ଦ୍ରୁତ ଗତିରେ ବଢୁଛି ଧନୀ ଓ ଗରିବ ଅସମାନତା, ୧ % ଲୋକଙ୍କ ପାଖରେ ୪୦%ରୁ ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟମାନେ ଖୁବ୍ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। କାରଣ ୨୦୦୦ ମସିହାଠାରୁ କ୍ରମାଗତ ଭାବେ ଭାରତରେ ଲୋକମାନଙ୍କ ସମ୍ପତ୍ତିରେ ବୃଦ୍ଧି ହେଉଛି। ଭାରତରେ ବୟସ୍କ ଲୋକମାନଙ୍କର ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ ଟଙ୍କା ରହିଥିବା ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ (ୟୁବିଏସ୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟରେ ଦର୍ଶାଯାଇଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ସମ୍ପତ୍ତିଗତ ଅସମାନତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। […]
ନୂଆଦିଲ୍ଲୀ: ଭାରତୀୟମାନେ ଖୁବ୍ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। କାରଣ ୨୦୦୦ ମସିହାଠାରୁ କ୍ରମାଗତ ଭାବେ ଭାରତରେ ଲୋକମାନଙ୍କ ସମ୍ପତ୍ତିରେ ବୃଦ୍ଧି ହେଉଛି। ଭାରତରେ ବୟସ୍କ ଲୋକମାନଙ୍କର ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ ଟଙ୍କା ରହିଥିବା ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ (ୟୁବିଏସ୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟରେ ଦର୍ଶାଯାଇଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ସମ୍ପତ୍ତିଗତ ଅସମାନତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାର ସଦ୍ୟ ଉଦାହରଣ ଦେଉଛି ଦେଶର ଏକ ପ୍ରତିଶତ ଲୋକଙ୍କ ପାଖରେ ୪୦%ରୁ ଅଧିକ ସମ୍ପତ୍ତି।
ୟୁବିଏସ୍ର ‘ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟ ୨୦୨୩’ ଅନୁଯାୟୀ, ୨୦୦୦ ମସିହାରୁ ଭାରତର ଲୋକମାନଙ୍କ ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ, ସେମାନେ ବିଶ୍ବର ବୟସ୍କଙ୍କ ହାରାହାରି ସମ୍ପତ୍ତି ତୁଳନାରେ ବହୁ ପଛରେ ରହିଛନ୍ତି। ଭାରତୀୟ ବୟସ୍କଙ୍କ ସମ୍ପତ୍ତି ବିଶ୍ବର ବୟସ୍କ ଲୋକଙ୍କ ହାରାହାରି ସମ୍ପତ୍ତିଠାରୁ ପାଞ୍ଚ ଗୁଣ କମ୍। ଏହାର ଅର୍ଥ ହେଉଛି ବିଶ୍ବରେ ବୟସ୍କ ଲୋକଙ୍କ ହାରାହାରି ସମ୍ପତ୍ତି ପରିମାଣ ପ୍ରାୟ ୭୦ ଲକ୍ଷ ଟଙ୍କା ରହିଛି। ଚଳିତବର୍ଷ ଜୁନ୍ ପହିଲାରେ ପ୍ରକାଶିତ ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟ ୨୦୨୩ରେ କୁହାଯାଇଥିଲା ଯେ ୨୦୦୮ରୁ ୨୦୨୨ ମଧ୍ୟରେ ସାରା ବିଶ୍ୱରେ ଲୋକଙ୍କ ସମ୍ପତ୍ତି ହ୍ରାସ ଘଟିଛି। ୨୦୨୨ରେ ବିଶ୍ବରେ ଲୋକମାନଙ୍କର ମୋଟ ବ୍ୟକ୍ତିଗତ ସମ୍ପତ୍ତି ୪୫୪.୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି ଅର୍ଥାତ୍ ପ୍ରାୟ ୩୮ ହଜାର ଲକ୍ଷ କୋଟି ଟଙ୍କା। ଏହା ୧୧.୩ ଟ୍ରିଲିୟନ ଡଲାର ଅର୍ଥାତ୍ ୨୦୨୧ର ମୋଟ ବ୍ୟକ୍ତିଗତ ସମ୍ପତ୍ତି ତୁଳନାରେ ପ୍ରାୟ ୯୪୦ ଲକ୍ଷ କୋଟି ଟଙ୍କା କମ୍। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ସମ୍ପତ୍ତିଗତ ଅସମାନତା ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି।
କାରଣ ୨୦୦୦ ମସିହାରେ, ଭାରତର ମୋଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୩୩.୨ ପ୍ରତିଶତ ସମ୍ପତ୍ତି ରହିଥିଲା। କିନ୍ତୁ ୧୨ବର୍ଷ ପରେ ଅର୍ଥାତ୍ ୨୦୨୨ ବେଳକୁ ମଧ୍ୟ ଦେଶର ୪୦.୪ ପ୍ରତିଶତ ସମ୍ପତ୍ତି ସେହି ୧ ପ୍ରତିଶତ ଜନସଂଖ୍ୟା ନିକଟରେ ରହିଛି। ‘ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟ ୨୦୨୩’ରେ କୁହାଯାଇଛି ଯେ ୨୦୨୨ ସୁଦ୍ଧା ଦେଶରେ ମୋଟ ୮.୪୯ ଲକ୍ଷ ବିଲିୟନେୟାର ଅଛନ୍ତି। ଏଥିମଧ୍ୟରୁ ୫୪୮୦ ଜଣ ବିଲିୟନେୟାର, ଯେଉଁମାନଙ୍କର ସମ୍ପତ୍ତି ୧୦୦ ମିଲିୟନ ଡଲାରରୁ ଅଧିକ। ଚୀନ୍ ବିଷୟରେ କହିବାକୁ ଗଲେ ୨୦୨୧ ମସିହାରେ ଉଭୟ ଦେଶର ଅର୍ଥନୀତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ୨୦୨୧ ମସିହାରେ ଭାରତର ଜିଡିପି ୯.୧% ହାରରେ ବୃଦ୍ଧି ପାଇଥିବାବେଳେ ପଡୋଶୀ ଚୀନ୍ର ଜିଡିପି ମଧ୍ୟ ୮.୪% ହାରରେ ବୃଦ୍ଧି ପାଇଛି। ତେବେ, ଗୋଟିଏ ବର୍ଷ ପରେ ଉଭୟ ଦେଶର ଜିଡିପିରେ ଏକ ବଡ଼ ପାର୍ଥକ୍ୟ ଦେଖାଗଲା। ୨୦୨୨ ମସିହାରେ, ଯେଉଁଠାରେ ଭାରତର ଜିଡିପି ୬.୮% ହାରରେ ବୃଦ୍ଧି ପାଇଛି, ସେଠି ଚାଇନାର ଜିଡିପି ଅଭିବୃଦ୍ଧି ହାର ମାତ୍ର ୩% ରହିଯାଇଛି। ଏହାର କାରଣ କରୋନା ଦ୍ବାରା ସୃଷ୍ଟି ହୋଇଥିବା ଲକଡାଉନ୍କୁ ଦେଖାଯାଉଛି। ଏହା ବ୍ୟତୀତ ଚାଇନା ଷ୍ଟକ୍ ବଜାର ମଧ୍ୟ କିଛି ବିଶେଷ ପ୍ରଦର୍ଶନ କରି ନ ଥିଲା। ଚାଇନାରେ ପ୍ରଥମ ଥର ପାଇଁ ମୁଣ୍ଡପିଛା ସମ୍ପତ୍ତି ହ୍ରାସ ହେବାର ଏହି ସବୁ କାରଣ। କିନ୍ତୁ ମୁଣ୍ଡପିଛା ଆୟ ହ୍ରାସ ପରେ ମଧ୍ୟ ଭାରତ ଏବଂ ଚୀନ୍ ଲୋକଙ୍କ ହାରାହାରି ସମ୍ପତ୍ତିରେ ୫ ଗୁଣ ପାର୍ଥକ୍ୟ ରହିଛି। ଚାଇନାରେ ପ୍ରତ୍ୟେକ ବୟସ୍କଙ୍କ ସମ୍ପତ୍ତି ପରିମାଣ ୭୫,୭୩୧ ଡଲାର ଅର୍ଥାତ୍ ପ୍ରାୟ ୬୩ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ।
ରିପୋର୍ଟ ଅନୁଯାୟୀ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ନେପାଳ, ମିଆଁମାର ଭଳି ଦେଶର ଅବସ୍ଥା ଅତ୍ୟନ୍ତ ଖରାପ। ପାକିସ୍ତାନ ଏବଂ ନେପାଳର ପ୍ରତ୍ୟେକ ବୟସ୍କଙ୍କ ସମ୍ପତ୍ତି ପ୍ରାୟ ୪ ଲକ୍ଷ ଟଙ୍କା। ବାଂଲାଦେଶରେ ଏହା ୮ ଲକ୍ଷ ଟଙ୍କା ହେବ। ଆସନ୍ତା ୫ବର୍ଷରେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ। ୨୦୨୨ ସୁଦ୍ଧା ଭାରତରେ ୧୬୧ ବିଲିୟନେୟାର ରହିଛନ୍ତି, ଯାହା ୧୯୫ କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।





