ମହଙ୍ଗା ହେଲା ଫୋନ ପେ’ ରେ ମୋବାଇଲ୍ ରିଚାର୍ଜ କରିବା, ଲାଗିବ ଅତିରିକ୍ତ ଚାର୍ଜ

The Sakala Picture
Published On

ଡିଜିଟାଲ୍‌ ପେମେଣ୍ଟ ଆପ୍ ଫୋନ୍ ପେ’ ରେ ଆପଣ ମୋବାଇଲ୍ ରିଚାର୍ଜ କରୁଛନ୍ତି କି, ତେବେ ଆପଣଙ୍କୁ ଝଟକା ଲାଗିବାକୁ ଯାଉଛି । ଫୋନ୍ ପେ’ ୟୁଜର୍ସଙ୍କ ପାଇଁ ଖରାପ ଖବର। କାରଣ ଏଣିକି ଫୋନ୍ ପେ’ କାରବାରକାରୀଙ୍କୁ ଏଥିପାଇଁ ଚାର୍ଜ ଲାଗିବ। ଯାହାଫଳରେ ୟୁଜରମାନେ ଆଉ ମାଗଣାରେ ଫୋନ୍ ପେ’ ରେ ମୋବାଇଲ୍ ରିଚାର୍ଜ କରିପାରିବେ ନାହିଁ | ଏହି ଆପ୍‌ରେ ଏଥର ମୋବାଇଲ୍ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ଦେବେ । ଏଠାରେ ସୂଚନାଯୋଗ୍ୟ, […]

ଡିଜିଟାଲ୍‌ ପେମେଣ୍ଟ ଆପ୍ ଫୋନ୍ ପେ’ ରେ ଆପଣ ମୋବାଇଲ୍ ରିଚାର୍ଜ କରୁଛନ୍ତି କି, ତେବେ ଆପଣଙ୍କୁ ଝଟକା ଲାଗିବାକୁ ଯାଉଛି । ଫୋନ୍ ପେ’ ୟୁଜର୍ସଙ୍କ ପାଇଁ ଖରାପ ଖବର। କାରଣ ଏଣିକି ଫୋନ୍ ପେ’ କାରବାରକାରୀଙ୍କୁ ଏଥିପାଇଁ ଚାର୍ଜ ଲାଗିବ। ଯାହାଫଳରେ ୟୁଜରମାନେ ଆଉ ମାଗଣାରେ ଫୋନ୍ ପେ’ ରେ ମୋବାଇଲ୍ ରିଚାର୍ଜ କରିପାରିବେ ନାହିଁ | ଏହି ଆପ୍‌ରେ ଏଥର ମୋବାଇଲ୍ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ଦେବେ । ଏଠାରେ ସୂଚନାଯୋଗ୍ୟ, ଏବେ ଯାଏ ଫୋନ୍ ଫେ ୟୁଜର୍ସଙ୍କୁ ଏହି ଆପ୍‌ର ବ୍ୟବହାର ପାଇଁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡୁ ନ ଥିଲା। ଫୋନ୍ ପେ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ହୋଇଛି ମହଙ୍ଗା । କାରଣ ପ୍ରତି ରିଚାର୍ଜ କାରବାରରେ ଏହି ପେମେଣ୍ଟ ଆପ୍ ଏଣିକି ୧-୨ ଟଙ୍କା ଚାର୍ଜ ନେଉଛି। ତେବେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ କଲେ ହିଁ ଏହି ପ୍ରୋସେ ଫି ଲାଗୁ ହେଉନାହିଁ | ଦେଶରେ ବିମୁଦ୍ରାୟନ ହେବାଠାରୁ ଅନ୍‌ଲାଇନ୍ କାରବାର ଢେର ବଢ଼ିଛି ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

କରୋନା ମହାମାରୀ ପରଠୁ ଏହାର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍ କାରବାର ଉପରେ ସରକାର ଜୋର ଦେଉଥିବାବେଳେ ଲୋକେ ଏହା କରୁଛନ୍ତି। ଲୋକମାନେ ଏଟିଏମ୍‌ରେ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍‌ରେ ଟଙ୍କା ଧରି ବୁଲୁନାହାନ୍ତି। ଏଭଳି ସମୟରେ ଏହି ନୂଆ ଚାର୍ଜ ୟୁଜରଙ୍କୁ ବେଶ ବାଧିଲାଣି । ୫୦ ଟଙ୍କାରୁ ଉର୍ଦ୍ଧ୍ବ ରିଚାର୍ଜ ଉପରେ ଫୋନ୍ ପେ’ ପ୍ରୋସେସିଂ ଫି ନେଉଛି। ବଜାରରେ ଏବେ ଅନେକ ପେମେଣ୍ଟ ଆପ୍‌ ରହିଥିବାବେଳେ ଲୋକେ ଗୁଗଲ ପେ, ପେଟିଏମ୍ ଏବଂ ଫୋନ୍ ପେ’ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ୍ କାରବାର ପାଇଁ ଅର୍ଥ ଚାର୍ଜ କରି ନ ଥିବାବେଳେ ଫୋନ୍ ପେ’ ଏହି ନିୟମ ଲାଗୁ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ମୂଲ୍ୟର ରିଚାର୍ଜ ଉପରେ ହିଁ ଆପ୍ କୌଣସି ଚାର୍ଜ ନେବନାହିଁ । ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ୧ ଟଙ୍କା ଏବଂ ତାଠାରୁ ଅଧିକ ରିଚାର୍ଜ କଲେ ୨ ଟଙ୍କା ଚାର୍ଜ ଲାଗୁଛି । କିନ୍ତୁ ଅନ୍ୟ କାରବାରଗୁଡିକ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

25 Oct 2021 By The Sakala

ମହଙ୍ଗା ହେଲା ଫୋନ ପେ’ ରେ ମୋବାଇଲ୍ ରିଚାର୍ଜ କରିବା, ଲାଗିବ ଅତିରିକ୍ତ ଚାର୍ଜ

ଡିଜିଟାଲ୍‌ ପେମେଣ୍ଟ ଆପ୍ ଫୋନ୍ ପେ’ ରେ ଆପଣ ମୋବାଇଲ୍ ରିଚାର୍ଜ କରୁଛନ୍ତି କି, ତେବେ ଆପଣଙ୍କୁ ଝଟକା ଲାଗିବାକୁ ଯାଉଛି । ଫୋନ୍ ପେ’ ୟୁଜର୍ସଙ୍କ ପାଇଁ ଖରାପ ଖବର। କାରଣ ଏଣିକି ଫୋନ୍ ପେ’ କାରବାରକାରୀଙ୍କୁ ଏଥିପାଇଁ ଚାର୍ଜ ଲାଗିବ। ଯାହାଫଳରେ ୟୁଜରମାନେ ଆଉ ମାଗଣାରେ ଫୋନ୍ ପେ’ ରେ ମୋବାଇଲ୍ ରିଚାର୍ଜ କରିପାରିବେ ନାହିଁ | ଏହି ଆପ୍‌ରେ ଏଥର ମୋବାଇଲ୍ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ଦେବେ । ଏଠାରେ ସୂଚନାଯୋଗ୍ୟ, ଏବେ ଯାଏ ଫୋନ୍ ଫେ ୟୁଜର୍ସଙ୍କୁ ଏହି ଆପ୍‌ର ବ୍ୟବହାର ପାଇଁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡୁ ନ ଥିଲା। ଫୋନ୍ ପେ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ହୋଇଛି ମହଙ୍ଗା । କାରଣ ପ୍ରତି ରିଚାର୍ଜ କାରବାରରେ ଏହି ପେମେଣ୍ଟ ଆପ୍ ଏଣିକି ୧-୨ ଟଙ୍କା ଚାର୍ଜ ନେଉଛି। ତେବେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ କଲେ ହିଁ ଏହି ପ୍ରୋସେ ଫି ଲାଗୁ ହେଉନାହିଁ | ଦେଶରେ ବିମୁଦ୍ରାୟନ ହେବାଠାରୁ ଅନ୍‌ଲାଇନ୍ କାରବାର ଢେର ବଢ଼ିଛି ।

କରୋନା ମହାମାରୀ ପରଠୁ ଏହାର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍ କାରବାର ଉପରେ ସରକାର ଜୋର ଦେଉଥିବାବେଳେ ଲୋକେ ଏହା କରୁଛନ୍ତି। ଲୋକମାନେ ଏଟିଏମ୍‌ରେ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍‌ରେ ଟଙ୍କା ଧରି ବୁଲୁନାହାନ୍ତି। ଏଭଳି ସମୟରେ ଏହି ନୂଆ ଚାର୍ଜ ୟୁଜରଙ୍କୁ ବେଶ ବାଧିଲାଣି । ୫୦ ଟଙ୍କାରୁ ଉର୍ଦ୍ଧ୍ବ ରିଚାର୍ଜ ଉପରେ ଫୋନ୍ ପେ’ ପ୍ରୋସେସିଂ ଫି ନେଉଛି। ବଜାରରେ ଏବେ ଅନେକ ପେମେଣ୍ଟ ଆପ୍‌ ରହିଥିବାବେଳେ ଲୋକେ ଗୁଗଲ ପେ, ପେଟିଏମ୍ ଏବଂ ଫୋନ୍ ପେ’ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ୍ କାରବାର ପାଇଁ ଅର୍ଥ ଚାର୍ଜ କରି ନ ଥିବାବେଳେ ଫୋନ୍ ପେ’ ଏହି ନିୟମ ଲାଗୁ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ମୂଲ୍ୟର ରିଚାର୍ଜ ଉପରେ ହିଁ ଆପ୍ କୌଣସି ଚାର୍ଜ ନେବନାହିଁ । ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ୧ ଟଙ୍କା ଏବଂ ତାଠାରୁ ଅଧିକ ରିଚାର୍ଜ କଲେ ୨ ଟଙ୍କା ଚାର୍ଜ ଲାଗୁଛି । କିନ୍ତୁ ଅନ୍ୟ କାରବାରଗୁଡିକ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp