୫ ରୁ ୧୨% ବଢ଼ିବ ଜିଏସ୍‌ଟି; ଜାନୁଆରୀରୁ ମହଙ୍ଗା ହେବ ପୋଷାକ, ଜୋତା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଫଳରେ ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ ବୋଲି […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଫଳରେ ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଫାବ୍ରିକ୍ସ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବା ସହିତ ଯେକୌଣସି ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ମଧ୍ୟ ଟିକସ ହାର ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ଏହାପୂର୍ବରୁ କେବଳ ୧୦୦୦ ଟଙ୍କାରୁ ଊର୍ଦ୍ଧ୍ବ ପୋଷାକ ସାମଗ୍ରୀ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହେଉଥିଲା। ସେହିପରି ଫ୍ରାବ୍ରିକ୍ସ, ସିନ୍ଥେଟିକ୍‌ ୟାର୍ଣ୍ଣ,କମ୍ବଳ, ତମ୍ବୁ ଏବଂ ଅନ୍ୟାନ୍ୟ ଫାବ୍ରିକ୍ସ ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବ। ତେବେ ପୋଷାକ ସାମଗ୍ରୀ ଉପରେ ଟିକସ ବୃଦ୍ଧିକୁ ଭାରତୀୟ ପୋଷାକ ଉତ୍ପାଦନକାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। କରୋନା କାଳରେ ଏହି କ୍ଷେତ୍ରର ବ୍ୟବସାୟୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ମୁଣ୍ଡ ଟେକିବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହି ସମୟରେ ସରକାର ଟିକସ ବୃଦ୍ଧି କରି ପୁଣିଥରେ ସେମାନଙ୍କୁ ସମସ୍ୟା ଘେରକୁ ଟାଣୁଛନ୍ତି ବୋଲି ସଂଘ କହିଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

21 Nov 2021 By The Sakala

୫ ରୁ ୧୨% ବଢ଼ିବ ଜିଏସ୍‌ଟି; ଜାନୁଆରୀରୁ ମହଙ୍ଗା ହେବ ପୋଷାକ, ଜୋତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଫଳରେ ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଫାବ୍ରିକ୍ସ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବା ସହିତ ଯେକୌଣସି ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ମଧ୍ୟ ଟିକସ ହାର ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ଏହାପୂର୍ବରୁ କେବଳ ୧୦୦୦ ଟଙ୍କାରୁ ଊର୍ଦ୍ଧ୍ବ ପୋଷାକ ସାମଗ୍ରୀ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହେଉଥିଲା। ସେହିପରି ଫ୍ରାବ୍ରିକ୍ସ, ସିନ୍ଥେଟିକ୍‌ ୟାର୍ଣ୍ଣ,କମ୍ବଳ, ତମ୍ବୁ ଏବଂ ଅନ୍ୟାନ୍ୟ ଫାବ୍ରିକ୍ସ ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବ। ତେବେ ପୋଷାକ ସାମଗ୍ରୀ ଉପରେ ଟିକସ ବୃଦ୍ଧିକୁ ଭାରତୀୟ ପୋଷାକ ଉତ୍ପାଦନକାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। କରୋନା କାଳରେ ଏହି କ୍ଷେତ୍ରର ବ୍ୟବସାୟୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ମୁଣ୍ଡ ଟେକିବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହି ସମୟରେ ସରକାର ଟିକସ ବୃଦ୍ଧି କରି ପୁଣିଥରେ ସେମାନଙ୍କୁ ସମସ୍ୟା ଘେରକୁ ଟାଣୁଛନ୍ତି ବୋଲି ସଂଘ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp