ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାର ପାର, ୧୪ ବିଲିୟନ ଡଲାର ବୃଦ୍ଧି

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ବୈଦେଶିକ ମୁଦ୍ରାଭଣ୍ଡାର ନେଇ ସାପ୍ତାହିକ ସୂଚନା ଜାରି କିରଛନ୍ତି। ଏଥିରେ ୧୬ ଜାନୁୟାରୀରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୧୪.୧୬ ବିଲିୟନ ଡଲାର ବଢି ୭୦୧.୩୬ ବିଲିୟନ ଡଲାର ପାର ହୋଇଯାଇଥିବା ସୂଚିତ କରାଯାଇଛି। ଏହା ପୂର୍ବ ସପ୍ତାହରେ ମୋଟ ମୁଦ୍ରାଭଣ୍ଡାର ୩୯.୨ କୋଟି ଡଲାର ବଢି ୬୮୭.୧୯ ବିଲିୟନ ଡଲାର ଥିଲା। ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ସେପ୍ଟେମ୍ବର ୨୦୨୪ରେ ୭୦୪.୮୯ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଥିଲା।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଅନୁସାରେ ୧୬ ଜାନୁୟାରୀ ସପ୍ତାହନ୍ତ କାଳରେ ବିଦେଶୀ ମୁଦ୍ରା ଆସେଟ୍ ୯.୬୫ ବିଲିୟନ ଡଲାର ବଢି ୫୬୦.୧ ବିଲିୟନ ଡଲାର ହୋଇଯାଇଛି। ଡଲାର ରୂପେ ବ୍ୟକ୍ତ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମାନଙ୍କର ମୂଲ୍ୟ ବୃଦ୍ଧି ଓ ମୂଲ୍ୟ ହ୍ରାସ ମଧ୍ୟ ସାମିଲ। ଆରବିଆଇ କହିଛନ୍ତି ଯେ ସମୀକ୍ଷାଧୀନ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୪.୬୨ ବିଲିୟନ ଡଲାର ବଢି ୧୧୭.୪୫ ବିଲିୟନ ଡଲାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଶୀର୍ଷ ବ୍ୟାଙ୍କ କହିଛନ୍ତି ଯେ ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଯୋଗୁ ବିଶେଷ ଆହରଣ ଅଧିକାର (ଏସଡିଆର) ୩.୫ କୋଟି ଡଲାର ହ୍ରାସ ହୋଇ ୧୮.୭୦ ବିଲିୟନ ଡଲାର ହୋଇଯାଇଛି। ଶୀର୍ଷ ବ୍ୟାଙ୍କର ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ଭାରତର ଆରକ୍ଷିତ ସ୍ଥିତି ୭.୩ କୋଟି ଡଲାର ହ୍ରାସ ହୋଇ ୪.୬୮ ବିଲିୟନ ଡଲାର ହୋଇଯାଇଛି। ବଜାର ଏବେ ଖୁବ୍ ତଳ ଉପର ହେଉଛି। ଏଣୁ ମୁଦ୍ରାଭଣ୍ଡାର ଉପରେ ଚାପ ପଡୁଛି। ଖସ କରି ସେତେବେଳେ ଯେତେବେଳେ ଟଙ୍କା ର ମୂଲ୍ୟ ହ୍ରାସ ହେଉଛି। ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ମୁଦ୍ରାଭଣ୍ଡାରକୁ ଉପଯୋଗ କରାଯାଉଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

25 Jan 2026 By Madhusudan Das

ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାର ପାର, ୧୪ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ବୈଦେଶିକ ମୁଦ୍ରାଭଣ୍ଡାର ନେଇ ସାପ୍ତାହିକ ସୂଚନା ଜାରି କିରଛନ୍ତି। ଏଥିରେ ୧୬ ଜାନୁୟାରୀରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୧୪.୧୬ ବିଲିୟନ ଡଲାର ବଢି ୭୦୧.୩୬ ବିଲିୟନ ଡଲାର ପାର ହୋଇଯାଇଥିବା ସୂଚିତ କରାଯାଇଛି। ଏହା ପୂର୍ବ ସପ୍ତାହରେ ମୋଟ ମୁଦ୍ରାଭଣ୍ଡାର ୩୯.୨ କୋଟି ଡଲାର ବଢି ୬୮୭.୧୯ ବିଲିୟନ ଡଲାର ଥିଲା। ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ସେପ୍ଟେମ୍ବର ୨୦୨୪ରେ ୭୦୪.୮୯ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଥିଲା।

କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଅନୁସାରେ ୧୬ ଜାନୁୟାରୀ ସପ୍ତାହନ୍ତ କାଳରେ ବିଦେଶୀ ମୁଦ୍ରା ଆସେଟ୍ ୯.୬୫ ବିଲିୟନ ଡଲାର ବଢି ୫୬୦.୧ ବିଲିୟନ ଡଲାର ହୋଇଯାଇଛି। ଡଲାର ରୂପେ ବ୍ୟକ୍ତ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମାନଙ୍କର ମୂଲ୍ୟ ବୃଦ୍ଧି ଓ ମୂଲ୍ୟ ହ୍ରାସ ମଧ୍ୟ ସାମିଲ। ଆରବିଆଇ କହିଛନ୍ତି ଯେ ସମୀକ୍ଷାଧୀନ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୪.୬୨ ବିଲିୟନ ଡଲାର ବଢି ୧୧୭.୪୫ ବିଲିୟନ ଡଲାର ହୋଇଯାଇଛି।

ଶୀର୍ଷ ବ୍ୟାଙ୍କ କହିଛନ୍ତି ଯେ ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଯୋଗୁ ବିଶେଷ ଆହରଣ ଅଧିକାର (ଏସଡିଆର) ୩.୫ କୋଟି ଡଲାର ହ୍ରାସ ହୋଇ ୧୮.୭୦ ବିଲିୟନ ଡଲାର ହୋଇଯାଇଛି। ଶୀର୍ଷ ବ୍ୟାଙ୍କର ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ଭାରତର ଆରକ୍ଷିତ ସ୍ଥିତି ୭.୩ କୋଟି ଡଲାର ହ୍ରାସ ହୋଇ ୪.୬୮ ବିଲିୟନ ଡଲାର ହୋଇଯାଇଛି। ବଜାର ଏବେ ଖୁବ୍ ତଳ ଉପର ହେଉଛି। ଏଣୁ ମୁଦ୍ରାଭଣ୍ଡାର ଉପରେ ଚାପ ପଡୁଛି। ଖସ କରି ସେତେବେଳେ ଯେତେବେଳେ ଟଙ୍କା ର ମୂଲ୍ୟ ହ୍ରାସ ହେଉଛି। ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ମୁଦ୍ରାଭଣ୍ଡାରକୁ ଉପଯୋଗ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp