ମହଙ୍ଗା ହେବ ଜୋମାଟୋ ଖାଦ୍ୟ, ପ୍ରତି ଅର୍ଡର ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ

The Sakala Picture
Published On

ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି’ ବୃଦ୍ଧି କରିଛି। ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବଢ଼ାଇ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ମାର୍ଚ୍ଚ ତ୍ରୈ ମାସିକ ଫଳାଫଳ ଘୋଷଣା ହେବା ପୂର୍ବରୁ ଜୋମାଟୋ ଏହି ନିଷ୍ପତ୍ତି ନେଇଛି। ଶେଥେର ପାଇଁ ୨୦୨୩ ଅଗଷ୍ଟରେ ଜୋମାଟୋ ନିଜ ପ୍ଲାଟଫର୍ମ ଫି‘ ୨ […]

ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି’ ବୃଦ୍ଧି କରିଛି। ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବଢ଼ାଇ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ମାର୍ଚ୍ଚ ତ୍ରୈ ମାସିକ ଫଳାଫଳ ଘୋଷଣା ହେବା ପୂର୍ବରୁ ଜୋମାଟୋ ଏହି ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଶେଥେର ପାଇଁ ୨୦୨୩ ଅଗଷ୍ଟରେ ଜୋମାଟୋ ନିଜ ପ୍ଲାଟଫର୍ମ ଫି‘ ୨ ରୁ ଆରମ୍ଭ କରିଥିଲା। ଏହାର ଲାଭ ବଢ଼ାଇବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ଏହା ପରେ କମ୍ପାନୀ ପ୍ଲାଟଫର୍ମ ଫି’ ୩ ଟଙ୍କାକୁ ବୃଦ୍ଧି କରିଥିଲା ଏବଂ ଜାନୁଆରୀ ପହିଲାରେ ଏହାକୁ ୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜୋମାଟୋ ମଧ୍ୟ ଡିସେମ୍ବର ୩୧ରେ ଅସ୍ଥାୟୀ ଭାବରେ ଫି ୯ଟଙ୍କା କରିଥିଲେ। ବର୍ତ୍ତମାନ ଆପଣଙ୍କୁ ପ୍ରତ୍ୟେକ ଅର୍ଡରରେ ୫ ଟଙ୍କା ଦେବାକୁ ପଡିବ। ଜାନୁଆରୀରେ ଫି’ ବୃଦ୍ଧି ପରେ ଜୋମାଟୋ ସେୟାର ମୂଲ୍ୟରେ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତରେ, ପ୍ଲାଟଫର୍ମ ଫି ବୃଦ୍ଧି ହେତୁ ବିତରଣ ଶୁଳ୍କରେ ଜିଏସ୍ଟି ମଧ୍ୟ ବୃଦ୍ଧି ପାଇବ। ଏଠାରେ ସୂଚନାଯୋଗ୍ୟ ଯେ, ଜୋମାଟୋ ପ୍ରତିବର୍ଷ ପ୍ରାୟ ୮୫ ରୁ ୯୦ କୋଟି ଅର୍ଡର ଡେଲୀଭରୀ କରିଥାଏ। ଏକ ଟଙ୍କା ଫିସ୍ ବୃଦ୍ଧି କରି କମ୍ପାନୀ ଅତିରିକ୍ତ ୮୫ ରୁ ୯୦ କୋଟି ଟଙ୍କା ପାଇବ। ଏହାବ୍ୟତୀତ କମ୍ପାନୀର ଏବିଟା ମଧ୍ୟ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇବ। ଅବଶ୍ୟ ବର୍ଦ୍ଧିତ ଶୁଳ୍କ ବର୍ତ୍ତମାନ କେତେକ ସହରରେ ଲାଗୁ କରାଯାଇଛି। ଅନ୍ୟ ଏକ ନିଷ୍ପତ୍ତିରେ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ କମ୍ପାନୀ ବଡ ସହରର ଟପ୍ ରେସ୍ତୋରାଁରୁ ଅନ୍ୟ ସହରକୁ ଖାଦ୍ୟ ଯୋଗାଉଥିଲା। ଜୋମାଟୋ ଆପ୍ରେ ଆଉ ଲିଜେଣ୍ଡସ୍ ଟ୍ୟାବ କାମ କରୁନାହିଁ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

23 Apr 2024 By The Sakala

ମହଙ୍ଗା ହେବ ଜୋମାଟୋ ଖାଦ୍ୟ, ପ୍ରତି ଅର୍ଡର ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ

ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି’ ବୃଦ୍ଧି କରିଛି। ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବଢ଼ାଇ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ମାର୍ଚ୍ଚ ତ୍ରୈ ମାସିକ ଫଳାଫଳ ଘୋଷଣା ହେବା ପୂର୍ବରୁ ଜୋମାଟୋ ଏହି ନିଷ୍ପତ୍ତି ନେଇଛି।

ଶେଥେର ପାଇଁ ୨୦୨୩ ଅଗଷ୍ଟରେ ଜୋମାଟୋ ନିଜ ପ୍ଲାଟଫର୍ମ ଫି‘ ୨ ରୁ ଆରମ୍ଭ କରିଥିଲା। ଏହାର ଲାଭ ବଢ଼ାଇବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ଏହା ପରେ କମ୍ପାନୀ ପ୍ଲାଟଫର୍ମ ଫି’ ୩ ଟଙ୍କାକୁ ବୃଦ୍ଧି କରିଥିଲା ଏବଂ ଜାନୁଆରୀ ପହିଲାରେ ଏହାକୁ ୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜୋମାଟୋ ମଧ୍ୟ ଡିସେମ୍ବର ୩୧ରେ ଅସ୍ଥାୟୀ ଭାବରେ ଫି ୯ଟଙ୍କା କରିଥିଲେ। ବର୍ତ୍ତମାନ ଆପଣଙ୍କୁ ପ୍ରତ୍ୟେକ ଅର୍ଡରରେ ୫ ଟଙ୍କା ଦେବାକୁ ପଡିବ। ଜାନୁଆରୀରେ ଫି’ ବୃଦ୍ଧି ପରେ ଜୋମାଟୋ ସେୟାର ମୂଲ୍ୟରେ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତରେ, ପ୍ଲାଟଫର୍ମ ଫି ବୃଦ୍ଧି ହେତୁ ବିତରଣ ଶୁଳ୍କରେ ଜିଏସ୍ଟି ମଧ୍ୟ ବୃଦ୍ଧି ପାଇବ। ଏଠାରେ ସୂଚନାଯୋଗ୍ୟ ଯେ, ଜୋମାଟୋ ପ୍ରତିବର୍ଷ ପ୍ରାୟ ୮୫ ରୁ ୯୦ କୋଟି ଅର୍ଡର ଡେଲୀଭରୀ କରିଥାଏ। ଏକ ଟଙ୍କା ଫିସ୍ ବୃଦ୍ଧି କରି କମ୍ପାନୀ ଅତିରିକ୍ତ ୮୫ ରୁ ୯୦ କୋଟି ଟଙ୍କା ପାଇବ। ଏହାବ୍ୟତୀତ କମ୍ପାନୀର ଏବିଟା ମଧ୍ୟ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇବ। ଅବଶ୍ୟ ବର୍ଦ୍ଧିତ ଶୁଳ୍କ ବର୍ତ୍ତମାନ କେତେକ ସହରରେ ଲାଗୁ କରାଯାଇଛି। ଅନ୍ୟ ଏକ ନିଷ୍ପତ୍ତିରେ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ କମ୍ପାନୀ ବଡ ସହରର ଟପ୍ ରେସ୍ତୋରାଁରୁ ଅନ୍ୟ ସହରକୁ ଖାଦ୍ୟ ଯୋଗାଉଥିଲା। ଜୋମାଟୋ ଆପ୍ରେ ଆଉ ଲିଜେଣ୍ଡସ୍ ଟ୍ୟାବ କାମ କରୁନାହିଁ।

https://www.thesakala.in/business/zomato-food-will-be-expensive-with-an-additional-25-percent-tax-on-each-order/article-31641
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp