ଇପିଏଫ୍‌ଓ ସଦସ୍ୟମାନଙ୍କ ପାଇଁ ଭଲ ଖବର : ଅଧିକ ପେନ୍‌ସନ୍ ପାଇଁ କରିହେବ ଆବେଦନ

The Sakala Picture
Published On

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କ ପାଇଁ ଭଲ ଖବର। ଇପିଏଫ୍‌ ସଦସ୍ୟମାନେ ଏବେ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ବାଛିପାରିବେ। ସୁପ୍ରିମ୍‌କୋର୍ଟ ଦେଇଥିବା ୪ ମାସର ସମୟସୀମା ଶେଷ ହେବାର ୧୫ ଦିନ ପୂର୍ବରୁ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ଚୟନ କରିବାର ସୁଯୋଗ ଦେଇଛି। ସର୍ବୋଚ୍ଚ ଅଦାଲତଙ୍କ ଆଦେଶାନୁସାରେ ଯେଉଁ କର୍ମଚାରୀମାନେ ଭବିଷ୍ୟନିଧି ଯୋଜନା ୧୯୫୨ର ଅନୁଚ୍ଛେଦ ୨୬(୬) ଏବଂ କର୍ମଚାରୀ ପେନ୍‌ସନ୍‌ ଯୋଜନା ୧୯୯୫ର […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କ ପାଇଁ ଭଲ ଖବର। ଇପିଏଫ୍‌ ସଦସ୍ୟମାନେ ଏବେ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ବାଛିପାରିବେ। ସୁପ୍ରିମ୍‌କୋର୍ଟ ଦେଇଥିବା ୪ ମାସର ସମୟସୀମା ଶେଷ ହେବାର ୧୫ ଦିନ ପୂର୍ବରୁ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ଚୟନ କରିବାର ସୁଯୋଗ ଦେଇଛି। ସର୍ବୋଚ୍ଚ ଅଦାଲତଙ୍କ ଆଦେଶାନୁସାରେ ଯେଉଁ କର୍ମଚାରୀମାନେ ଭବିଷ୍ୟନିଧି ଯୋଜନା ୧୯୫୨ର ଅନୁଚ୍ଛେଦ ୨୬(୬) ଏବଂ କର୍ମଚାରୀ ପେନ୍‌ସନ୍‌ ଯୋଜନା ୧୯୯୫ର ତତ୍‌କାଳୀନ ଅନୁଚ୍ଛେଦ ୧୧(୩) ଅନୁସାରେ ମାସିକ ବେତନ ସୀମାଠାରୁ ଅଧିକ ବେତନ ଭିତ୍ତିରେ ଅର୍ଥ ଯୋଗଦାନ ବିକଳ୍ପ ଆପଣାଇଥିବା କର୍ମଚାରୀ ଏବଂ ପେନ୍‌ସନ୍‌ଧାରୀମାନେ ବର୍ଦ୍ଧିତ ହାରରେ /ଉଚ୍ଚତର ବେତନ ଭିତ୍ତିରେ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ସଂଗଠନ କହିଛି।

ଏହାବ୍ୟତୀତ ୨୦୧୪ ସେପ୍ଟେମ୍ବର ପହିଲା ପୂର୍ବରୁ ଏବଂ ପରେ ଯେଉଁମାନେ ଇପିଏଫ୍‌ଓର ସଦସ୍ୟ ରହିଛନ୍ତି ସେମାନେ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ବାଛିପାରିବେ। ଏ ନେଇ ସୋମବାର ଇପିଏଫ୍ଓ ପକ୍ଷରୁ ଇପିଏସ୍‌ ୧୯୯୫ ଅନ୍ତର୍ଗତ ପେନ୍‌ସନ୍‌ ନିର୍ଦ୍ଧାରଣ ସମ୍ପର୍କିତ ସର୍କୁଲାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଜାରି ହେବା ପରେ କେଉଁମାନେ ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ବାଛିପାରିବେ ସେ ନେଇ ସଦସ୍ୟମାନେ ଦ୍ବନ୍ଦରେ ଥିଲେ। କାରଣ ସର୍ବୋଚ୍ଚ ଅଦାଲତଙ୍କ ଆଦେଶରେ କିଛି ସ୍ପଷ୍ଟତା ଆସୁ ନ ଥିବା ଅନୁଭବ କରି ଅନେକ ଅଧିକ ପେନ୍‌ସନ୍‌ ବିକଳ୍ପ ବାଛିବା ସୁବିଧା ପାଇବେ କି ନାହିଁ ଆଶଙ୍କାରେ ଥିଲେ। ଆଜି ଇପିଏଫ୍‌ଓ ପକ୍ଷରୁ ଇପିଏସ୍‌ ୧୯୯୫ ଅନ୍ତର୍ଗତ ପେନ୍‌ସନ୍‌ ନିର୍ଦ୍ଧାରଣ ସର୍କୁଲାର ଜାରି କରାଯିବା ପରେ ସେ ନେଇ ଥିବା ଦ୍ବନ୍ଦ ଦୂର ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୨ ନଭେମ୍ବର ୪ରେ ସୁପ୍ରିମକୋର୍ଟ ଏକ ନିର୍ଣ୍ଣାୟକ ଆଦେଶରେ ଅନୁଚ୍ଛେଦ ୪୪ରେ ଦେଇଥିବା ସର୍ତ୍ତ ଅନୁଯାୟୀ, କର୍ମଚାରୀ ପେନ୍‌ସନ୍‌ ଯୋଜନା ୧୯୯୫ ଅନ୍ତର୍ଭୁକ୍ତ ସଦସ୍ୟ ଏବଂ ପେନ୍‌ସନ୍‌ଧାରୀମାନେ ସେମାନଙ୍କର ପ୍ରକୃତ/ସମ୍ପୂର୍ଣ୍ଣ ମାସିକ ବେତନ ଯାହା କର୍ମଚାରୀ ପେନ୍‌ସନ୍‌ ଯୋଜନାର ବେତନସୀମା ୫୦୦୦ ଟଙ୍କା କିମ୍ବା ୬୫୦୦ ଟଙ୍କାଠାରୁ ଅଧିକ ରହିଥିଲା ସେହି ଭିତ୍ତିରେ ପେନ୍‌ସନ୍‌ ନିମନ୍ତେ ଯୋଗ୍ୟ ବିବେଚିତ ହେବେ ବୋଲି କହିଥିଲେ। ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, ନିଜର ନିଯୁକ୍ତିଦାତାଙ୍କ ସହ କର୍ମଚାରୀମାନେ ଅଧିକ ପେନ୍‌ସନ୍ ଯୋଗଦାନ ପାଇଁ ମିଳିତ ବିକଳ୍ପ ବ୍ୟବହାର କରିପାରିବେ।

୨୦୧୪ ସେପ୍ଟେମ୍ବର ପହିଲା କିମ୍ବା ତା ପୂର୍ବରୁ କର୍ମଚାରୀ ପେନ୍‌ସନ୍‌ ଯୋଜନାର ସଦସ୍ୟ ରହିଆସିଥିବା କର୍ମଚାରୀଙ୍କ ପାଇଁ ଏକ ଅନ୍‌ଲାଇନ୍ ସୁବିଧା ଯୋଗାଇ ଦିଆଯିବ, ଯାହାର ସବିଶେଷ ତଥ୍ୟ ଖୁବ୍ ଶୀଘ୍ର ଆସିଯିବ। ଆଞ୍ଚଳିକ ପିଏଫ୍ କମିଶନର ଏ ସମ୍ପର୍କରେ ବ୍ୟାପକ ସୂଚନା ନୋଟିସ୍ ବୋର୍ଡ ଏବଂ ବ୍ୟାନର ଜରିଆରେ ବିଜ୍ଞପ୍ତି ଆକାରରେ ପ୍ରକାଶ କରିବେ। ଏହା ସେହି କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ ରହିବ ଯେଉଁମାନେ ଅଧିକ ପେନ୍‌ସନ୍‌ ଲାଗି ବେତନରୁ ଯୋଗଦାନ କରିସାରିଛନ୍ତି କିନ୍ତୁ ଆନୁଷ୍ଠାନିକ ଭାବରେ ଏହି ବିକଳ୍ପ ବ୍ୟବହାର କରିନାହାଁନ୍ତି। ଅଧିକ ପେନ୍‌ସନ୍‌ ପାଇଁ ଏହି ବିକଳ୍ପ ଅନୁରୋଧ ପତ୍ରକୁ ସଦସ୍ୟ ଏବଂ ପେନ୍‌ସନ୍‌ଧାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡିବ। ତେଣୁ ସଦସ୍ୟ ଏବଂ ପେନ୍‌ସନ୍‌ଧାରୀମାନେ ଏହି ଆବେଦନପତ୍ରକୁ ଇପିଏଫ୍‌ଓ କାର୍ଯ୍ୟାଳୟରେ ଅନ୍ୟ କୌଣସି ପ୍ରକାରରେ ଆବେଦନ ନ କରି ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିବାକୁ ସର୍କୁଲାରରେ କୁହାଯାଇଛି। ଅନ୍‌ଲାଇନ୍‌ରେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟ୍‌ଇପିଏଫ୍‌ଇଣ୍ଡିଆଡଟ୍‌ଗଭ୍‌ଡଟ୍‌ଇନ୍‌ରେ ଏ ନେଇ ଆବେଦନ କରାଯାଇପାରିବ।

ଏ ସମ୍ପର୍କିତ ସମସ୍ତ ଆବେଦନପତ୍ର ଡିଜିଟାଲ ଭାବେ ପଞ୍ଜୀକରଣ କରାଯିବ। ଆବେଦନକାରୀଙ୍କୁ ଏକ ରିସିପ୍ଟ ନମ୍ବର ମିଳିବ। ଅଧିକ ପେନ୍‌ସନ୍‌ ପାଇଁ ବିକଳ୍ପ ବାଛିବାର ଫର୍ମ ଦାଖଲ କରିବା ପରେ ମଧ୍ୟ ଯଦି ଇପିଏଫ୍‌ ସଦସ୍ୟଙ୍କର କୌଣସି ଅଭିଯୋଗ ରହିଥାଏ ତେବେ ସେ ପିଏଫ୍‌ଆଇଜିଏମ୍‌ଏସ୍‌ରେ ପଞ୍ଜୀକୃତ କରିପାରିବେ। ଏହିସବୁ ଅଭିଯୋଗଗୁଡିକ ନାମାଙ୍କିତ ଅଧିକାରୀଙ୍କ ନିକଟରେ ଦାଏର କରାଯାଇପାରିବ। ଏହି ଅଭିଯୋଗଗୁଡିକ ଦାୟିତ୍ବରେ ଥିବା ଆର୍ଥିକ ଏବଂ କ୍ଷେତ୍ରୀୟ ଅଧିକାରୀମାନଙ୍କ ଦ୍ବାରା ଅନୁଧ୍ୟାନ କରାଯିବ ବୋଲି ଇପିଏଫ୍‌ଓ ପକ୍ଷରୁ ଏହି ସର୍କୁଲାରରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର