ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼ ପରିବର୍ତ୍ତନ; ହଟିବ ୫% ଟିକସ ସ୍ଲାବ୍‌

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌ ୫ ପ୍ରତିଶତ ସ୍ଲାବ୍‌ ଆଉ ରହିବନାହିଁ। ଏହି ବର୍ଗର ଟିକସ ସ୍ଲାବ୍‌କୁ କେନ୍ଦ୍ର ସରକାର ହଟାଇଦେବାକୁ ଯୋଜନା କରୁଛନ୍ତି। ୫ ପ୍ରତିଶତରେ ରହିଥିବା ଟିକସ […]

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌ ୫ ପ୍ରତିଶତ ସ୍ଲାବ୍‌ ଆଉ ରହିବନାହିଁ। ଏହି ବର୍ଗର ଟିକସ ସ୍ଲାବ୍‌କୁ କେନ୍ଦ୍ର ସରକାର ହଟାଇଦେବାକୁ ଯୋଜନା କରୁଛନ୍ତି। ୫ ପ୍ରତିଶତରେ ରହିଥିବା ଟିକସ ସ୍ଲାବ୍‌ ହଟାଇ ସରକାର ତାହାକୁ ୮ ପ୍ରତିଶତରେ ରଖିପାରନ୍ତି। ସୂଚନାନୁଯାୟୀ, ଜିଏସ୍‌ଟି ପରିଷଦ ଏହାର ପରବର୍ତ୍ତୀ ବୈଠକରେ ସବୁଠୁ କମ୍‌ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିପାରେ।

ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କର ଏକ କମିଟି ଚଳିତ ମାସ ଶେଷ ସୁଦ୍ଧା ଉପରୋକ୍ତ ପ୍ରସ୍ତାବ ସମ୍ପର୍କରେ ରିପୋର୍ଟ ଜିଏସଟି ପରିଷଦକୁ ଦେଇପାରନ୍ତି। ଏଥିରେ ସବୁଠୁ କମ ସ୍ଲାବକୁ ବଢାଇବା ଏବଂ ସ୍ଲାବକୁ ତର୍କ ସଙ୍ଗତ କରିବା ସହିତ ରାଜସ୍ଵ କେମିତି ବଢିବ ସେହି ଦିଗରେ କେଉଁ କେଉଁ ପଦକ୍ଷେପ ନେବା ଦରକାର ତା ଉପରେ ରିପୋର୍ଟରେ ପ୍ରସ୍ତାବ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ଜିଏସଟିର ଚାରୋଟି ସ୍ଲାବ ରହିଛି। ସେଗୁଡିକ ହେଉଛି, ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ। ସମ୍ପ୍ରତି, ପ୍ୟାକେଜ୍ ହୋଇ ନ ଥିବା ଏବଂ ବ୍ରାଣ୍ଡେଡ୍ ଖାଦ୍ୟ ଏବଂ ଦୁଗ୍ଧ ଜିନିଷଗୁଡିକ ଜିଏସ୍‌ଟିରୁ ମୁକ୍ତ କରାଯାଇଛି।

ଏକ ସୂତ୍ରରୁ ପ୍ରକାଶ ଯେ, ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ଶେଷରେ କିମ୍ବା ଆସନ୍ତା ମାସ ଆରମ୍ଭରେ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରାଯିବ। ଏହା ଜରିଆରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ବାର୍ଷିକ ରାଜସ୍ଵ ପ୍ରାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରିସଂଖ୍ୟାନ ଅନୁଯାୟୀ,ଟିକସ ସ୍ଲାବ୍‌ରେ ଗୋଟିଏ ପ୍ରତିଶତ ବୃଦ୍ଧି ଘଟିଲେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କାର ରାଜସ୍ଵ ମିଳିଥାଏ। ଏଥିରେ ମୁଖ୍ୟତଃ ପ୍ୟାକେଜ୍ ଖାଦ୍ୟ ପଦାର୍ଥ ସାମିଲ୍। ଏହା ବ୍ୟତୀତ ଜିଏସ୍‌ଟି ପରିଷଦ ତିନି ସ୍ତରୀୟ ସ୍ଲାବ କରିବାକୁ ଚାହୁଁଛନ୍ତି। ଏମିତି ହେଲେ ଦେଶରେ ତିନୋଟି ୮ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ ରହିବ। ଯଦି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଏ ତେବେ ବସ୍ତୁ ଏବଂ ସେବା ଉପରେ ବର୍ତ୍ତମାନ ଲାଗୁଥିବା ୧୨ ପ୍ରତିଶତ ଟିକସ, ୧୮ ପ୍ରତିଶତ ଟିକସରେ ସାମିଲ୍ ହୋଇଯିବ। ଏହାବ୍ୟତୀତ ମନ୍ତ୍ରୀ ଗୋଷ୍ଠୀ ବିଭିନ୍ନ ଟିକସ ସ୍ଲାବ ଆଧାରରେ ଅନ୍ୟ ବସ୍ତୁକୁ ସାମିଲ୍ କରିପାରନ୍ତି। ଏହା ବ୍ୟତୀତ ମନ୍ତ୍ରୀ ପରିଷଦ ଜିଏସ୍‌ଟିରୁ ରିହାତି ମିଳୁଥିବା ଦ୍ରବ୍ୟଗୁଡିକ ସଂଖ୍ୟା କମ୍‌ କରିବାକୁ ମଧ୍ୟ ପ୍ରସ୍ତାବ ଦେଇପାରନ୍ତି। ଜୁଲାଇ ପହିଲା ୨୦୧୭ରେ ଜିଏସ୍‌ଟି ଲାଗୁ କରାଯିବା ସମୟରେ, କେନ୍ଦ୍ର ସରକାର ୨୦୨୨ ମସିହା ଜୁନ୍ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ୫ ବର୍ଷ କ୍ଷତିପୂରଣ ଦେବାକୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ରାଜି ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର