ନିର୍ବାଚନ ପରେ ସୁନା ଦର ୭୦ ହଜାର ଛୁଇଁବ

The Sakala Picture
Published On

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି। ଅନ୍ୟପଟେ ସୁନା ଦର ନୂଆ ଶିଖ ଛୁଇଁବାରେ ଲାଗିଛି। ସାଧାରଣତଃ ଏହା କ୍ୱଚିତ୍ ଦେଖାଯାଇଥାଏ। ବୁଧବାରର ବାଣିଜ୍ୟ ଅଧିବେଶନରେ ସୁନା ଦର ୬୫,୦୦୦ ଟଙ୍କାରୁ ଅଧିକ ରେଞ୍ଜରେ କାରବାର କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟରେ ଆହୁୂରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ବଜାର ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଲୋକସଭା ନିର୍ବାଚନ ପରେ […]

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି। ଅନ୍ୟପଟେ ସୁନା ଦର ନୂଆ ଶିଖ ଛୁଇଁବାରେ ଲାଗିଛି। ସାଧାରଣତଃ ଏହା କ୍ୱଚିତ୍ ଦେଖାଯାଇଥାଏ। ବୁଧବାରର ବାଣିଜ୍ୟ ଅଧିବେଶନରେ ସୁନା ଦର ୬୫,୦୦୦ ଟଙ୍କାରୁ ଅଧିକ ରେଞ୍ଜରେ କାରବାର କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟରେ ଆହୁୂରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ବଜାର ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଲୋକସଭା ନିର୍ବାଚନ ପରେ ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀରେ ପୁଣିଥରେ ଆମେରିକାର ଅବରୋଧ: ମଝି ସମୁଦ୍ରରେ ଫସି ରହିଛି ଅନେକ ଜାହାଜ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ଦର ବୃଦ୍ଧି ହେବାର ଦୁଇଟି କାରଣ ଥାଇପାରେ। ସେଥିରୁ ଗୋଟିଏ ହେଉଛି ଦେଶରେ ଏକ ସ୍ଥିର ସରକାର। ଦ୍ୱିତୀୟ କାରଣଟି ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ବାରା ସୁଧ ହାର ନିର୍ଣ୍ଣୟ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି କାରଣ କିପରି ଭାବେ ଘରୋଇ ବଜାରରେ ସୁନା ମୂଲ୍ୟକୁ ନୂତନ ଉଚ୍ଚତାକୁ ନେଇପାରିବ। ଯଦି ବଜାର ବିଶେଷଜ୍ଞମାନଙ୍କ କଥାକୁ ବିଶ୍ବାସ କରାଯାଏ ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ମେ‘ ପହିଲା ରେ ସୁଧ ହାରରେ ଏକ ବଡ଼ ହ୍ରାସ କରିପାରେବ, ଯାହାର ସୂଚନା ଫେଡେରାଲ ବ୍ୟାଙ୍କ ମୁଖ୍ୟଙ୍କ ଭାଷଣରୁ ସ୍ପଷ୍ଟ ଭାବରେ ସଚନା ମିଳୁଛି। ତେବେ ଆସନ୍ତା ମେ’ ମାସରେ ସୁନା ମୂଲ୍ୟ ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ। ଏହାର ଅର୍ଥ ହେଉଛି ସୁନା ମୂଲ୍ୟ ବର୍ତ୍ତମାନର ସ୍ତରରୁ ଆହୁରି ୫୪୦୦ ଟଙ୍କା ବୃଦ୍ଧି ହୋଇପାରେ।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ବିଗିଡ଼ୁଛି ସ୍ଥିତି: ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜରେ ଭାରତୀୟ ନାବିକଙ୍କୁ ମୁତୟନ ନକରିବାକୁ ଡିଜିଏମ୍ଏ ର ନିର୍ଦ୍ଦେଶ

ଆଗାମୀ ତିନି ମାସ ମଧ୍ୟରେ ଆମେ ସୁନା ମୂଲ୍ୟରେ ୮ ପ୍ରତିଶତରୁ ଅଧିକ ବୃଦ୍ଧି ଅନୁମାନ କରୁଛୁ। ବର୍ତ୍ତମାନ ସୁନା ମୂଲ୍ୟ ଦଶ ଗ୍ରାମ ପିଛା୬୪,୫୦୦ ଟଙ୍କା ରହିଛି। ଚଳିତ ବର୍ଷ ସୁନା ମୂଲ୍ୟରେ ୧.୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଦୁଇ ମାସ ମଧ୍ୟରେ ସୁନାମୂଲ୍ୟ କେବେ ବି ଏହି ସ୍ତର ଛୁଇଁ ନଥିଲା। ତେେବ ସୁନା ମୂଲ୍ୟରେ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ଆମରେିକୀୟ ଫେହେରା ରିଜର୍ଭ ଦ୍ୱାରା ସୁଧହାରରେ ହ୍ରାସ ବୋଲି କୁହାଯାଉଛି। ମେ’ ମାସରେ ସୁନା ମୂଲ୍ୟ ୭୦ ହଜାର ଟଙ୍କାରେ ପହଞ୍ଚିବ କାରଣ ସେତେବେଳକୁ ଦେଶରେ ଏକ ନୂତନ ସରକାର ଗଠନ ହୋଇସାରିଥିବ, ଯାହା ଏକ ସ୍ଥିର ସରକାର ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍‌ ନୋଟ୍‌, ବୈଧ ରହିବ ପୁରୁଣା କାଗଜ ନୋଟ୍ ...

ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ମାସରେ ଉଭୟ ସ୍ଥିର ସରକାର ଏବଂ ଅର୍ଥନୈ ତିକ ତଥ୍ୟରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ୨୦୨୪ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସିକ ଏବଂ ସମଗ୍ର ଆର୍ଥିକ ବର୍ଷ ପାଇଁ ତଥ୍ୟ ଏପ୍ରିଲ୍ ଏବଂ ମେ ମାସରେ ପ୍ରକାଶ ପାଇବ। ଏହାବ୍ୟତୀତ ମୁଦ୍ରାସ୍ଫୀତିରେ ମଧ୍ୟ ଉନ୍ନତି ହେବାର ସମ୍ଭାବନା ରହିଛି,ଯାହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନା ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଘରୋଇ ବଜାରରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ଯଦି ବିଶେଷଜ୍ଞମାନଙ୍କ ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ଅକ୍ଷୟ ତୃତୀୟାେର ସୁନା ମୂଲ୍ୟ ୭୦ ହଜାର ଟଙ୍କା ଛୁଇଁପାରେ।

07 Mar 2024 By The Sakala

ନିର୍ବାଚନ ପରେ ସୁନା ଦର ୭୦ ହଜାର ଛୁଇଁବ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି। ଅନ୍ୟପଟେ ସୁନା ଦର ନୂଆ ଶିଖ ଛୁଇଁବାରେ ଲାଗିଛି। ସାଧାରଣତଃ ଏହା କ୍ୱଚିତ୍ ଦେଖାଯାଇଥାଏ। ବୁଧବାରର ବାଣିଜ୍ୟ ଅଧିବେଶନରେ ସୁନା ଦର ୬୫,୦୦୦ ଟଙ୍କାରୁ ଅଧିକ ରେଞ୍ଜରେ କାରବାର କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟରେ ଆହୁୂରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ବଜାର ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଲୋକସଭା ନିର୍ବାଚନ ପରେ ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ଦର ବୃଦ୍ଧି ହେବାର ଦୁଇଟି କାରଣ ଥାଇପାରେ। ସେଥିରୁ ଗୋଟିଏ ହେଉଛି ଦେଶରେ ଏକ ସ୍ଥିର ସରକାର। ଦ୍ୱିତୀୟ କାରଣଟି ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ବାରା ସୁଧ ହାର ନିର୍ଣ୍ଣୟ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି କାରଣ କିପରି ଭାବେ ଘରୋଇ ବଜାରରେ ସୁନା ମୂଲ୍ୟକୁ ନୂତନ ଉଚ୍ଚତାକୁ ନେଇପାରିବ। ଯଦି ବଜାର ବିଶେଷଜ୍ଞମାନଙ୍କ କଥାକୁ ବିଶ୍ବାସ କରାଯାଏ ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ମେ‘ ପହିଲା ରେ ସୁଧ ହାରରେ ଏକ ବଡ଼ ହ୍ରାସ କରିପାରେବ, ଯାହାର ସୂଚନା ଫେଡେରାଲ ବ୍ୟାଙ୍କ ମୁଖ୍ୟଙ୍କ ଭାଷଣରୁ ସ୍ପଷ୍ଟ ଭାବରେ ସଚନା ମିଳୁଛି। ତେବେ ଆସନ୍ତା ମେ’ ମାସରେ ସୁନା ମୂଲ୍ୟ ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ। ଏହାର ଅର୍ଥ ହେଉଛି ସୁନା ମୂଲ୍ୟ ବର୍ତ୍ତମାନର ସ୍ତରରୁ ଆହୁରି ୫୪୦୦ ଟଙ୍କା ବୃଦ୍ଧି ହୋଇପାରେ।

ଆଗାମୀ ତିନି ମାସ ମଧ୍ୟରେ ଆମେ ସୁନା ମୂଲ୍ୟରେ ୮ ପ୍ରତିଶତରୁ ଅଧିକ ବୃଦ୍ଧି ଅନୁମାନ କରୁଛୁ। ବର୍ତ୍ତମାନ ସୁନା ମୂଲ୍ୟ ଦଶ ଗ୍ରାମ ପିଛା୬୪,୫୦୦ ଟଙ୍କା ରହିଛି। ଚଳିତ ବର୍ଷ ସୁନା ମୂଲ୍ୟରେ ୧.୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଦୁଇ ମାସ ମଧ୍ୟରେ ସୁନାମୂଲ୍ୟ କେବେ ବି ଏହି ସ୍ତର ଛୁଇଁ ନଥିଲା। ତେେବ ସୁନା ମୂଲ୍ୟରେ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ଆମରେିକୀୟ ଫେହେରା ରିଜର୍ଭ ଦ୍ୱାରା ସୁଧହାରରେ ହ୍ରାସ ବୋଲି କୁହାଯାଉଛି। ମେ’ ମାସରେ ସୁନା ମୂଲ୍ୟ ୭୦ ହଜାର ଟଙ୍କାରେ ପହଞ୍ଚିବ କାରଣ ସେତେବେଳକୁ ଦେଶରେ ଏକ ନୂତନ ସରକାର ଗଠନ ହୋଇସାରିଥିବ, ଯାହା ଏକ ସ୍ଥିର ସରକାର ହେବ ବୋଲି ଆଶା କରାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ମାସରେ ଉଭୟ ସ୍ଥିର ସରକାର ଏବଂ ଅର୍ଥନୈ ତିକ ତଥ୍ୟରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ୨୦୨୪ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସିକ ଏବଂ ସମଗ୍ର ଆର୍ଥିକ ବର୍ଷ ପାଇଁ ତଥ୍ୟ ଏପ୍ରିଲ୍ ଏବଂ ମେ ମାସରେ ପ୍ରକାଶ ପାଇବ। ଏହାବ୍ୟତୀତ ମୁଦ୍ରାସ୍ଫୀତିରେ ମଧ୍ୟ ଉନ୍ନତି ହେବାର ସମ୍ଭାବନା ରହିଛି,ଯାହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନା ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଘରୋଇ ବଜାରରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ଯଦି ବିଶେଷଜ୍ଞମାନଙ୍କ ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ଅକ୍ଷୟ ତୃତୀୟାେର ସୁନା ମୂଲ୍ୟ ୭୦ ହଜାର ଟଙ୍କା ଛୁଇଁପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର