ଏଣିକି କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଯୋଗାଇବ ଫେସ୍‌ବୁକ୍

The Sakala Picture
Published On

ନୂଆଦିଲ୍ଲୀ: କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ପକ୍ଷରୁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଅନଲାଇନ୍‌ ବ୍ୟବସ୍ଥାରେ ଋଣ ସହାୟତା ଯୋଗାଇ ଦେଉଥିବା ‘ଇଣ୍ଡିଫି ପ୍ଲାଟଫର୍ମ’ର ମିଳିତ ସହଯୋଗରେ ଫେସ୍‌ବୁକ୍‌ ‘ସ୍ମଲ ବିଜନେସ୍‌ ଲୋନ୍‌ ଇନିସିଏଟିଭ୍‌’ ନାମରେ ଏହି ଋଣ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଶୁକ୍ରବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ଇଣ୍ଡିଫି ସଂସ୍ଥା ନିୟମିତ ଫେସ୍‌ବୁକ୍‌ରେ ବିଜ୍ଞାପନ […]

ନୂଆଦିଲ୍ଲୀ: କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ପକ୍ଷରୁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଅନଲାଇନ୍‌ ବ୍ୟବସ୍ଥାରେ ଋଣ ସହାୟତା ଯୋଗାଇ ଦେଉଥିବା ‘ଇଣ୍ଡିଫି ପ୍ଲାଟଫର୍ମ’ର ମିଳିତ ସହଯୋଗରେ ଫେସ୍‌ବୁକ୍‌ ‘ସ୍ମଲ ବିଜନେସ୍‌ ଲୋନ୍‌ ଇନିସିଏଟିଭ୍‌’ ନାମରେ ଏହି ଋଣ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଶୁକ୍ରବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ଇଣ୍ଡିଫି ସଂସ୍ଥା ନିୟମିତ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଉଥିଲା ବେଳେ ଏବେ ଫେସ୍‌ବୁକ୍‌ ମଧ୍ୟ ଏହି ସହାୟତା ଯୋଗାଇ ଦେବାକୁ କହିଛି। ବର୍ତ୍ତମାନ ଦେଶର ପ୍ରାୟ ୨୦୦ ସହରରେ ଫେସ୍‌ବୁକ୍‌ ଏହି ସେବା ଆରମ୍ଭ କରିଥିଲା ବେଳେ ପ୍ରଥମଥର ପାଇଁ ଭାରତରେ ହିଁ ଏହା ଆରମ୍ଭ କରାଯାଇଥିବା କୁହାଯାଇଛି। ସେହିପରି ଋଣ ପ୍ରଦାନକାରୀ ସଂସ୍ଥା ଭାବେ ପ୍ରଥମଥର ପାଇଁ ଫେସ୍‌ବୁକ୍‌ ଇଣ୍ଡିଫି ସଂସ୍ଥା ସହିତ ସହବନ୍ଧିତ ହୋଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଭାରତରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ (ଏମଏସ୍‌ଏମଇ) ଓ ବ୍ୟାବସାୟିକ କ୍ଷେତ୍ରର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବେଳେ ଛୋଟ ଏବଂ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଋଣ ଆବଶ୍ୟକତା ମଧ୍ୟ ଯଥେଷ୍ଟ ରହିଛି। ହେଲେ ଅଧିକାଂଶ ସମୟରେ ଛୋଟ ବ୍ୟବସାୟୀମାନେ ସେମାନଙ୍କ ଚାହିଦା ମୁତାବକ ଋଣ ପାଇବାରେ ଅସମର୍ଥ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ଭଳି ବିଶ୍ବର ସର୍ବବୃହତ ଟେକ୍‌ କମ୍ପାନୀ ଭାରତରେ ଏହି ସେବା ଆରମ୍ଭ କରିଥିବା କହିଛି। ଭାରତରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଋଣ ସହାୟତାକୁ ନେଇ ଗତ ବର୍ଷ ଫେସ୍‌ବୁକ୍‌ ବିଶ୍ବ ବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଋଣ ପ୍ରଦାନକାରୀ ସଂସ୍ଥା ‘ଅର୍ଗାନାଇଜେସନ ଫର୍‌ ଇକୋନୋମିକ୍‌ କୋ ଅପରେସନ୍‌ ଆଣ୍ଡ ଡେଭଲପମେଣ୍ଟ (ଓଇସିଡି) ସହ ମିଳିତ ଭାବେ ଏକ ସର୍ଭେ କରିଥିଲା। ‘ଫ୍ୟୁଚର୍‌ ବିଜନେସ୍‌’ ନାମରେ କରାଯାଇଥିବା ଏହି ସର୍ଭେ କାର୍ଯ୍ୟକ୍ରମରେ ଭାରତରେ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଋଣ ମିଳିବା କ୍ଷେତ୍ରରେ ଅନେକ ସମସ୍ୟା ରହିଛି ବୋଲି ଫେସ୍‌ବୁକ୍‌ ଜାଣିବାକୁ ପାଇଥିଲା। ବ୍ୟବସାୟୀ କିମ୍ବା ଛୋଟ ଉଦ୍ୟୋଗୀମାନଙ୍କୁ ଠିକଣା ସମୟରେ ଋଣ ମିଳୁନଥିବା ବେଳେ ଯେଉଁମାନେ ନୂଆ କରି ବ୍ୟବସାୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଋଣ ସହାୟତା ଅତ୍ୟନ୍ତ କାଠିକାର ପାଠ ବୋଲି ଏହି ସର୍ଭେ ସୂତ୍ରରୁ ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି ଉଦ୍ୟୋଗୀମାନଙ୍କ ପାଇଁ ଋଣ ସହାୟତା ଯୋଗାଇ ଦେବାକୁ ଫେସ୍‌ବୁକ୍‌ ନିଷ୍ପତ୍ତି ନେଇଥିଲା ବୋଲି କହିଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଏହି ବ୍ୟବସ୍ଥା ଅନୁସାରେ ଫେସ୍‌ବୁକ୍‌ରେ ଯେଉଁସବୁ ଛୋଟ ବ୍ୟବସାୟ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ପାଇଥିବା ସେସବୁ ବ୍ୟବସାୟ କରିବା ପାଇଁ ଯଦି କେହି ଋଣ ସହାୟତା ଚାହାନ୍ତି ତେବେ ବାର୍ଷିକ ୧୭ ରୁ ୨୦ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯିବ। ଏଥିପାଇଁ କିଛି ବନ୍ଧକ ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଅନ୍ୟ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ ମଧ୍ୟ ଅନଲାଇନ୍‌ ବ୍ୟବସ୍ଥାରେ ଋଣ ପାଇଁ ଆବେଦନ କରିପାରିବେ। ଡିଜିଟାଲ ବ୍ୟବସ୍ଥାକୁ ନେଇ ଭାରତରେ ଫେସ୍‌ବୁକ୍‌ର ପ୍ରମୁଖ ଭୂମିକା ରହିଥିଲା ବେଳେ ଏଭଳି ଋଣ ବ୍ୟବସ୍ଥା ଛୋଟ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଫେସବୁକ୍‌ ଇଣ୍ଡିଆ ମୁଖ୍ୟ ଅଜିତ୍‌ ମୋହନ କହିଛନ୍ତି। ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ କରାଯାଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ମଧ୍ୟ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

21 Aug 2021 By The Sakala

ଏଣିକି କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଯୋଗାଇବ ଫେସ୍‌ବୁକ୍

ନୂଆଦିଲ୍ଲୀ: କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ପକ୍ଷରୁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଅନଲାଇନ୍‌ ବ୍ୟବସ୍ଥାରେ ଋଣ ସହାୟତା ଯୋଗାଇ ଦେଉଥିବା ‘ଇଣ୍ଡିଫି ପ୍ଲାଟଫର୍ମ’ର ମିଳିତ ସହଯୋଗରେ ଫେସ୍‌ବୁକ୍‌ ‘ସ୍ମଲ ବିଜନେସ୍‌ ଲୋନ୍‌ ଇନିସିଏଟିଭ୍‌’ ନାମରେ ଏହି ଋଣ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଶୁକ୍ରବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବାକୁ ଇଣ୍ଡିଫି ସଂସ୍ଥା ନିୟମିତ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଉଥିଲା ବେଳେ ଏବେ ଫେସ୍‌ବୁକ୍‌ ମଧ୍ୟ ଏହି ସହାୟତା ଯୋଗାଇ ଦେବାକୁ କହିଛି। ବର୍ତ୍ତମାନ ଦେଶର ପ୍ରାୟ ୨୦୦ ସହରରେ ଫେସ୍‌ବୁକ୍‌ ଏହି ସେବା ଆରମ୍ଭ କରିଥିଲା ବେଳେ ପ୍ରଥମଥର ପାଇଁ ଭାରତରେ ହିଁ ଏହା ଆରମ୍ଭ କରାଯାଇଥିବା କୁହାଯାଇଛି। ସେହିପରି ଋଣ ପ୍ରଦାନକାରୀ ସଂସ୍ଥା ଭାବେ ପ୍ରଥମଥର ପାଇଁ ଫେସ୍‌ବୁକ୍‌ ଇଣ୍ଡିଫି ସଂସ୍ଥା ସହିତ ସହବନ୍ଧିତ ହୋଇଛି।

ଭାରତରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ (ଏମଏସ୍‌ଏମଇ) ଓ ବ୍ୟାବସାୟିକ କ୍ଷେତ୍ରର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବେଳେ ଛୋଟ ଏବଂ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଋଣ ଆବଶ୍ୟକତା ମଧ୍ୟ ଯଥେଷ୍ଟ ରହିଛି। ହେଲେ ଅଧିକାଂଶ ସମୟରେ ଛୋଟ ବ୍ୟବସାୟୀମାନେ ସେମାନଙ୍କ ଚାହିଦା ମୁତାବକ ଋଣ ପାଇବାରେ ଅସମର୍ଥ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ଭଳି ବିଶ୍ବର ସର୍ବବୃହତ ଟେକ୍‌ କମ୍ପାନୀ ଭାରତରେ ଏହି ସେବା ଆରମ୍ଭ କରିଥିବା କହିଛି। ଭାରତରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଋଣ ସହାୟତାକୁ ନେଇ ଗତ ବର୍ଷ ଫେସ୍‌ବୁକ୍‌ ବିଶ୍ବ ବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଋଣ ପ୍ରଦାନକାରୀ ସଂସ୍ଥା ‘ଅର୍ଗାନାଇଜେସନ ଫର୍‌ ଇକୋନୋମିକ୍‌ କୋ ଅପରେସନ୍‌ ଆଣ୍ଡ ଡେଭଲପମେଣ୍ଟ (ଓଇସିଡି) ସହ ମିଳିତ ଭାବେ ଏକ ସର୍ଭେ କରିଥିଲା। ‘ଫ୍ୟୁଚର୍‌ ବିଜନେସ୍‌’ ନାମରେ କରାଯାଇଥିବା ଏହି ସର୍ଭେ କାର୍ଯ୍ୟକ୍ରମରେ ଭାରତରେ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଋଣ ମିଳିବା କ୍ଷେତ୍ରରେ ଅନେକ ସମସ୍ୟା ରହିଛି ବୋଲି ଫେସ୍‌ବୁକ୍‌ ଜାଣିବାକୁ ପାଇଥିଲା। ବ୍ୟବସାୟୀ କିମ୍ବା ଛୋଟ ଉଦ୍ୟୋଗୀମାନଙ୍କୁ ଠିକଣା ସମୟରେ ଋଣ ମିଳୁନଥିବା ବେଳେ ଯେଉଁମାନେ ନୂଆ କରି ବ୍ୟବସାୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଋଣ ସହାୟତା ଅତ୍ୟନ୍ତ କାଠିକାର ପାଠ ବୋଲି ଏହି ସର୍ଭେ ସୂତ୍ରରୁ ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି ଉଦ୍ୟୋଗୀମାନଙ୍କ ପାଇଁ ଋଣ ସହାୟତା ଯୋଗାଇ ଦେବାକୁ ଫେସ୍‌ବୁକ୍‌ ନିଷ୍ପତ୍ତି ନେଇଥିଲା ବୋଲି କହିଛି।

ଏହି ବ୍ୟବସ୍ଥା ଅନୁସାରେ ଫେସ୍‌ବୁକ୍‌ରେ ଯେଉଁସବୁ ଛୋଟ ବ୍ୟବସାୟ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ପାଇଥିବା ସେସବୁ ବ୍ୟବସାୟ କରିବା ପାଇଁ ଯଦି କେହି ଋଣ ସହାୟତା ଚାହାନ୍ତି ତେବେ ବାର୍ଷିକ ୧୭ ରୁ ୨୦ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯିବ। ଏଥିପାଇଁ କିଛି ବନ୍ଧକ ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଅନ୍ୟ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ ମଧ୍ୟ ଅନଲାଇନ୍‌ ବ୍ୟବସ୍ଥାରେ ଋଣ ପାଇଁ ଆବେଦନ କରିପାରିବେ। ଡିଜିଟାଲ ବ୍ୟବସ୍ଥାକୁ ନେଇ ଭାରତରେ ଫେସ୍‌ବୁକ୍‌ର ପ୍ରମୁଖ ଭୂମିକା ରହିଥିଲା ବେଳେ ଏଭଳି ଋଣ ବ୍ୟବସ୍ଥା ଛୋଟ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଫେସବୁକ୍‌ ଇଣ୍ଡିଆ ମୁଖ୍ୟ ଅଜିତ୍‌ ମୋହନ କହିଛନ୍ତି। ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ କରାଯାଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ମଧ୍ୟ ଉପସ୍ଥିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp