ରିଜର୍ଭ ବ୍ୟାଙ୍କ, ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବୁଝାମଣା: ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇହେବ ଟଙ୍କା

The Sakala Picture
Published On

ଆବୁଧାବି: ସ୍ଥାନୀୟ କରେନ୍ସି(ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍‌(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାଏଦଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖଲିଦ ମହମ୍ମଦ ବାଲାମାଙ୍କ ମଧ୍ୟରେ […]

ଆବୁଧାବି: ସ୍ଥାନୀୟ କରେନ୍ସି(ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍‌(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାଏଦଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖଲିଦ ମହମ୍ମଦ ବାଲାମାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇପାରିବ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ଥନୈତିକ ସହଯୋଗକୁ ଆହୁରି ସୁଦୃଢ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏଥିମଧ୍ୟରୁ ଗୋଟିଏ ବୁଝାମଣାପତ୍ର ଅନୁଯାୟୀ, ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିପାରିବେ। ଏହିକ୍ରମରେ ଉଭୟ ଦେଶ ମଧ୍ୟରେ ‘ଲୋକାଲ କରେନ୍ସି ସେଟଲମେଣ୍ଟ ସିଷ୍ଟମ୍‌(ଏଲସିଏସଏସ୍‌) କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଦିରହାମ(ଏଇଡି)ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ। ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ।ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଏଥିପାଇଁ ଭାରତର ଫାଷ୍ଟ ପେମେଣ୍ଟ ସିଷ୍ଟମ ଭାବେ ପରିଚିତ ୟୁପିଆଇ ଏବଂ ୟୁଏଇର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଳାଟଫର୍ମ(ଆଇପିପି) ମଧ୍ୟରେ ଉତ୍ତମ ସମନ୍ବୟ ରଖି କାରବାର କରାଯାଇପାରିବ।ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୟୁଏଇ ଗସ୍ତର ମୁଖ୍ୟ ଲକ୍ଷ୍ୟ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବୁଝାମଣା ଲାଗି ଉଦ୍ଦିଷ୍ଟ ରହିଛି ବୋଲି ଜଣାପଡିଛି । ଏହି ସମୟରେ ଉଭୟ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ।

16 Jul 2023 By The Sakala

ରିଜର୍ଭ ବ୍ୟାଙ୍କ, ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବୁଝାମଣା: ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇହେବ ଟଙ୍କା

ଆବୁଧାବି: ସ୍ଥାନୀୟ କରେନ୍ସି(ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍‌(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାଏଦଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖଲିଦ ମହମ୍ମଦ ବାଲାମାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇପାରିବ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ଥନୈତିକ ସହଯୋଗକୁ ଆହୁରି ସୁଦୃଢ କରାଯାଇପାରିବ।

ଏଥିମଧ୍ୟରୁ ଗୋଟିଏ ବୁଝାମଣାପତ୍ର ଅନୁଯାୟୀ, ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିପାରିବେ। ଏହିକ୍ରମରେ ଉଭୟ ଦେଶ ମଧ୍ୟରେ ‘ଲୋକାଲ କରେନ୍ସି ସେଟଲମେଣ୍ଟ ସିଷ୍ଟମ୍‌(ଏଲସିଏସଏସ୍‌) କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଦିରହାମ(ଏଇଡି)ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ। ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ।ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।

ଏଥିପାଇଁ ଭାରତର ଫାଷ୍ଟ ପେମେଣ୍ଟ ସିଷ୍ଟମ ଭାବେ ପରିଚିତ ୟୁପିଆଇ ଏବଂ ୟୁଏଇର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଳାଟଫର୍ମ(ଆଇପିପି) ମଧ୍ୟରେ ଉତ୍ତମ ସମନ୍ବୟ ରଖି କାରବାର କରାଯାଇପାରିବ।ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୟୁଏଇ ଗସ୍ତର ମୁଖ୍ୟ ଲକ୍ଷ୍ୟ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବୁଝାମଣା ଲାଗି ଉଦ୍ଦିଷ୍ଟ ରହିଛି ବୋଲି ଜଣାପଡିଛି । ଏହି ସମୟରେ ଉଭୟ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ।

https://www.thesakala.in/business/agreement-between-reserve-bank-uae-central-bank-money-can-be-sent-to-dubai-through-upi/article-23541
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp