ହରଡ଼ ଡାଲି ଦୁଇ ଶହ ଛୁଇଁବ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିରେ ଖାଉଟି ହତାଶ। ତେଲ, ଅଟା, ଚାଉଳ ପରେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ଘାଇଲା। କାରଣ ଖୁଚୁରା ବଜାରରେ ଏବେ ସବୁ ଡାଲି ଦର ବଢ଼ିଯାଇଛି। ଦେଶରେ ଡାଲି ଦର ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ତେଣୁ କେନ୍ଦ୍ର ସରକାରଙ୍କୁ ଏବେ ଡାଲି ଦର ବୃଦ୍ଧି ଚିନ୍ତା ଘାରିବାରେ ଲାଗିଛି। ଠିକ୍‌ ବର୍ଷକ ପୂର୍ବେ କିଲୋ ପିଛା ୧୩୦ ଟଙ୍କାରେ ବିକ୍ରି ହେଉଥିବା […]

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିରେ ଖାଉଟି ହତାଶ। ତେଲ, ଅଟା, ଚାଉଳ ପରେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ଘାଇଲା। କାରଣ ଖୁଚୁରା ବଜାରରେ ଏବେ ସବୁ ଡାଲି ଦର ବଢ଼ିଯାଇଛି। ଦେଶରେ ଡାଲି ଦର ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ତେଣୁ କେନ୍ଦ୍ର ସରକାରଙ୍କୁ ଏବେ ଡାଲି ଦର ବୃଦ୍ଧି ଚିନ୍ତା ଘାରିବାରେ ଲାଗିଛି। ଠିକ୍‌ ବର୍ଷକ ପୂର୍ବେ କିଲୋ ପିଛା ୧୩୦ ଟଙ୍କାରେ ବିକ୍ରି ହେଉଥିବା ହରଡ ଡାଲି ଏବେ ୧୭୦ ଟଙ୍କା ଛୁଇଁଛି। ଆଗକୁ କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ବୋଲି ବିଶେଷଜ୍ଞମାନେ ଏବେଠାରୁ ଆକଳନ କଲେଣି। ଯଦି ଏହା ହୁଏ, ତେବେ ଆଗାମୀ ନିର୍ବାଚନ ଋତୁରେ ଡାଲି ଦର ବୃଦ୍ଧି ଭୋଟର ଓ ବିରୋଧୀଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇପାରେ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଘରୋଇ ବଜାରରେ ଡାଲି ଦର ନିୟନ୍ତ୍ରଣ କରିବାକୁ ସବୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୂପ ସରକାର ଏବେ ଆମେରିକାରୁ ଶସ୍ତା ମସୁର ଡାଲି ଆମଦାନୀ କରି ଘରୋଇ ବଜାରରେ ଚାହିଦା ପୂରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଆମେରିକାରୁ ଆସିବାକୁ ଥିବା ଶସ୍ତା ମସୁର ଡାଲି ଉପରୁ ଅତିରିକ୍ତ ଟିକସ ହଟାଇ ଦିଆଯାଇଛି।

ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବର୍ତ୍ତମାନ ଏତେ ଉପରେ ରହିଛି ଯେ, ଦେଶରେ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ବିଭିନ୍ନ ସାମଗ୍ରୀ ମଧ୍ୟରେ ବଜାରରେ ଡାଲି ଦର ସବୁଠୁ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ଏମିତିକି ବର୍ଷକ ମଧ୍ୟରେ ହରଡ ଡାଲି ଦର ୩୭ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ବିଭିନ୍ନ ଭାଗରେ ବର୍ତ୍ତମାନ କିଲୋ ପିଛା ୧୭୦-୧୮୦ ଟଙ୍କାରେ ବ୍ରିକି ହେଉଛି। ଅପରପକ୍ଷେ ଏଥର ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ପରିମାଣ ୧୫ ରୁ ୨୫ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଡାଲି ଫସଲ ଅମଳ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ ବଜାରରେ ଡାଲି ଦର ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। ପୂର୍ବରୁ ମରୁଡି ଯୋଗୁ ଘରୋଇ କ୍ଷେତ୍ରରେ ମୁଗ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି। ତେଣୁ ଡାଲି ଦର ବୃଦ୍ଧିରୁ ଖାଉଟିଙ୍କୁ ସୁରକ୍ଷା ଦେବା ଲାଗି ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଯାୟୀ, କେନ୍ଦ୍ର ସରକାର ଆମେରିକାରୁ ଆମଦାନୀ ହେବାକୁ ଥିବା ମସୁର ଡାଲି ଉପରୁ ସୀମା ଶୁଳ୍କ କମ୍‌ କରିବେ। ସରକାରଙ୍କ ଏହି ନିଷ୍ପତ୍ତି ବଜାରରେ ଶସ୍ତା ମସୁର ଡାଲିର ଉପଲବ୍ଧତା ବୃଦ୍ଧି କରିବ, ଫଳରେ ସାଧାରଣ ଲୋକେ କମ୍ ମୂଲ୍ୟରେ ମସୁର ଡାଲି ପାଇପାରିବେ।

ପୂର୍ବରୁ ଆମେରିକାରୁ ଆମଦାନୀ କରାଯାଉଥିବା ମସୁର ଡାଲି ଉପରେ ଭାରତ ସରକାର ୨୨ ପ୍ରତିଶତ ସୀମା ଶୁଳ୍କ ଲାଗୁ କରିଥିଲେ। ଏହାକୁ ବର୍ତ୍ତମାନ ରଦ୍ଦ କରିଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ଜି-୨୦’ ଶିଖର ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବା ପୂର୍ବରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଆମେରିକାର ଉତ୍ପାଦ ଉପରେ ଅତିରିକ୍ତ ସୀମା ଶୁଳ୍କ ଲାଗୁ କରିବାକୁ ଭାରତ ୨୦୧୯ରେ ନିଷ୍ପତ୍ତି ନେଇଥିଲା। ସେତେବେଳେ ଆମେରିକା ଏକ ସଂରକ୍ଷଣବାଦୀ ଆଭିମୁଖ୍ୟ ଗ୍ରହଣ କରି ଭାରତରୁ ଆମଦାନୀ ହେଉଥିବା ଆଲୁମିନିୟମ୍ ଏବଂ ଇସ୍ପାତ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରିଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତ ଏହି ଅତିରିକ୍ତ ଟିକସ ଲାଗୁ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର