ନୂଆବର୍ଷରୁ ଅନଲାଇନ୍ ଡେଲିଭରୀ କମ୍ପାନୀଙ୍କ ଉପରେ ଲାଗୁ ହେବ ଜିଏସ୍‌ଟି…..

The Sakala Picture
Published On

ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ କ୍ଷେତ୍ରର ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ଅଧିକ ରହିବ। ସବୁ କିସମର ଚପଲ ଉପରେ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେବା ସହିତ ସୁତା […]

ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ କ୍ଷେତ୍ରର ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ଅଧିକ ରହିବ। ସବୁ କିସମର ଚପଲ ଉପରେ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେବା ସହିତ ସୁତା ବ୍ୟତୀତ ଅନ୍ୟାନ୍ୟ ବୟନ ସାମଗ୍ରୀ ଉପରେ ମଧ୍ୟ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଅଦାୟ ହେବ । ଅଫଲାଇନ ବା ମାନୁଆଲ ମୋଡ୍‌ରେ ଯାତ୍ରୀ ପରିହବନ କରୁଥିବା ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ନଥିବା ବେଳେ ଇ-କମର୍ସ ପ୍ଲାଟଫର୍ମରେ ଯାତ୍ରୀ ପରିବହନ ସେବା ଯୋଗାଉଥିବା କମ୍ପାନୀଙ୍କୁ ୫ ପ୍ରତିଶତ ହାରରେ ଜିଏସ୍‌ଟି ଦେବାକୁ ପଡ଼ିବ। ଏହି ସେବାପାଇଁ ସେମାନଙ୍କୁ ଇନଭଏସ୍ ଜାରି କରିବାକୁ ହେବ। ସେହିଭଳି ଗ୍ରାହକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ଵିଗି କିମ୍ବା ଜୋମାଟୋ ଭଳି ଇ-କମର୍ସ କମ୍ପାନୀ ଏଣିକି ଜିଏସ୍‌ଟି ସଂଗ୍ରହ କରି ଜମା କରିବେ । ସେମାନଙ୍କୁ ମଧ୍ୟ ଇନଭଏସ୍ ଜାରି କରିବାକୁ ହେବ । ତେବେ ଏ ବାବଦରେ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ । କାରଣ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ରେସ୍ତୋରାଁଗୁଡ଼ିକ ଏହି ଟିକସ ଆଦାୟ କରି ଜମା କରୁଛନ୍ତି । ନୂଆବର୍ଷରୁ ତାହାକୁ ଇ-କମର୍ସ କମ୍ପାନୀ ଜମା କରିବେ ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ତେଣୁ ଏ କ୍ଷେତ୍ରରେ କେବଳ ଟିକସ ସଂଗ୍ରହ ଓ ଦାଖଲ ଦାୟିତ୍ଵ ରେସ୍ତୋରାଁଙ୍କ ଠାରୁ ଇ-କମର୍ସ କମ୍ପାନୀଙ୍କ ଉପରକୁ ଆସିଛି। ଲୋକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାଗୁଡ଼ିକ ପ୍ରକୃତ କାରବାର ତୁଳନାରେ କମ୍ ଦର୍ଶାଉଥିବାରୁ ଜିଏସଟି ସଂଗ୍ରହକୁ ନେଇ ସରକାର କ୍ଷତି ସହୁଥିଲେ | ତେଣୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

28 Dec 2021 By The Sakala

ନୂଆବର୍ଷରୁ ଅନଲାଇନ୍ ଡେଲିଭରୀ କମ୍ପାନୀଙ୍କ ଉପରେ ଲାଗୁ ହେବ ଜିଏସ୍‌ଟି…..

ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ କ୍ଷେତ୍ରର ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ଅଧିକ ରହିବ। ସବୁ କିସମର ଚପଲ ଉପରେ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେବା ସହିତ ସୁତା ବ୍ୟତୀତ ଅନ୍ୟାନ୍ୟ ବୟନ ସାମଗ୍ରୀ ଉପରେ ମଧ୍ୟ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଅଦାୟ ହେବ । ଅଫଲାଇନ ବା ମାନୁଆଲ ମୋଡ୍‌ରେ ଯାତ୍ରୀ ପରିହବନ କରୁଥିବା ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ନଥିବା ବେଳେ ଇ-କମର୍ସ ପ୍ଲାଟଫର୍ମରେ ଯାତ୍ରୀ ପରିବହନ ସେବା ଯୋଗାଉଥିବା କମ୍ପାନୀଙ୍କୁ ୫ ପ୍ରତିଶତ ହାରରେ ଜିଏସ୍‌ଟି ଦେବାକୁ ପଡ଼ିବ। ଏହି ସେବାପାଇଁ ସେମାନଙ୍କୁ ଇନଭଏସ୍ ଜାରି କରିବାକୁ ହେବ। ସେହିଭଳି ଗ୍ରାହକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ଵିଗି କିମ୍ବା ଜୋମାଟୋ ଭଳି ଇ-କମର୍ସ କମ୍ପାନୀ ଏଣିକି ଜିଏସ୍‌ଟି ସଂଗ୍ରହ କରି ଜମା କରିବେ । ସେମାନଙ୍କୁ ମଧ୍ୟ ଇନଭଏସ୍ ଜାରି କରିବାକୁ ହେବ । ତେବେ ଏ ବାବଦରେ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ । କାରଣ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ରେସ୍ତୋରାଁଗୁଡ଼ିକ ଏହି ଟିକସ ଆଦାୟ କରି ଜମା କରୁଛନ୍ତି । ନୂଆବର୍ଷରୁ ତାହାକୁ ଇ-କମର୍ସ କମ୍ପାନୀ ଜମା କରିବେ ।

ତେଣୁ ଏ କ୍ଷେତ୍ରରେ କେବଳ ଟିକସ ସଂଗ୍ରହ ଓ ଦାଖଲ ଦାୟିତ୍ଵ ରେସ୍ତୋରାଁଙ୍କ ଠାରୁ ଇ-କମର୍ସ କମ୍ପାନୀଙ୍କ ଉପରକୁ ଆସିଛି। ଲୋକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାଗୁଡ଼ିକ ପ୍ରକୃତ କାରବାର ତୁଳନାରେ କମ୍ ଦର୍ଶାଉଥିବାରୁ ଜିଏସଟି ସଂଗ୍ରହକୁ ନେଇ ସରକାର କ୍ଷତି ସହୁଥିଲେ | ତେଣୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

https://www.thesakala.in/business/from-new-year-gst-will-impose-on-online-delivery-companies/article-7954
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp