ଏଆଇକୁ ନେଇ ବଢ଼ୁଛି ଚିନ୍ତା…

The Sakala Picture
Published On

ଯେତେବେଳେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବଜାରକୁ ଆସିଲା, ଏହାର ଲାଭ ଗଣନା କରାଯାଉଥିଲା। ଅନେକ ବିଶେଷଜ୍ଞ ଏପରିକି କହିଥିଲେ ଯେ ଏଆଇ ଏକ ବିରଳ ଜିନିଷ। ଏହା ସାହାଯ୍ୟରେ ଗୋଟିଏ ମାସର କାମ ଗୋଟିଏ ଦିନରେ କରାଯାଇପାରିବ, କିନ୍ତୁ ବର୍ତ୍ତମାନ ଏହି ଏଆଇ ବିଶ୍ବରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ ଭାରତ ସମେତ ୨୮ଟି ଦେଶ ଏଆଇର ବିପଦକୁ ରୋକିବା ପାଇଁ ଏକାଠି ହୋଇଛନ୍ତି। ଏଆଇ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତୀୟ […]

ଯେତେବେଳେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବଜାରକୁ ଆସିଲା, ଏହାର ଲାଭ ଗଣନା କରାଯାଉଥିଲା। ଅନେକ ବିଶେଷଜ୍ଞ ଏପରିକି କହିଥିଲେ ଯେ ଏଆଇ ଏକ ବିରଳ ଜିନିଷ। ଏହା ସାହାଯ୍ୟରେ ଗୋଟିଏ ମାସର କାମ ଗୋଟିଏ ଦିନରେ କରାଯାଇପାରିବ, କିନ୍ତୁ ବର୍ତ୍ତମାନ ଏହି ଏଆଇ ବିଶ୍ବରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ ଭାରତ ସମେତ ୨୮ଟି ଦେଶ ଏଆଇର ବିପଦକୁ ରୋକିବା ପାଇଁ ଏକାଠି ହୋଇଛନ୍ତି। ଏଆଇ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତୀୟ ଏଆଇ ସୁରକ୍ଷା ସମ୍ମିଳନୀ ଲଣ୍ଡନରେ ଅନୁଷ୍ଠିତ ହୋଇଛି ଯେଉଁଥିରେ ଆମେରିକା, ଭାରତ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ରାଷ୍ଟ୍ରଗୁଡିକ ଏକ ଆନ୍ତର୍ଜାତୀୟ ଘୋଷଣାନାମାରେ ମଧ୍ୟ ଦସ୍ତଖତ କରିଛନ୍ତି। ଏଆଇ ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କେତେକ ବୈଜ୍ଞାନିକ ଚେତାବନୀ ଦେବା ପରେ ଏହି ସମ୍ମିଳନୀ ଏଆଇ ଉପରେ କେନ୍ଦ୍ରିତ ଥିଲା। ଏଆଇ ବିଷୟରେ କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଏହା ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏଆଇର ତିନି ଗଡ଼ଫାଦର

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ତିନି କମ୍ପ୍ୟୁଟର ବୈଜ୍ଞାନିକ ୟୋଶୁଆ ବେଙ୍ଗିଓ, ଜିଓଫ୍ରେ ହିଣ୍ଟନ୍ ଏବଂ ୟାନ୍ ଲେକୁନ୍। ଏଆଇରେ ହେବ ରୋଗୀର ଅପରେସନ୍
ଆର୍ଟିଫିସିଆଲ ନ୍ୟାରୋ ଇଣ୍ଟେଲିଜେନ୍ସ ବିଷୟରେ ସାରା ଦୁନିଆରେ ଅନେକ ଆଲୋଚନା ହେଉଛି। ହେଲେ ଏହି ଏଆଇ ବ୍ୟବସ୍ଥା ସ୍ବାସ୍ଥ୍ୟ ଜଗତରେ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରେ। କ’ଣ ଏହି ଟେକ୍ନୋଲୋଜି ଡାକ୍ତରମାନଙ୍କ ସ୍ଥାନ ନେଇପାରିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରୟାସ କରାଯାଉଛି। ଲଣ୍ଡନ ୟୁନିଭରସିଟି କଲେଜଠାରେ ଏଇ ସାହାଯ୍ୟରେ ମସ୍ତିଷ୍କରେ ଅସ୍ତ୍ରୋପଚାରର ଟ୍ରାଏଲ୍‌ କରାଯାଇସାରିଛି। ବ୍ରିଟିଶ ସରକାରଙ୍କ କହିବାନୁଯାୟୀ, ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଏହା ଏକ ଗେମ୍‌ ଚେଞ୍ଜର ବୋଲି ପ୍ରମାଣିତ ହେବ।

ସବୁ ଚାକିରି ନେଇଯିବ ଏଆଇ:ମସ୍କ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଭୟଙ୍କର ଭବି‌ଷ୍ୟବାଣୀ ଶୁଣାଇଛନ୍ତି। ମସ୍କ କହିଛନ୍ତି ଇତିହାସରେ ଏଆଇ ସବୁଠୁ ବ୍ୟାଘାତ ସୃଷ୍ଟିକାରୀ ଶକ୍ତି ହେବ। ଏଆଇ ସବୁ ଚାକିରି ଖାଇଯିବ। ସମୟ ଆସିବ ଯେତେବେଳେ ଆଉ କୌଣସି ନିଯୁକ୍ତି ଆବଶ୍ୟକ ପଡ଼ିବନାହିଁ। ଯଦି ଏହାକୁ ଠିକ୍‌ ଭାବରେ ବ୍ୟବହାର କରା ନ ଯାଏ ତା›ହେଲେ ଏହା ବଡ଼ ସମସ୍ୟା ସୃଷ୍ଟି କରିବ। ଏଆଇ ମନୁଷ୍ୟଠାରୁ ଅଧିକ ସ୍ମାର୍ଟ ହେବ ବୋଲି ମସ୍କ କହିଛନ୍ତି। ବିଭିନ୍ନ ଦେଶର ସରକାର ଏଆଇ ନୀତି ପ୍ରସ୍ତୁତ କରିବା ଲାଗି ତରବର ହେବା ଉଚିତ୍‌ ନୁହେଁ। କମ୍ପାନୀଗୁଡିକ ଆଇନ ପ୍ରଣେତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ଉଚିତ ବୋଲି ମସ୍କ କହିଛନ୍ତି। ବ୍ରିଟେନ ପ୍ରଥମ ଥର ପାଇଁ ବିଶ୍ବର ଏଆଇ ସୁରକ୍ଷା ସମ୍ମିଳନୀ ଚଳିତମାସ ୧ ଓ ୨ ତାରିଖରେ ଆୟୋଜନ କରିଛି। ଏହି ଦୁଇଦିନିଆ ସମ୍ମିଳନୀରେ ମସ୍କଙ୍କ ସହ ବିଶ୍ବରୁ ପ୍ରାୟ ୧୦୦ ରାଜନେତା, ଶିକ୍ଷାବିତ ଏବଂ ପ୍ରଯୁକ୍ତି କ୍ଷେତ୍ରର ଅଧିକାରୀମାନେ ଯୋଗ ଦେଇଥିଲେ।

05 Nov 2023 By The Sakala

ଏଆଇକୁ ନେଇ ବଢ଼ୁଛି ଚିନ୍ତା…

ଯେତେବେଳେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବଜାରକୁ ଆସିଲା, ଏହାର ଲାଭ ଗଣନା କରାଯାଉଥିଲା। ଅନେକ ବିଶେଷଜ୍ଞ ଏପରିକି କହିଥିଲେ ଯେ ଏଆଇ ଏକ ବିରଳ ଜିନିଷ। ଏହା ସାହାଯ୍ୟରେ ଗୋଟିଏ ମାସର କାମ ଗୋଟିଏ ଦିନରେ କରାଯାଇପାରିବ, କିନ୍ତୁ ବର୍ତ୍ତମାନ ଏହି ଏଆଇ ବିଶ୍ବରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ ଭାରତ ସମେତ ୨୮ଟି ଦେଶ ଏଆଇର ବିପଦକୁ ରୋକିବା ପାଇଁ ଏକାଠି ହୋଇଛନ୍ତି। ଏଆଇ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତୀୟ ଏଆଇ ସୁରକ୍ଷା ସମ୍ମିଳନୀ ଲଣ୍ଡନରେ ଅନୁଷ୍ଠିତ ହୋଇଛି ଯେଉଁଥିରେ ଆମେରିକା, ଭାରତ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ରାଷ୍ଟ୍ରଗୁଡିକ ଏକ ଆନ୍ତର୍ଜାତୀୟ ଘୋଷଣାନାମାରେ ମଧ୍ୟ ଦସ୍ତଖତ କରିଛନ୍ତି। ଏଆଇ ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କେତେକ ବୈଜ୍ଞାନିକ ଚେତାବନୀ ଦେବା ପରେ ଏହି ସମ୍ମିଳନୀ ଏଆଇ ଉପରେ କେନ୍ଦ୍ରିତ ଥିଲା। ଏଆଇ ବିଷୟରେ କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଏହା ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ।

ଏଆଇର ତିନି ଗଡ଼ଫାଦର

ତିନି କମ୍ପ୍ୟୁଟର ବୈଜ୍ଞାନିକ ୟୋଶୁଆ ବେଙ୍ଗିଓ, ଜିଓଫ୍ରେ ହିଣ୍ଟନ୍ ଏବଂ ୟାନ୍ ଲେକୁନ୍। ଏଆଇରେ ହେବ ରୋଗୀର ଅପରେସନ୍
ଆର୍ଟିଫିସିଆଲ ନ୍ୟାରୋ ଇଣ୍ଟେଲିଜେନ୍ସ ବିଷୟରେ ସାରା ଦୁନିଆରେ ଅନେକ ଆଲୋଚନା ହେଉଛି। ହେଲେ ଏହି ଏଆଇ ବ୍ୟବସ୍ଥା ସ୍ବାସ୍ଥ୍ୟ ଜଗତରେ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରେ। କ’ଣ ଏହି ଟେକ୍ନୋଲୋଜି ଡାକ୍ତରମାନଙ୍କ ସ୍ଥାନ ନେଇପାରିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରୟାସ କରାଯାଉଛି। ଲଣ୍ଡନ ୟୁନିଭରସିଟି କଲେଜଠାରେ ଏଇ ସାହାଯ୍ୟରେ ମସ୍ତିଷ୍କରେ ଅସ୍ତ୍ରୋପଚାରର ଟ୍ରାଏଲ୍‌ କରାଯାଇସାରିଛି। ବ୍ରିଟିଶ ସରକାରଙ୍କ କହିବାନୁଯାୟୀ, ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଏହା ଏକ ଗେମ୍‌ ଚେଞ୍ଜର ବୋଲି ପ୍ରମାଣିତ ହେବ।

ସବୁ ଚାକିରି ନେଇଯିବ ଏଆଇ:ମସ୍କ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଭୟଙ୍କର ଭବି‌ଷ୍ୟବାଣୀ ଶୁଣାଇଛନ୍ତି। ମସ୍କ କହିଛନ୍ତି ଇତିହାସରେ ଏଆଇ ସବୁଠୁ ବ୍ୟାଘାତ ସୃଷ୍ଟିକାରୀ ଶକ୍ତି ହେବ। ଏଆଇ ସବୁ ଚାକିରି ଖାଇଯିବ। ସମୟ ଆସିବ ଯେତେବେଳେ ଆଉ କୌଣସି ନିଯୁକ୍ତି ଆବଶ୍ୟକ ପଡ଼ିବନାହିଁ। ଯଦି ଏହାକୁ ଠିକ୍‌ ଭାବରେ ବ୍ୟବହାର କରା ନ ଯାଏ ତା›ହେଲେ ଏହା ବଡ଼ ସମସ୍ୟା ସୃଷ୍ଟି କରିବ। ଏଆଇ ମନୁଷ୍ୟଠାରୁ ଅଧିକ ସ୍ମାର୍ଟ ହେବ ବୋଲି ମସ୍କ କହିଛନ୍ତି। ବିଭିନ୍ନ ଦେଶର ସରକାର ଏଆଇ ନୀତି ପ୍ରସ୍ତୁତ କରିବା ଲାଗି ତରବର ହେବା ଉଚିତ୍‌ ନୁହେଁ। କମ୍ପାନୀଗୁଡିକ ଆଇନ ପ୍ରଣେତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ଉଚିତ ବୋଲି ମସ୍କ କହିଛନ୍ତି। ବ୍ରିଟେନ ପ୍ରଥମ ଥର ପାଇଁ ବିଶ୍ବର ଏଆଇ ସୁରକ୍ଷା ସମ୍ମିଳନୀ ଚଳିତମାସ ୧ ଓ ୨ ତାରିଖରେ ଆୟୋଜନ କରିଛି। ଏହି ଦୁଇଦିନିଆ ସମ୍ମିଳନୀରେ ମସ୍କଙ୍କ ସହ ବିଶ୍ବରୁ ପ୍ରାୟ ୧୦୦ ରାଜନେତା, ଶିକ୍ଷାବିତ ଏବଂ ପ୍ରଯୁକ୍ତି କ୍ଷେତ୍ରର ଅଧିକାରୀମାନେ ଯୋଗ ଦେଇଥିଲେ।

https://www.thesakala.in/business/concerns-are-growing-about-ai/article-27030
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp