‘ଫାସାଇ’ ଲାଗୁକଲା ନୂଆ ନିୟମ: ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀରେ ବଡ଼ ଅକ୍ଷରରେ ରହିବ ପୁଷ୍ଟି ସୂଚନା

The Sakala Picture
Published On

ନୂଆଦିଲ୍ଲୀ: ଯେକୌଣସି ପ୍ୟାକେଟ୍‌ ଯୁକ୍ତ ଖାଦ୍ୟ ସାମଗ୍ରୀରେ ପୁଷ୍ଟିଜନିତ ସୂଚନା ଜଣେ ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବହୁ କମ୍ପାନୀ ଏହି ବିଷୟକୁ ଗୁରୁତ୍ବ ଦେଉଥିଲେ ହେଁ ଅତ୍ୟନ୍ତ ଛୋଟ ଛୋଟ ଅକ୍ଷରରେ ପୁଷ୍ଟିଜନିତ ସୂଚନା ପ୍ୟାକେଟ୍‌ରେ ଉଲ୍ଲେଖ କରିଥାଆନ୍ତି। ଏଭଳି ବିଷୟ ବିଭିନ୍ନ ସମୟରେ ଉପଭୋକ୍ତାଙ୍କ ପାଇଁ ସମସ୍ୟା ହେଉଥିବା ଉପଲବ୍ଧି କରିବା ପରେ ଭାରତୀୟ ଖାଦ୍ୟ ଓ ମାନ ନିୟନ୍ତ୍ରକ ପ୍ରାଧିକରଣ (ଫାସାଇ)ଏହି ନିୟମରେ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁସାରେ ଏଣିକି […]

ନୂଆଦିଲ୍ଲୀ: ଯେକୌଣସି ପ୍ୟାକେଟ୍‌ ଯୁକ୍ତ ଖାଦ୍ୟ ସାମଗ୍ରୀରେ ପୁଷ୍ଟିଜନିତ ସୂଚନା ଜଣେ ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବହୁ କମ୍ପାନୀ ଏହି ବିଷୟକୁ ଗୁରୁତ୍ବ ଦେଉଥିଲେ ହେଁ ଅତ୍ୟନ୍ତ ଛୋଟ ଛୋଟ ଅକ୍ଷରରେ ପୁଷ୍ଟିଜନିତ ସୂଚନା ପ୍ୟାକେଟ୍‌ରେ ଉଲ୍ଲେଖ କରିଥାଆନ୍ତି। ଏଭଳି ବିଷୟ ବିଭିନ୍ନ ସମୟରେ ଉପଭୋକ୍ତାଙ୍କ ପାଇଁ ସମସ୍ୟା ହେଉଥିବା ଉପଲବ୍ଧି କରିବା ପରେ ଭାରତୀୟ ଖାଦ୍ୟ ଓ ମାନ ନିୟନ୍ତ୍ରକ ପ୍ରାଧିକରଣ (ଫାସାଇ)ଏହି ନିୟମରେ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁସାରେ ଏଣିକି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ପ୍ୟାକେଟ୍‌ରେ ବଡ଼ ବଡ଼ ଅକ୍ଷରରେ ପୁଷ୍ଟିଜନିତ ସୂଚନା ଉଲ୍ଲେଖ କରିବେ। ଏହାବ୍ୟତୀତ ଖାଦ୍ୟ ପ୍ୟାକେଟରେ ଲୁଣ, ଚିନି ଏବଂ ଚର୍ବି ସମ୍ବନ୍ଧୀୟ ସୂଚନା ଦେବା ବାଧ୍ୟତାମୂଳକ କରିବାକୁ ମଧ୍ୟ ଏହି ସଂସ୍ଥା ଲେବଲ୍ ନିୟମରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏହି ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ କିମ୍ବା ଆପତ୍ତି ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ମହଙ୍ଗା ମାଡ଼: ଜୁନ୍ ୧ରୁ ପୁଣି ବଢ଼ିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ ନୂଆ ରେଟ୍

ଏହିକ୍ରମରେ ଫାସାଇ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ , ଖାଦ୍ୟ ନିରାପତ୍ତା ଏବଂ ମାନକ (ଲେବେଲିଂ ଏବଂ ପ୍ରଦର୍ଶନ) ନିୟମାବଳୀ, ୨୦୨୦ରେ ପୁଷ୍ଟିକର ସୂଚନା ଲେବେଲିଂ ସମ୍ବନ୍ଧୀୟ ସଂଶୋଧନକୁ ଫାସାଇ ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ପ୍ରାଧିକରଣର ୪୪ ତମ ବୈଠକରେ ଅନୁମୋଦନ ଦିଆଯାଇଛି। ଗ୍ରାହକଙ୍କୁ ଉତ୍ପାଦର ପୁଷ୍ଟିକର ମୂଲ୍ୟକୁ ଭଲ ଭାବରେ ବୁଝିବା ଏବଂ ଉତ୍ତମ ନିଷ୍ପତ୍ତି ନେବାକୁ ସକ୍ଷମ କରିବାକୁ ଏହି ସଂଶୋଧନର ଲକ୍ଷ୍ୟ ରହିଛି ବୋଲି ଫାସାଇ କହିଛି। ଏଫଏସଏସ (ଲେବେଲିଂ ଏବଂ ପ୍ରଦର୍ଶନ) ରେଗୁଲେସନ୍, ୨୦୨୦ ର ନିୟମାବଳୀ ୨ (ଭି) ଏବଂ ୫ (୩) ଯଥାକ୍ରମେ ଖାଦ୍ୟ ଉତ୍ପାଦ ଲେବଲ୍ ଉପରେ ସେବା ଏବଂ ପୁଷ୍ଟିକର ସୂଚନା ଉଲ୍ଲେଖ କରିବାକୁ ଆବଶ୍ୟକତା ରହିଛି। ଗ୍ରାହକ ସ୍ବାସ୍ଥ୍ୟକର ପସନ୍ଦ ଖାଦ୍ୟ ସାମଗ୍ରୀ ଚୟନ କରିବା ସହିତ ଏହି ସଂଶୋଧନ ଅଣ ସଂକ୍ରମିତରୋଗ (ଏନସିଡିଏସ)ର ମୁକାବିଲା ତଥା ଜନସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ପ୍ରୟାସରେ ସହାୟକ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଇ-କମର୍ସ ୱେବସାଇଟକୁ ‘ସ୍ୱାସ୍ଥ୍ୟ ପାନୀୟ’ ଶବ୍ଦର ଅପସାରଣ ପାଇଁ ପଠାଯାଇଥିବା ପରାମର୍ଶଗୁଡିକ ଏଥିରେ ଅନ୍ତର୍ଭୂକ୍ତ ରହିଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସ ଏବଂ ବ୍ରିଟେନର ବଡ଼ କାର୍ଯ୍ୟାନୁଷ୍ଠାନ: ଆଟଲାଣ୍ଟିକ ମହାସାଗରରେ ରୁଷିଆର ତୈଳ ଟ୍ୟାଙ୍କର ଜବତ

ଏହାସହ ସମସ୍ତ ଫୁଡ୍ ବିଜନେସ୍ ଅପରେଟର୍ସ (ଏଫବିଓ)କୁ ପୁନଃସ୍ଥାପିତ ଫଳ ରସର ଲେବଲ୍ ଏବଂ ବିଜ୍ଞାପନରୁ ‘୧୦୦% ଫଳ ରସ’ର ଦାବି ହଟାଇବାକୁ କହିଛି।ନିୟାମକ ସଂସ୍ଥା ଏଫବିଓ ଗୁଡ଼ିକୁ ଗହମ ମଇଦା / ବିଶୋଧିତ ଗହମ ମଇଦା ଶବ୍ଦ ବ୍ୟବହାର ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଫବିଓ ଦ୍ୱାରା ବିଭ୍ରାନ୍ତିକର ଦାବିକୁ ରୋକିବା ପାଇଁ ଏହି ପରାମର୍ଶଦାତା ଏବଂ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

08 Jul 2024 By The Sakala

‘ଫାସାଇ’ ଲାଗୁକଲା ନୂଆ ନିୟମ: ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀରେ ବଡ଼ ଅକ୍ଷରରେ ରହିବ ପୁଷ୍ଟି ସୂଚନା

ନୂଆଦିଲ୍ଲୀ: ଯେକୌଣସି ପ୍ୟାକେଟ୍‌ ଯୁକ୍ତ ଖାଦ୍ୟ ସାମଗ୍ରୀରେ ପୁଷ୍ଟିଜନିତ ସୂଚନା ଜଣେ ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବହୁ କମ୍ପାନୀ ଏହି ବିଷୟକୁ ଗୁରୁତ୍ବ ଦେଉଥିଲେ ହେଁ ଅତ୍ୟନ୍ତ ଛୋଟ ଛୋଟ ଅକ୍ଷରରେ ପୁଷ୍ଟିଜନିତ ସୂଚନା ପ୍ୟାକେଟ୍‌ରେ ଉଲ୍ଲେଖ କରିଥାଆନ୍ତି। ଏଭଳି ବିଷୟ ବିଭିନ୍ନ ସମୟରେ ଉପଭୋକ୍ତାଙ୍କ ପାଇଁ ସମସ୍ୟା ହେଉଥିବା ଉପଲବ୍ଧି କରିବା ପରେ ଭାରତୀୟ ଖାଦ୍ୟ ଓ ମାନ ନିୟନ୍ତ୍ରକ ପ୍ରାଧିକରଣ (ଫାସାଇ)ଏହି ନିୟମରେ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁସାରେ ଏଣିକି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ପ୍ୟାକେଟ୍‌ରେ ବଡ଼ ବଡ଼ ଅକ୍ଷରରେ ପୁଷ୍ଟିଜନିତ ସୂଚନା ଉଲ୍ଲେଖ କରିବେ। ଏହାବ୍ୟତୀତ ଖାଦ୍ୟ ପ୍ୟାକେଟରେ ଲୁଣ, ଚିନି ଏବଂ ଚର୍ବି ସମ୍ବନ୍ଧୀୟ ସୂଚନା ଦେବା ବାଧ୍ୟତାମୂଳକ କରିବାକୁ ମଧ୍ୟ ଏହି ସଂସ୍ଥା ଲେବଲ୍ ନିୟମରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏହି ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ କିମ୍ବା ଆପତ୍ତି ଗ୍ରହଣ କରାଯିବ।

ଏହିକ୍ରମରେ ଫାସାଇ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ , ଖାଦ୍ୟ ନିରାପତ୍ତା ଏବଂ ମାନକ (ଲେବେଲିଂ ଏବଂ ପ୍ରଦର୍ଶନ) ନିୟମାବଳୀ, ୨୦୨୦ରେ ପୁଷ୍ଟିକର ସୂଚନା ଲେବେଲିଂ ସମ୍ବନ୍ଧୀୟ ସଂଶୋଧନକୁ ଫାସାଇ ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ପ୍ରାଧିକରଣର ୪୪ ତମ ବୈଠକରେ ଅନୁମୋଦନ ଦିଆଯାଇଛି। ଗ୍ରାହକଙ୍କୁ ଉତ୍ପାଦର ପୁଷ୍ଟିକର ମୂଲ୍ୟକୁ ଭଲ ଭାବରେ ବୁଝିବା ଏବଂ ଉତ୍ତମ ନିଷ୍ପତ୍ତି ନେବାକୁ ସକ୍ଷମ କରିବାକୁ ଏହି ସଂଶୋଧନର ଲକ୍ଷ୍ୟ ରହିଛି ବୋଲି ଫାସାଇ କହିଛି। ଏଫଏସଏସ (ଲେବେଲିଂ ଏବଂ ପ୍ରଦର୍ଶନ) ରେଗୁଲେସନ୍, ୨୦୨୦ ର ନିୟମାବଳୀ ୨ (ଭି) ଏବଂ ୫ (୩) ଯଥାକ୍ରମେ ଖାଦ୍ୟ ଉତ୍ପାଦ ଲେବଲ୍ ଉପରେ ସେବା ଏବଂ ପୁଷ୍ଟିକର ସୂଚନା ଉଲ୍ଲେଖ କରିବାକୁ ଆବଶ୍ୟକତା ରହିଛି। ଗ୍ରାହକ ସ୍ବାସ୍ଥ୍ୟକର ପସନ୍ଦ ଖାଦ୍ୟ ସାମଗ୍ରୀ ଚୟନ କରିବା ସହିତ ଏହି ସଂଶୋଧନ ଅଣ ସଂକ୍ରମିତରୋଗ (ଏନସିଡିଏସ)ର ମୁକାବିଲା ତଥା ଜନସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ପ୍ରୟାସରେ ସହାୟକ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଇ-କମର୍ସ ୱେବସାଇଟକୁ ‘ସ୍ୱାସ୍ଥ୍ୟ ପାନୀୟ’ ଶବ୍ଦର ଅପସାରଣ ପାଇଁ ପଠାଯାଇଥିବା ପରାମର୍ଶଗୁଡିକ ଏଥିରେ ଅନ୍ତର୍ଭୂକ୍ତ ରହିଛି।

ଏହାସହ ସମସ୍ତ ଫୁଡ୍ ବିଜନେସ୍ ଅପରେଟର୍ସ (ଏଫବିଓ)କୁ ପୁନଃସ୍ଥାପିତ ଫଳ ରସର ଲେବଲ୍ ଏବଂ ବିଜ୍ଞାପନରୁ ‘୧୦୦% ଫଳ ରସ’ର ଦାବି ହଟାଇବାକୁ କହିଛି।ନିୟାମକ ସଂସ୍ଥା ଏଫବିଓ ଗୁଡ଼ିକୁ ଗହମ ମଇଦା / ବିଶୋଧିତ ଗହମ ମଇଦା ଶବ୍ଦ ବ୍ୟବହାର ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଫବିଓ ଦ୍ୱାରା ବିଭ୍ରାନ୍ତିକର ଦାବିକୁ ରୋକିବା ପାଇଁ ଏହି ପରାମର୍ଶଦାତା ଏବଂ ନିର୍ଦ୍ଦେଶନାମା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp