ବାଂଲାଦେଶରେ ଆଦାନୀଙ୍କ ଫସିଛି ୭ ହଜାର କୋଟି

The Sakala Picture
Published On

ନୂଆଦିଲ୍ଲୀ:  ସଂପ୍ରତି ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶିଳ୍ପ ଏବଂ ଔଦ୍ୟୋଗିକ ଜଗତକୁ ଭାରୀ ମାତ୍ରାରେ ପ୍ରଭାବିତ କରିଛି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ ଏଠାରେବହୁ ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିଲା ବେଳେ ସେମାନଙ୍କ ପ୍ରକଳ୍ପ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବାଂଲାଦେଶର ସାଂପ୍ରତିକ ସ୍ଥିତି ଆଗାମୀ ଦିନରେ ଆର୍ଥିକ ସଙ୍କଟ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହିକ୍ରମରେ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ ସମସ୍ୟାରେ […]

ନୂଆଦିଲ୍ଲୀ:  ସଂପ୍ରତି ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶିଳ୍ପ ଏବଂ ଔଦ୍ୟୋଗିକ ଜଗତକୁ ଭାରୀ ମାତ୍ରାରେ ପ୍ରଭାବିତ କରିଛି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ ଏଠାରେବହୁ ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିଲା ବେଳେ ସେମାନଙ୍କ ପ୍ରକଳ୍ପ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବାଂଲାଦେଶର ସାଂପ୍ରତିକ ସ୍ଥିତି ଆଗାମୀ ଦିନରେ ଆର୍ଥିକ ସଙ୍କଟ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହିକ୍ରମରେ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ ସମସ୍ୟାରେ ପଡ଼ିଛି। ବାଂଲାଦେଶ ସ୍ଥିତିକୁ ନେଇ ଗୌତମ ଆଦାନୀଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି। ତାଙ୍କ କମ୍ପାନୀ ଏଠାରେ ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ନିବେଶ କରିଛି। ବିଶେଷକରି ବାଂଲାଦେଶରେ ବିଦ୍ୟୁତ ପ୍ରକଳ୍ପରେ ଆଦାନୀ ଗ୍ରୁପ୍‌ ଏହି ପରିମାଣର ଅର୍ଥ ବନିଯୋଗ କରିଥିଲା ବେଳେ କମ୍ପାନୀର ପ୍ରାପ୍ୟକୁ ନେଇ ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିଛି। ଏଥିପାଇଁ ଆଦାନୀ ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ବାଂଲାଦେଶରେ ଗୋଟିଏ ପକ୍ଷରେ ହିଂସା ବଢିଥିଲା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଏବଂ ଏଠାରେ ନୂଆ ସରକାର ପ୍ରତିଷ୍ଠା ଏହି କମ୍ପାନୀ ପାଇଁ ଚିନ୍ତାର କାରଣ ହୋଇଛି। ହସିନା ସରକାରଙ୍କ ସହ ଆଦାନୀ ପାୱାରର ବୁଝାମଣା ହୋଇଥିଲା। କିନ୍ତୁ ଏବେ ୟୁନୁସ୍‌ଙ୍କ ନେତୃତ୍ବ ଅନ୍ତରୀଣ ସରକାର ଏହାକୁ କିଭଳି ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ତାହା ସନ୍ଦେହ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଆଦାନୀ ପାୱାରକୁ ବକେୟା ମିଳିବା ଦିଗରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିକଳ୍ପ ସ୍ଥିତିରେ ଆଦାନୀ ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିପାରେ। କିନ୍ତୁ ଏହାଦ୍ବାରା କମ୍ପାନୀକୁ ବିନିଯୋଗ ଅର୍ଥ ଫେରସ୍ତ ମିଳିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। ଆଦାନୀ ପାୱାର ବ୍ୟତୀତ ଏନ୍‌ଟିପିସି ଏବଂ ପିଟିସି ଇଣ୍ଡିଆ ଭଳି କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ମଧ୍ୟ ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଉଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

26 Aug 2024 By The Sakala

ବାଂଲାଦେଶରେ ଆଦାନୀଙ୍କ ଫସିଛି ୭ ହଜାର କୋଟି

ନୂଆଦିଲ୍ଲୀ:  ସଂପ୍ରତି ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶିଳ୍ପ ଏବଂ ଔଦ୍ୟୋଗିକ ଜଗତକୁ ଭାରୀ ମାତ୍ରାରେ ପ୍ରଭାବିତ କରିଛି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ ଏଠାରେବହୁ ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିଲା ବେଳେ ସେମାନଙ୍କ ପ୍ରକଳ୍ପ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବାଂଲାଦେଶର ସାଂପ୍ରତିକ ସ୍ଥିତି ଆଗାମୀ ଦିନରେ ଆର୍ଥିକ ସଙ୍କଟ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହିକ୍ରମରେ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ ସମସ୍ୟାରେ ପଡ଼ିଛି। ବାଂଲାଦେଶ ସ୍ଥିତିକୁ ନେଇ ଗୌତମ ଆଦାନୀଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି। ତାଙ୍କ କମ୍ପାନୀ ଏଠାରେ ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ନିବେଶ କରିଛି। ବିଶେଷକରି ବାଂଲାଦେଶରେ ବିଦ୍ୟୁତ ପ୍ରକଳ୍ପରେ ଆଦାନୀ ଗ୍ରୁପ୍‌ ଏହି ପରିମାଣର ଅର୍ଥ ବନିଯୋଗ କରିଥିଲା ବେଳେ କମ୍ପାନୀର ପ୍ରାପ୍ୟକୁ ନେଇ ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିଛି। ଏଥିପାଇଁ ଆଦାନୀ ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ବାଂଲାଦେଶରେ ଗୋଟିଏ ପକ୍ଷରେ ହିଂସା ବଢିଥିଲା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଏବଂ ଏଠାରେ ନୂଆ ସରକାର ପ୍ରତିଷ୍ଠା ଏହି କମ୍ପାନୀ ପାଇଁ ଚିନ୍ତାର କାରଣ ହୋଇଛି। ହସିନା ସରକାରଙ୍କ ସହ ଆଦାନୀ ପାୱାରର ବୁଝାମଣା ହୋଇଥିଲା। କିନ୍ତୁ ଏବେ ୟୁନୁସ୍‌ଙ୍କ ନେତୃତ୍ବ ଅନ୍ତରୀଣ ସରକାର ଏହାକୁ କିଭଳି ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ତାହା ସନ୍ଦେହ ସୃଷ୍ଟି କରିଛି।

ଆଦାନୀ ପାୱାରକୁ ବକେୟା ମିଳିବା ଦିଗରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିକଳ୍ପ ସ୍ଥିତିରେ ଆଦାନୀ ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିପାରେ। କିନ୍ତୁ ଏହାଦ୍ବାରା କମ୍ପାନୀକୁ ବିନିଯୋଗ ଅର୍ଥ ଫେରସ୍ତ ମିଳିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। ଆଦାନୀ ପାୱାର ବ୍ୟତୀତ ଏନ୍‌ଟିପିସି ଏବଂ ପିଟିସି ଇଣ୍ଡିଆ ଭଳି କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ମଧ୍ୟ ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp