ଚଳିତବର୍ଷ ଆଉ ଦୁଇଥର ବଢ଼ିବ ସୁଧହାର, ଗୃହ ଋଣ ହେବ ଅତ୍ୟଧିକ ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ ଶୁକ୍ରବାର ରେପୋ ହାରରେ ୦.୫୦ ପ୍ରତିଶତ ବୃଦ୍ଧି ଘଟାଇଛି। ମୁଦ୍ରା ନୀତି କମିଟି (ଏମ୍‌ପିସି) ସମୀକ୍ଷା ବୈଠକର ଶେଷ ଦିବସରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିଲା। ଏହାଫଳରେ ଗୃହ ଋଣ ଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି। ଏହାର ପ୍ରଭାବ ସ୍ବରୂପ ଗ୍ରାହକଙ୍କ ଉପରେ ଇଏମ୍‌ଆଇ ବୋଝ ବଢ଼ିଛି। ବିଶ୍ଳେଷଜ୍ଞମାନଙ୍କ କହିବାନୁଯାୟୀ, ଚଳିତ […]

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ ଶୁକ୍ରବାର ରେପୋ ହାରରେ ୦.୫୦ ପ୍ରତିଶତ ବୃଦ୍ଧି ଘଟାଇଛି। ମୁଦ୍ରା ନୀତି କମିଟି (ଏମ୍‌ପିସି) ସମୀକ୍ଷା ବୈଠକର ଶେଷ ଦିବସରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିଲା। ଏହାଫଳରେ ଗୃହ ଋଣ ଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି। ଏହାର ପ୍ରଭାବ ସ୍ବରୂପ ଗ୍ରାହକଙ୍କ ଉପରେ ଇଏମ୍‌ଆଇ ବୋଝ ବଢ଼ିଛି। ବିଶ୍ଳେଷଜ୍ଞମାନଙ୍କ କହିବାନୁଯାୟୀ, ଚଳିତ ବର୍ଷ ସୁଧ ହାର ଅତି କମରେ ଦୁଇଥର ବୃଦ୍ଧି ପାଇବ। ଏହାପରେ ମୁଦ୍ରାସ୍ଫୀତିର ସ୍ତରକୁ ବିଚାର କରି କୌଣସି ନିଷ୍ପତ୍ତି ନିଆଯାଇପାରେ। କ୍ରମାଗତ ଭାବେ ତିନି ମାସ ଧରି ବୃଦ୍ଧି ପାଇବାରେ ଲାଗିଛି ସୁଧ ହାର। ଫଳରେ ଏବେ ଗୃହ ଋଣ ସୁଧହାର ୭.୮ ପ୍ରତିଶତରେ ପହଞ୍ଚିଛି। ଏପ୍ରିଲରେ ଏହି ସୁଧହାର ୬.୪ ପ୍ରତିଶତ ରହିଥିଲା। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କ ଏହି ହାରରେ ଗୃହ ଋଣ ଯୋଗାଉଛନ୍ତି। ଏପ୍ରିଲରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି। ସେବେଠାରୁ ଋଣ ମହଙ୍ଗା ହୋଇଗଲାଣି। ବ୍ୟାଙ୍କ ଅଧିକାରୀମାନଙ୍କ କହିବାନୁଯାୟୀ, ଆରବିଆଇ ନିଷ୍ପତ୍ତିର ପ୍ରଭାବ ତୁରନ୍ତ ଅନୁଭବ ହେଉଛି। ଗତକାଲି ୨ଟି ବ୍ୟାଙ୍କ ଗୃହ ଋଣ ସୁଧହାର ବୃଦ୍ଧ଄ କରିଥିଲେ। ବ୍ୟାଙ୍କଗୁଡିକର ସମ୍ପତ୍ତି ଦାୟିତ୍ବ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହି କାରଣରୁ ଗ୍ରାହକମାନଙ୍କୁ ଆଗାମୀ ମାସ ଅପେକ୍ଷା ଅଧିକ କିସ୍ତି ଦେବାକୁ ପଡ଼ିବ। ଆରବିଆଇ ନିଷ୍ପତ୍ତି ପରେ ଗୃହ ଋଣ ସୁଧହାର ଇତିମଧ୍ୟରେ ୩ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଗ୍ରାହକଙ୍କୁ ୨୦ ବର୍ଷିଆ ୩୦ ଲକ୍ଷ ଟଙ୍କାର ଋଣ ପାଇଁ ନଅ ଶହ ଟଙ୍କା ଅଧÒକ ଇଏମ୍ଆଇ ଗଣିବାକୁ ପଡିବ। ଆସନ୍ତା ସେପ୍ଟେମ୍ବର ୨୮-୩୦ରେ ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ତାଇୱାନରେ ଘଟିଥିବା ଘଟଣାଗୁଡ଼ିକର କୌଣସି ପ୍ରଭାବ ବଜାର ଉପରେ ପଡ଼ିବନାହିଁ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଭାରତର ମୋଟ ବାଣିଜ୍ୟରେ ତାଇୱାନର ଅବଦାନ ମାତ୍ର ୦.୭ ପ୍ରତିଶତ। ବର୍ତ୍ତମାନ ଜମା ଉପରେ ୭.୫% ପର୍ଯ୍ୟନ୍ତ ସୁଧ ଉପଲବ୍ଧ ହୋଇପାରିବ। ମେ’ ମାସରେ ଆରବିଆଇ ନଗଦ ରିଜର୍ଭ ଅନୁପାତ (ସିଆର୍‌ଆର୍‌) ବୃଦ୍ଧି କରିଥିଲା। ଏହି କାରଣରୁ ବ୍ୟାଙ୍କଗୁଡିକ ପାଖରୁ ୮୭ ହଜାର କୋଟି ଟଙ୍କା ଚାଲିଯାଇଥିଲା। ବ୍ୟାଙ୍କଗୁଡିକର ଋଣ ପ୍ରଦାନରେ ବର୍ତ୍ତମାନ ୧୪% ଅଭିବୃଦ୍ଧି ଘଟିଛି। ଏହା ଏକ ବର୍ଷ ପୂର୍ବରୁ ୫.୫% ଥିଲା। ଗତ ୩ ମାସ ମଧ୍ୟରେ ସ୍ୱଳ୍ପ ମିଆଦି ଜମା ଉପରେ ସୁଧ ହାର ୧.୪% ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହା ଆଗାମୀ ୩-୪ ତ୍ରୈମାସରେ ୦.୫୦% ରୁ ୧ ପ୍ରତିଶତକୁ ବୃଦ୍ଧି ପାଇପାରେ। ମୁଦ୍ରାନୀତି ବୈଠକର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୧୬.୨ ପ୍ରତିଶତ ରହିବା ନଇେ ଆକଳନ କରାଯାଇଛି। ଦ୍ୱିତୀୟ ତ୍ରୈମାସରେ ଏହା ୬.୨ ପ୍ରତିଶତ, ତୃତୀୟ ତ୍ରୈମାସରେ ୪.୧ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସରେ ୪ ପ୍ରତିଶତ ହୋଇପାରେ। ଚଳିତ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ତ୍ରୈମାସରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ, ତୃତୀୟ ତ୍ରୈମାସରେ ୬.୪ ଏବଂ ଚତୁର୍ଥ ତ୍ରୈମାସରେ ୫.୮% ହୋଇପାରେ। ପୂର୍ଣ୍ଣ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭% ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

କ୍ରମାଗତ ଚାରି ସପ୍ତାହ ହ୍ରାସ ପରେ ଜୁଲାଇ ୨୯ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୨.୪ ବିଲିୟନ ଡ଼ଲାର ବୃଦ୍ଧି ପାଇ ୫୭୩.୯ ବିଲିୟନ ଡ଼ଲାରରେ ପହଞ୍ଚିଛି। ଜୁନ୍ ୨୪ରେ ଏହା ୫୭୧.୫ ବିଲିୟନ ଡ଼ଲାର ହୋଇଥିବାବେଳେ ସେପ୍ଟେମ୍ବର ୨୦୨୧ରେ ଏହା ୬୪୨ ବିଲିୟନ ଡ଼ଲାର ରହିଥିଲା।

ରେପୋ ହାର କେବେ ବଢ଼ାଯାଇଥାଏ
ଯେତେବେଳେ ମୁଦ୍ରାସ୍ଫୀତିରେ ବୃଦ୍ଧି ହୁଏ ସେତେବେଳେ ଅର୍ଥନୀତିରେ ଟଙ୍କା ହ୍ରାସ କରିବାକୁ ଏହି ହାର ବୃଦ୍ଧି କରାଯାଇଥାଏ। ଋଣ ମହଙ୍ଗା ହେବା ଫଳରେ ଲୋକମାନେ ସେମାନଙ୍କର ଖର୍ଚ୍ଚ ହ୍ରାସ କରିଥାନ୍ତି। ଏହାଦ୍ବାରା ମୁଦ୍ରାସ୍ଫୀତି ହ୍ରାସ ପାଇଥାଏ। ଯେତେବେଳେ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରିଥାଏ ସେତେବେଳେ ଏଥିରେ ସୁଧାର ଆଣିବାକୁ ସୁଧହାର କମ୍‌ କରି ଦିଆଯାଇଥାଏ । ଏହାଫଳରେ ଲୋକମାନେ ଅଧିକ ଖର୍ଚ୍ଚ କରିଥାନ୍ତି। ୨୦୨୦ରେ କରୋନା ସମୟରେ ଏହା କରାଯାଇଥିଲା। ସେହି ସମୟରେ କ୍ରମାଗତ ଭାବରେ ସୁଧହାର ହାର ହ୍ରାସ କରାଯାଇଥିଲା।

08 Aug 2022 By The Sakala

https://www.thesakala.in/business/home-loan-interest-to-increase-higher-emi-or-prepayment/article-13969
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp