କମିବନି ଦରଦାମ୍‌ : ଅଟାଠାରୁ ପାଉଁରୁଟି ସବୁ ହେବ ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ଆକାଶଛୁଆଁ ହୋଇଥିବା ବଜାର ଦରରୁ ନିକଟ ଭବିଷ୍ୟତରେ କମିବ ନାହିଁ। ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଚିନ୍ତାରେ ରହିଥିବା ବେଳେ ଆଗକୁ ଦରଦାମ ଆହୁରି ବଢିବ। ଯାହା ସାଧରଣ ଲୋକଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଯାଇଛି । ଦିନକୁ ଦିନ ଦରଦାମ୍ ବୃଦ୍ଧ ହେଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ, ରେପୋ ହାରରେ ବୃଦ୍ଧି, ଗହମ, ଖାଇବା ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର […]

ନୂଆଦିଲ୍ଲୀ : ସମ୍ପ୍ରତି ଆକାଶଛୁଆଁ ହୋଇଥିବା ବଜାର ଦରରୁ ନିକଟ ଭବିଷ୍ୟତରେ କମିବ ନାହିଁ। ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଚିନ୍ତାରେ ରହିଥିବା ବେଳେ ଆଗକୁ ଦରଦାମ ଆହୁରି ବଢିବ। ଯାହା ସାଧରଣ ଲୋକଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଯାଇଛି । ଦିନକୁ ଦିନ ଦରଦାମ୍ ବୃଦ୍ଧ ହେଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ, ରେପୋ ହାରରେ ବୃଦ୍ଧି, ଗହମ, ଖାଇବା ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ଖୁବ୍ ଉପରେ ରହିଛି । ଆଉ ଏହାରି ମଧ୍ୟରେ ଗ୍ରାହକଙ୍କୁ ଝଟକା ଦେଇଛି ଆରବିଆଇ। ରେପୋ ରେଟ୍ ୫୦ ବେସିସ୍ ପଏଂଟ ଅର୍ଥାତ୍ ଶୂନ ଦଶମିକ ୫୦ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୪ ଦଶମିକ ୪୦ ପ୍ରତିଶତରୁ ବଢି ୪ ଦଶମିକ ୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ପାଇଥିବାରୁ ଗୃହ ଋଣ, ଗାଡି ଋଣ ଓ ବ୍ୟକ୍ତିଗତ ଋଣ ବୃଦ୍ଧି ପାଇବ । ରେପୋ ରେଟ୍ ବଢିଥିବାରୁ ଇଏମଆଇ ମଧ୍ୟ ମହଙ୍ଗା ହେବ । ସେହିପରି ୨୦୨୨-୨୩ ପାଇଁ ଜିଡିପି ୭ ଦଶମିକ ୨ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଅନ୍ୟପଟେ ବିଶ୍ୱର ବୃହତ୍ତମ ତଳ ଉତ୍ପାଦନକାରୀ ସାଉଦି ଆରବ ଏହି ସମୟରେ ଏସୀୟ ଦେଶମାନଙ୍କ ପାଇଁ ଅଶୋଧିତ ତୈଳର ମୂଲ୍ୟ ୬.୫୦ ଡଲାରର ଐତିହାସିକ ବୃଦ୍ଧି କରିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରେ ପହଞ୍ଚିଛି। ଭାରତର ରପ୍ତାନି ଉପରେ ନିଷେଧାଦେଶ ଲଗାଇବା ଏବଂ ରୁଷର ଆକ୍ରୋଶ ପରେ ବିଶ୍ୱ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦର ବୃଦ୍ଧିର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପ୍ରତିଫଳିତ ହେବ। ଏହା କେବଳ ମଇଦାକୁ ମହଙ୍ଗା କରିବ ନାହିଁ, ବରଂ ଏଥିରୁ ପ୍ରସ୍ତୁତ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଘର କିଣିବାକୁ ଦିଲ୍ଲୀ ଲୋକଙ୍କ ଆଗ୍ରହ: ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍ କିଣିବାରେ ଲାଗିଛି ପ୍ରତିଯୋଗିତା

ଭାରତୀୟ ରିଜର୍ଭ ବ୍ୟାଙ୍କର ସୁଧ ହାର ଘୋଷଣା ପୂର୍ବରୁ ମଙ୍ଗଳବାର ଦେଶର ତିନୋଟି ବ୍ୟାଙ୍କ ସେମାନଙ୍କର ସୁଧହାର ବଢାଇ ଦେଇଛନ୍ତି। କାନାରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ କରୁର ବୈଶ୍ୟ ବ୍ୟାଙ୍କ ସୁଧହାରରେ ବୃଦ୍ଧି କରିଛନ୍ତି। ଏହି କାରଣରୁ ଏବେ ଇଏମଆଇ ବଢିବାକୁ ଯାଉଛି। କାନାରା ବ୍ୟାଙ୍କ ଅନୁଯାୟୀ, ନୂତନ ସୁଧହାର ଜୁନ ୭ରୁ ଲାଗୁ ହେବ। କାନାରା ବ୍ୟାଙ୍କ କଷ୍ଟ ଅଫ ଲେଣ୍ଡିଂ ରେଟ୍ସ ବା ଏମସିଏଲଆରରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। କରୁର ବୈଶ୍ୟ ବ୍ୟାଙ୍କ ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ୍ସ ବା ବିପିଏଲଆରରେ ୦.୪୦ ପ୍ରତିଶତ ବୃଦ୍ଧି କରିଛି। ସେହିପରି ଏଚଡିଏଫସି ନିଜର ଏମସିଏଲଆର ୦.୩୫ ପ୍ରତିଶତ ବଢାଇଛି। କାନାରା ବ୍ୟାଙ୍କ ଗୋଟିଏ ବର୍ଷ ଋଣ ପାଇଁ ଏମସିଏଲଆରକୁ ୦.୦୫ ପ୍ରତିଶତ ବଢାଇ ୭.୪୦ ପ୍ରତିଶତ କରିଛି। ବ୍ୟାଙ୍କ ଛଅ ମାସିଆ ପାଇଁ ସୁଧହାରକୁ ୭.୩୦ ପ୍ରତିଶତରୁ ବଢାଇ ୭.୩୫ ପ୍ରତିଶତ କରିଛି। ଘରୋଇ କରୁର ବୈଶ୍ୟ ବ୍ୟାଙ୍କ ବିପିଏଲଆରକୁ ୦.୪୦ ପ୍ରତିଶତ ବୃଦ୍ଧି କରି ୧୩.୭୫ ପ୍ରତିଶତ ଏବଂ ବେସିସ୍‌ ପଏଣ୍ଟକୁ ୦.୪୦ ପ୍ରତିଶତ ବଢାଇ ୮.୭୫ ପ୍ରତିଶତ କରିଛି।

ଆହୁରି ପଢ଼ନ୍ତୁ: 'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର

08 Jun 2022 By The Sakala

କମିବନି ଦରଦାମ୍‌ : ଅଟାଠାରୁ ପାଉଁରୁଟି ସବୁ ହେବ ମହଙ୍ଗା

ନୂଆଦିଲ୍ଲୀ : ସମ୍ପ୍ରତି ଆକାଶଛୁଆଁ ହୋଇଥିବା ବଜାର ଦରରୁ ନିକଟ ଭବିଷ୍ୟତରେ କମିବ ନାହିଁ। ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଚିନ୍ତାରେ ରହିଥିବା ବେଳେ ଆଗକୁ ଦରଦାମ ଆହୁରି ବଢିବ। ଯାହା ସାଧରଣ ଲୋକଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଯାଇଛି । ଦିନକୁ ଦିନ ଦରଦାମ୍ ବୃଦ୍ଧ ହେଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ, ରେପୋ ହାରରେ ବୃଦ୍ଧି, ଗହମ, ଖାଇବା ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ଖୁବ୍ ଉପରେ ରହିଛି । ଆଉ ଏହାରି ମଧ୍ୟରେ ଗ୍ରାହକଙ୍କୁ ଝଟକା ଦେଇଛି ଆରବିଆଇ। ରେପୋ ରେଟ୍ ୫୦ ବେସିସ୍ ପଏଂଟ ଅର୍ଥାତ୍ ଶୂନ ଦଶମିକ ୫୦ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୪ ଦଶମିକ ୪୦ ପ୍ରତିଶତରୁ ବଢି ୪ ଦଶମିକ ୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ପାଇଥିବାରୁ ଗୃହ ଋଣ, ଗାଡି ଋଣ ଓ ବ୍ୟକ୍ତିଗତ ଋଣ ବୃଦ୍ଧି ପାଇବ । ରେପୋ ରେଟ୍ ବଢିଥିବାରୁ ଇଏମଆଇ ମଧ୍ୟ ମହଙ୍ଗା ହେବ । ସେହିପରି ୨୦୨୨-୨୩ ପାଇଁ ଜିଡିପି ୭ ଦଶମିକ ୨ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଶ୍ୱର ବୃହତ୍ତମ ତଳ ଉତ୍ପାଦନକାରୀ ସାଉଦି ଆରବ ଏହି ସମୟରେ ଏସୀୟ ଦେଶମାନଙ୍କ ପାଇଁ ଅଶୋଧିତ ତୈଳର ମୂଲ୍ୟ ୬.୫୦ ଡଲାରର ଐତିହାସିକ ବୃଦ୍ଧି କରିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରେ ପହଞ୍ଚିଛି। ଭାରତର ରପ୍ତାନି ଉପରେ ନିଷେଧାଦେଶ ଲଗାଇବା ଏବଂ ରୁଷର ଆକ୍ରୋଶ ପରେ ବିଶ୍ୱ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦର ବୃଦ୍ଧିର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପ୍ରତିଫଳିତ ହେବ। ଏହା କେବଳ ମଇଦାକୁ ମହଙ୍ଗା କରିବ ନାହିଁ, ବରଂ ଏଥିରୁ ପ୍ରସ୍ତୁତ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

ଭାରତୀୟ ରିଜର୍ଭ ବ୍ୟାଙ୍କର ସୁଧ ହାର ଘୋଷଣା ପୂର୍ବରୁ ମଙ୍ଗଳବାର ଦେଶର ତିନୋଟି ବ୍ୟାଙ୍କ ସେମାନଙ୍କର ସୁଧହାର ବଢାଇ ଦେଇଛନ୍ତି। କାନାରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ କରୁର ବୈଶ୍ୟ ବ୍ୟାଙ୍କ ସୁଧହାରରେ ବୃଦ୍ଧି କରିଛନ୍ତି। ଏହି କାରଣରୁ ଏବେ ଇଏମଆଇ ବଢିବାକୁ ଯାଉଛି। କାନାରା ବ୍ୟାଙ୍କ ଅନୁଯାୟୀ, ନୂତନ ସୁଧହାର ଜୁନ ୭ରୁ ଲାଗୁ ହେବ। କାନାରା ବ୍ୟାଙ୍କ କଷ୍ଟ ଅଫ ଲେଣ୍ଡିଂ ରେଟ୍ସ ବା ଏମସିଏଲଆରରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। କରୁର ବୈଶ୍ୟ ବ୍ୟାଙ୍କ ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ୍ସ ବା ବିପିଏଲଆରରେ ୦.୪୦ ପ୍ରତିଶତ ବୃଦ୍ଧି କରିଛି। ସେହିପରି ଏଚଡିଏଫସି ନିଜର ଏମସିଏଲଆର ୦.୩୫ ପ୍ରତିଶତ ବଢାଇଛି। କାନାରା ବ୍ୟାଙ୍କ ଗୋଟିଏ ବର୍ଷ ଋଣ ପାଇଁ ଏମସିଏଲଆରକୁ ୦.୦୫ ପ୍ରତିଶତ ବଢାଇ ୭.୪୦ ପ୍ରତିଶତ କରିଛି। ବ୍ୟାଙ୍କ ଛଅ ମାସିଆ ପାଇଁ ସୁଧହାରକୁ ୭.୩୦ ପ୍ରତିଶତରୁ ବଢାଇ ୭.୩୫ ପ୍ରତିଶତ କରିଛି। ଘରୋଇ କରୁର ବୈଶ୍ୟ ବ୍ୟାଙ୍କ ବିପିଏଲଆରକୁ ୦.୪୦ ପ୍ରତିଶତ ବୃଦ୍ଧି କରି ୧୩.୭୫ ପ୍ରତିଶତ ଏବଂ ବେସିସ୍‌ ପଏଣ୍ଟକୁ ୦.୪୦ ପ୍ରତିଶତ ବଢାଇ ୮.୭୫ ପ୍ରତିଶତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର