୧ ପ୍ରତିଶତ ବୃଦ୍ଧି ପାଇଛି। କେବଳ ହରଡ ଡାଲି ନୁହେଁ, ବିରି ଡାଲି ମୂଲ୍ୟ ମଧ୍ୟ ପ୍ରାୟ ବର୍ଷକ ମଧ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଉଟିଙ୍କ ଡାଲି ଚାହିଦା ପୂରଣ କରିବା ପାଇଁ ୧୯୮୧ ପରଠାରୁ ଦେଶ ଡାଲି ଆମଦାନୀ କରିଆସୁଛି। ଆମର ବାର୍ଷିକ ଡାଲି ଚାହିଦାର ପ୍ରାୟ ୧୦ ପ୍ରତିଶତ ତାଞ୍ଜାନିଆ, ମୋଜାମ୍ବିକ ଏବଂ ମିଆଁମାର ଭଳି ଦେଶରୁ ଆସିଥାଏ। ଡାଲି ଚାଷ ସାଧାରଣତଃ ଜଳସେଚନ ମାଧ୍ୟମରେ କରାଯାଏନାହିଁ। ଏଭଳି ପରିସ୍ଥିତିରେ ମୌସୁମୀ ସମୟ ଆସିବା ଏବଂ ଯିବା ଜରୁରୀ। ଯେ କୌଣସି ପରିବର୍ତ୍ତନ ଅମଳ ଉପରେ ବହୁ ପରିମାଣରେ ପ୍ରଭାବ ପକାଇପାରେ। ଏହାଛଡା ଗତ ଥର ରୋଗ ଫସଲ ଡାଲି ଉତ୍ପାଦନକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ଘରୋଇ ବଜାରରେ ହରଡ ଡାଲି କିଲୋ ପିଛା ଦର ୧୬୫ରୁ ୧୭୦ ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବପାରେ। ଡାଲି ଦର ବୃଦ୍ଧି ଉପରେ ମତ ରଖି ଓଡ଼ିଶା ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଡାଲି ଦର ବୃଦ୍ଧି ପାଇଁ କର୍ପୋରେଟ୍‌ ସଂସ୍ଥା ଦାୟୀ। କର୍ପୋରେଟ୍‌ ସଂସ୍ଥାଗୁଡିକ ଅଧିକ ମାତ୍ରାରେ ସାମଗ୍ରୀ ମହଜୁଦ କରି ଯେଭଁଭଳି ଭାବେ ମନମାନୀ କରୁଛନ୍ତି ସେଥିରେ ଖୁଚୁରା ବଜାରରେ ଦର ବୃଦ୍ଧି ଘଟୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp