ଫ୍ରାନ୍ସ ମାଧ୍ୟମରେ ଭାରତ ଫେରିବେ ମାଲ୍ୟା, ଫ୍ରାନ୍ସରେ ରହିଛି ୩୧୩ କୋଟିର ସମ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଆଣିବାକୁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସରକାର ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ମାଲ୍ୟାଙ୍କୁ ବିନା ସର୍ତ୍ତରେ ଭାରତ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ହେଲେ ଭାରତ ବର୍ତ୍ତମାନ ମାଲ୍ୟାଙ୍କର ସମ୍ପତ୍ତି ଥିବା ପ୍ରତ୍ୟେକ ଦେଶ ସହିତ ଯୋଗାଯୋଗ କରୁଛି। ଏହା ଏଥିପାଇଁ କରାଯାଉଛି ଯେ, ଯଦି ମାଲ୍ୟା ବ୍ରିଟେନ ଛାଡି ଅନ୍ୟ ଦେଶକୁ ପଳାନ୍ତି, ତେବେ ତାଙ୍କୁ […]

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଆଣିବାକୁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସରକାର ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ମାଲ୍ୟାଙ୍କୁ ବିନା ସର୍ତ୍ତରେ ଭାରତ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ହେଲେ ଭାରତ ବର୍ତ୍ତମାନ ମାଲ୍ୟାଙ୍କର ସମ୍ପତ୍ତି ଥିବା ପ୍ରତ୍ୟେକ ଦେଶ ସହିତ ଯୋଗାଯୋଗ କରୁଛି। ଏହା ଏଥିପାଇଁ କରାଯାଉଛି ଯେ, ଯଦି ମାଲ୍ୟା ବ୍ରିଟେନ ଛାଡି ଅନ୍ୟ ଦେଶକୁ ପଳାନ୍ତି, ତେବେ ତାଙ୍କୁ ସେଠାରୁ ଭାରତ ଆଣିବା ପାଇଁ ଅଧିକ ସମୟ ଲାଗିବନାହିଁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୫ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆତଙ୍କବାଦ ମୁକାବିଲା ସମ୍ପର୍କିତ ଏକ କାର୍ଯ୍ୟକାରୀ ଗୋଷ୍ଠୀର ଏକ ବୈଠକରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ବୈଠକରେ ଫ୍ରାନ୍ସ କିଛି ସର୍ତ୍ତ ସହିତ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପ୍ରସ୍ତାବ ଦେଇଥିଲା। ବୈଠକରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ.ଡି. ଦେୱଲ ଏବଂ ଗୁଇନ୍ଦା ଏଜେନ୍ସିର ବହୁ ଅଧିକାରୀ ମଧ୍ୟ ଏହି ସାମିଲ ଥିଲେ। କିଙ୍ଗଫିଶର ଏୟାରଲାଇନ୍ସ ସମେତ ଅନେକ କମ୍ପାନୀର ମାଲିକ ଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ୧୭ଟି ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ କରିଛନ୍ତି। ମାଲ୍ୟା ୨୦୧୬ରେ ଦେଶ ଛାଡି ବ୍ରିଟେନକୁ ପଳାୟନ କରିଥିଲେ। ସେବେଠାରୁ ଭାରତ ସରକାର ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ମାଲ୍ୟାଙ୍କ ବିରୋଧରେ ଜାଲିଆତି ଏବଂ ଅର୍ଥ ହେରଫେର ମାମଲା ବିଚାରାଧୀନ ରହିଛି। ୨୦୧୯ ଜାନୁୟାରୀ ୫ରେ ସରକାର ମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲେ। ଗତ ବର୍ଷ ଅନୁସନ୍ଧାନ ବେଳେ ସିବିଆଇ ଦାବି କରିଥିଲା ​​ଯେ ମାଲ୍ୟା ୨୦୧୫-୧୬ ବର୍ଷରେ ବ୍ରିଟେନ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ରୟ କରିଛନ୍ତି। ସେତେବେଳେ ତାଙ୍କ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ସ କ୍ଷତିର ସମ୍ମୁଖୀନ ହୋଇଥିଲା। ମାଲ୍ୟା ନିଜେ ବ୍ୟାଙ୍କଗୁଡ଼ିକୁ ଋଣ ପରିଶୋଧ କରିନାହାଁନ୍ତି। ୨୦୨୦ରେ ଇଡିର ଆବେଦନ ଉପରେ ଫ୍ରାନ୍ସ ସେଠାରେ ୧୪ କୋଟି ଟଙ୍କା ମୂଲ୍ୟର ମାଲ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ,ପିତା ଭିଥାଲ ମାଲ୍ୟାଙ୍କ ମୃତ୍ୟୁ ପରେ ବିଜୟ ମାଲ୍ୟା ୧୯୭୮ରେ ୟୁନାଇଟେଡ୍ ବ୍ରୁରିଜ୍ (ୟୁବି) କମ୍ପାନୀ ଅଧୀନରେ କିଙ୍ଗଫିସର ପ୍ରିମିୟମ୍ ନାମକ ଏକ ବିୟର କମ୍ପାନୀ ଆରମ୍ଭ କରିଥିଲେ। ୪୪ ବର୍ଷ ବୟସରେ ମାଲ୍ୟା ୟୁନାଇଟେଡ୍ ବୁରିସ୍ ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ବିୟର ବ୍ରାଣ୍ଡ୍‌କୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ମାଲ୍ୟା ୨୦୦୫ରେ କିଙ୍ଗଫିସର ଏୟାରଲାଇନ୍ସର ଶୁଭାରମ୍ଭ କରିଥିଲେ। ୨୦୧୧ରୁ କିଙ୍ଗଫିଶର ଏୟାରଲାଇନ୍ସ କ୍ଷତି ସହିବାକୁ ଲାଗିଲା। ୨୦୧୨ ବେଳକୁ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ କିଛି ବିମାନ ବନ୍ଦ କରିବାକୁ ପଡିଲା। କର୍ମଚାରୀମାନେ ଦରମା ପାଇବା ବନ୍ଦ ହୋଇଗଲା। ପରେ ଉଡ଼ାଣ ସମ୍ବନ୍ଧୀତ ନିୟାମକଙ୍କ ସର୍ତ୍ତ ପୂରଣ ନ କରିବା ଯୋଗୁ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶାଳୟ ଏହାର ଲାଇସେନ୍ସ ବାତିଲ କରିଥିଲା। ୨୦୧୪ ଜୁଲାଇ ପର୍ଯ୍ୟନ୍ତ, କମ୍ପାନୀ ଉପରେ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ରହିଥିଲା, ଯାହା ପରିଶୋଧ କରାଯାଇନାହିଁ। ଏହାପରେ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଥିଲା।

27 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର