ଚାଇନାମୁହାଁ ବିଦେଶୀ ନିବେଶକ; ଭାରତୀୟ ବଜାରରୁ ଉଠାଇ ଚାଇନାରେ କରୁଛନ୍ତି ନିବେଶ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ଚାଇନାର ବଜାରର ଆକର୍ଷଣୀୟତା ଏବଂ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେଣି ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)। ଏଫ୍‌ପିଆଇମାନେ କେବଳ ଜାନୁଆରୀ ମାସରେ ଭାରତୀୟ ଷ୍ଟକ୍ ବଜାରରୁ ୧୫,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିନେଲେଣି। କାରଣ ଏବେ ଚାଇନା ମୁହାଁ ହୋଇଛନ୍ତି ବିଦେଶୀ ନିବେଶକ। ଏଫ୍‌ପିଆଇମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଇ ଚାଇନା ବଜାରରେ ନିବେଶ କରୁଛନ୍ତି। ଅପରପକ୍ଷେ ନଭେମ୍ବର ଏବଂ ଡିସେମ୍ବର ମାନରେ ସେହି ଏଫ୍‌ପିଆଇମାନେ ଭାରତୀୟ ବଜାରରେ କ୍ରେତା ସାଜିଥିଲେ। […]

ନୂଆଦିଲ୍ଲୀ(ଏଜେନ୍ସି): ଚାଇନାର ବଜାରର ଆକର୍ଷଣୀୟତା ଏବଂ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେଣି ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)। ଏଫ୍‌ପିଆଇମାନେ କେବଳ ଜାନୁଆରୀ ମାସରେ ଭାରତୀୟ ଷ୍ଟକ୍ ବଜାରରୁ ୧୫,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିନେଲେଣି। କାରଣ ଏବେ ଚାଇନା ମୁହାଁ ହୋଇଛନ୍ତି ବିଦେଶୀ ନିବେଶକ। ଏଫ୍‌ପିଆଇମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଇ ଚାଇନା ବଜାରରେ ନିବେଶ କରୁଛନ୍ତି। ଅପରପକ୍ଷେ ନଭେମ୍ବର ଏବଂ ଡିସେମ୍ବର ମାନରେ ସେହି ଏଫ୍‌ପିଆଇମାନେ ଭାରତୀୟ ବଜାରରେ କ୍ରେତା ସାଜିଥିଲେ। ବର୍ତ୍ତମାନ ସେମାନେ ଚାଇନା, ହଂକଂ ଏବଂ ଥାଇଲ୍ୟାଣ୍ଡ୍‌ ବଜାରରେ ଅଧିକ ଅର୍ଥ ବିନିଯୋଗ କରୁଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ଏଫ୍‌ପିଆଇମାନେ ଚଳିତ ମାସ ପର୍ଯ୍ୟନ୍ତ ଷ୍ଟକ୍ ବଜାରରୁ ୧୫୨,୩୬ କୋଟି ଟଙ୍କାର ନେଟ୍ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଅବଶ୍ୟ, ଗତ ଚାରୋଟି ବାଣିଜ୍ୟ ଅଧିବେଶନରେ ଏଫ୍‌ପିଆଇମାନେ ବଜାରରେ କ୍ରେତା ହୋଇଛନ୍ତି। ଏହାପୂର୍ବରୁ ଡିସେମ୍ବର ମାସରେ ଏଫ୍‌ପିଆଇମାନେ ଷ୍ଟକ୍ ବଜାରରେ ୧୧,୧୧୯ କୋଟି ଟଙ୍କା ଏବଂ ନଭେମ୍ବରରେ ୩୬,୨୩୯ କୋଟି ଟଙ୍କା ନିବେଶ କରିଥିଲେ। ମୋଟ ଉପରେ ଏଫ୍‌ପିଆଇମାନେ ୨୦୨୨ରେ ଭାରତୀୟ ଷ୍ଟକ ବଜାରରୁ ୧.୨୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହର କରିନେଇଛନ୍ତି। ଏହା ମୁଖ୍ୟତଃ ବିଶ୍ବ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା ସୁଧ ହାର ବୃଦ୍ଧି, ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ହୋଇଥିଲା। ଏଫ୍‌ପିଆଇ ବିନିଯୋଗ ଦୃଷ୍ଟିରୁ ୨୦୨୨ ସବୁଠାରୁ ଖରାପ ବର୍ଷ ରହିଥିଲା।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ତଥ୍ୟ ଅନୁଯାୟୀ, ଏଫ୍‌ପିଆଇମାନେ ଚଳିତ ମାସରେ (ଜାନୁୟାରୀ ୨୦ ପର୍ଯ୍ୟନ୍ତ) ୧୫୨୩୬ କୋଟି ଟଙ୍କାର ନେଟ୍ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଲକ୍‌ ଡାଉନ୍‌ ପରେ ଚାଇନା ବଜାର ଆକ୍ରମଣାତ୍ମକ ଅଭିମୁଖ୍ୟ ସହ ଖୋଲିବ। ବିଶେଷଜ୍ଞଙ୍କ ମତରେ ଶୂନ୍ୟ କୋଭିଡ୍‌ ନୀତି ହେତୁ ଚୀନ୍ କଡା ଲକ୍‌ଡାଉନ୍ ଲାଗୁ କରିଛି। ଏହି କାରଣରୁ ଚାଇନାର ବଜାର ତଳକୁ ଖସି ଆସିଥିଲା। ତେଣୁ ମୂଲ୍ୟ ଦୃଷ୍ଟିକୋଣରୁ ସେଠାରେ ବିନିଯୋଗ ଅଧିକ ଆକର୍ଷଣୀୟ ହୋଇପାରିଛି। ଏହି କାରଣରୁ, ଏଫ୍‌ପିଆଇମାନେ ଭାରତ ପରି ଉଚ୍ଚ ମୂଲ୍ୟବୋଧ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ଏହା ବ୍ୟତୀତ ଆମେରିକାର ଅର୍ଥନୀତି ମାନ୍ଦାବସ୍ଥାକୁ ଯାଉଥିବାକୁ ନେଇ ବିଦେଶୀ ନିବେଶକ ବଡ଼ ଚିନ୍ତାରେ ରହିଛନ୍ତି। ଚୀନ୍, ହଂକଂ, ଦକ୍ଷିଣ କୋରିଆ ଏବଂ ଥାଇଲ୍ୟାଣ୍ଡ ଭଳି ଶସ୍ତା ବଜାରରେ ଏଫ୍‌ପିଆଇମାନେ ବିପୁଳ ପରିମାଣରେ ପୁଞ୍ଜି ବିନିଯୋଗ କରୁଛନ୍ତି। ସେମାନେ ଭାରତ ଭଳି ଅପେକ୍ଷାକୃତ ମହଙ୍ଗା ବଜାରରେ ପୁଞ୍ଜି ବିକ୍ରି କରୁଛନ୍ତି। ଇକ୍ୱିଟି ବ୍ୟତୀତ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ମଧ୍ୟ ଚଳିତ ମାସରେ ଋଣ କିମ୍ବା ବଣ୍ଡ ବଜାରରୁ ୧୨୮୬ କୋଟି ଟଙ୍କା ବାହାର କରିନେଇଛନ୍ତି।

23 Jan 2023 By The Sakala

ଚାଇନାମୁହାଁ ବିଦେଶୀ ନିବେଶକ; ଭାରତୀୟ ବଜାରରୁ ଉଠାଇ ଚାଇନାରେ କରୁଛନ୍ତି ନିବେଶ

ନୂଆଦିଲ୍ଲୀ(ଏଜେନ୍ସି): ଚାଇନାର ବଜାରର ଆକର୍ଷଣୀୟତା ଏବଂ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେଣି ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)। ଏଫ୍‌ପିଆଇମାନେ କେବଳ ଜାନୁଆରୀ ମାସରେ ଭାରତୀୟ ଷ୍ଟକ୍ ବଜାରରୁ ୧୫,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିନେଲେଣି। କାରଣ ଏବେ ଚାଇନା ମୁହାଁ ହୋଇଛନ୍ତି ବିଦେଶୀ ନିବେଶକ। ଏଫ୍‌ପିଆଇମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଇ ଚାଇନା ବଜାରରେ ନିବେଶ କରୁଛନ୍ତି। ଅପରପକ୍ଷେ ନଭେମ୍ବର ଏବଂ ଡିସେମ୍ବର ମାନରେ ସେହି ଏଫ୍‌ପିଆଇମାନେ ଭାରତୀୟ ବଜାରରେ କ୍ରେତା ସାଜିଥିଲେ। ବର୍ତ୍ତମାନ ସେମାନେ ଚାଇନା, ହଂକଂ ଏବଂ ଥାଇଲ୍ୟାଣ୍ଡ୍‌ ବଜାରରେ ଅଧିକ ଅର୍ଥ ବିନିଯୋଗ କରୁଥିବା ଜଣାଯାଇଛି।

ଏଫ୍‌ପିଆଇମାନେ ଚଳିତ ମାସ ପର୍ଯ୍ୟନ୍ତ ଷ୍ଟକ୍ ବଜାରରୁ ୧୫୨,୩୬ କୋଟି ଟଙ୍କାର ନେଟ୍ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଅବଶ୍ୟ, ଗତ ଚାରୋଟି ବାଣିଜ୍ୟ ଅଧିବେଶନରେ ଏଫ୍‌ପିଆଇମାନେ ବଜାରରେ କ୍ରେତା ହୋଇଛନ୍ତି। ଏହାପୂର୍ବରୁ ଡିସେମ୍ବର ମାସରେ ଏଫ୍‌ପିଆଇମାନେ ଷ୍ଟକ୍ ବଜାରରେ ୧୧,୧୧୯ କୋଟି ଟଙ୍କା ଏବଂ ନଭେମ୍ବରରେ ୩୬,୨୩୯ କୋଟି ଟଙ୍କା ନିବେଶ କରିଥିଲେ। ମୋଟ ଉପରେ ଏଫ୍‌ପିଆଇମାନେ ୨୦୨୨ରେ ଭାରତୀୟ ଷ୍ଟକ ବଜାରରୁ ୧.୨୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହର କରିନେଇଛନ୍ତି। ଏହା ମୁଖ୍ୟତଃ ବିଶ୍ବ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା ସୁଧ ହାର ବୃଦ୍ଧି, ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ହୋଇଥିଲା। ଏଫ୍‌ପିଆଇ ବିନିଯୋଗ ଦୃଷ୍ଟିରୁ ୨୦୨୨ ସବୁଠାରୁ ଖରାପ ବର୍ଷ ରହିଥିଲା।

ତଥ୍ୟ ଅନୁଯାୟୀ, ଏଫ୍‌ପିଆଇମାନେ ଚଳିତ ମାସରେ (ଜାନୁୟାରୀ ୨୦ ପର୍ଯ୍ୟନ୍ତ) ୧୫୨୩୬ କୋଟି ଟଙ୍କାର ନେଟ୍ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଲକ୍‌ ଡାଉନ୍‌ ପରେ ଚାଇନା ବଜାର ଆକ୍ରମଣାତ୍ମକ ଅଭିମୁଖ୍ୟ ସହ ଖୋଲିବ। ବିଶେଷଜ୍ଞଙ୍କ ମତରେ ଶୂନ୍ୟ କୋଭିଡ୍‌ ନୀତି ହେତୁ ଚୀନ୍ କଡା ଲକ୍‌ଡାଉନ୍ ଲାଗୁ କରିଛି। ଏହି କାରଣରୁ ଚାଇନାର ବଜାର ତଳକୁ ଖସି ଆସିଥିଲା। ତେଣୁ ମୂଲ୍ୟ ଦୃଷ୍ଟିକୋଣରୁ ସେଠାରେ ବିନିଯୋଗ ଅଧିକ ଆକର୍ଷଣୀୟ ହୋଇପାରିଛି। ଏହି କାରଣରୁ, ଏଫ୍‌ପିଆଇମାନେ ଭାରତ ପରି ଉଚ୍ଚ ମୂଲ୍ୟବୋଧ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି।

ଏହା ବ୍ୟତୀତ ଆମେରିକାର ଅର୍ଥନୀତି ମାନ୍ଦାବସ୍ଥାକୁ ଯାଉଥିବାକୁ ନେଇ ବିଦେଶୀ ନିବେଶକ ବଡ଼ ଚିନ୍ତାରେ ରହିଛନ୍ତି। ଚୀନ୍, ହଂକଂ, ଦକ୍ଷିଣ କୋରିଆ ଏବଂ ଥାଇଲ୍ୟାଣ୍ଡ ଭଳି ଶସ୍ତା ବଜାରରେ ଏଫ୍‌ପିଆଇମାନେ ବିପୁଳ ପରିମାଣରେ ପୁଞ୍ଜି ବିନିଯୋଗ କରୁଛନ୍ତି। ସେମାନେ ଭାରତ ଭଳି ଅପେକ୍ଷାକୃତ ମହଙ୍ଗା ବଜାରରେ ପୁଞ୍ଜି ବିକ୍ରି କରୁଛନ୍ତି। ଇକ୍ୱିଟି ବ୍ୟତୀତ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ମଧ୍ୟ ଚଳିତ ମାସରେ ଋଣ କିମ୍ବା ବଣ୍ଡ ବଜାରରୁ ୧୨୮୬ କୋଟି ଟଙ୍କା ବାହାର କରିନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp