ଟମାଟୋର ସୁରକ୍ଷା ପାଇଁ ନିଯୁକ୍ତ ହେଲେ ବାଉନ୍ସର, ଟମାଟୋ ଛୁଇଁବାକୁ ଗ୍ରାହକଙ୍କୁ ମନା

The Sakala Picture
Published On

ପ୍ରୟାଗରାଜ: ଦେଶରେ ଟମାଟୋ ମୂଲ୍ୟ ବଢ଼ିବା ପରେ ଏବେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। କେବେ ଦୋକାନରୁ ତ ଆଉ କେବେ କ୍ଷେତରୁ ଏହାକୁ ଚୋର ଲୁଟି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଟମାଟୋର ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କରିବାକୁ ପଡିଛି। ବାରାଣସୀ ପରିବା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପରିବା ବ୍ୟବସାୟୀ ନିଜ ଦୋକାନରେ ବାଉନ୍ସର ନିୟୋଜିତ କରିଛନ୍ତି। ଏମାନେ ଗ୍ରାହକଙ୍କୁ ଟମାଟୋ ଛୁଇଁବାକୁ ଦେଉନାହାନ୍ତି। ଟମାଟୋ ଏବଂ […]

ପ୍ରୟାଗରାଜ: ଦେଶରେ ଟମାଟୋ ମୂଲ୍ୟ ବଢ଼ିବା ପରେ ଏବେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। କେବେ ଦୋକାନରୁ ତ ଆଉ କେବେ କ୍ଷେତରୁ ଏହାକୁ ଚୋର ଲୁଟି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଟମାଟୋର ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କରିବାକୁ ପଡିଛି। ବାରାଣସୀ ପରିବା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପରିବା ବ୍ୟବସାୟୀ ନିଜ ଦୋକାନରେ ବାଉନ୍ସର ନିୟୋଜିତ କରିଛନ୍ତି। ଏମାନେ ଗ୍ରାହକଙ୍କୁ ଟମାଟୋ ଛୁଇଁବାକୁ ଦେଉନାହାନ୍ତି। ଟମାଟୋ ଏବଂ ଲଙ୍କା ଛୁଇଁଲେ ଘଉଡ଼ାଇ ଦେଉଛନ୍ତି। କିଣିବା ପୂର୍ବରୁ ପଇସା ଦେବାକୁ ଏବଂ ମୂଲଚାଲ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ଟମାଟୋକୁ ‘ଜେଡ୍+’ ସୁରକ୍ଷା ଦେଇଛି ବୋଲି ସେ କଟାକ୍ଷ କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ ପାଇଁ କମିଟି ଗଠନ କରିଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ସୂଚନା ଅନୁଯାୟୀ ଏସ୍‌ପି କର୍ମୀ ଅଜୟ ଫୌଜୀ ନିଜ ପରିବା ଦୋକାନରେ ଏହି ବାଉନ୍ସର ମୁତୟନ କରିଛନ୍ତି। ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଯୋଗୁଁ ଟମାଟୋ ରାଗରେ ନାଲି ପଡ଼ିବାରେ ଲାଗିଛି। ଟମାଟୋ ଲୁଟେରା ସବୁଠି ସକ୍ରିୟ ହୋଇଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଟମାଟୋ ଲୁଟି ନେଇ ଯାଉଛନ୍ତି। ଆମ ପାଖରେ ବି ୨୦ କେଜି ଟମାଟୋ ରହିଛି। ତେଣୁ ଏହାର ସୁରକ୍ଷା ପାଇଁ ବାଉନ୍ସର ଆଣିଛି। ବଜାରରେ ଟମାଟୋ କେଜି ୧୬୦ ଟଙ୍କା ରହିଛି। ଲୋକେ ଏବେ ଗୋଟେ କିମ୍ବା ୨ଟା ଟମାଟୋ କିଣୁଛନ୍ତି। କେନ୍ଦ୍ର ସରକାର କ’ଣ ଚାହୁଁଛନ୍ତି ତାହା ଲୋକେ ବୁଝିପାରୁ ନାହାନ୍ତି। ଟମାଟୋ ଦୋକାନରେ ମଧ୍ୟ ଅନେକ ପୋଷ୍ଟର ଲାଗିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

10 Jul 2023 By The Sakala

ଟମାଟୋର ସୁରକ୍ଷା ପାଇଁ ନିଯୁକ୍ତ ହେଲେ ବାଉନ୍ସର, ଟମାଟୋ ଛୁଇଁବାକୁ ଗ୍ରାହକଙ୍କୁ ମନା

ପ୍ରୟାଗରାଜ: ଦେଶରେ ଟମାଟୋ ମୂଲ୍ୟ ବଢ଼ିବା ପରେ ଏବେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। କେବେ ଦୋକାନରୁ ତ ଆଉ କେବେ କ୍ଷେତରୁ ଏହାକୁ ଚୋର ଲୁଟି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଟମାଟୋର ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କରିବାକୁ ପଡିଛି। ବାରାଣସୀ ପରିବା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପରିବା ବ୍ୟବସାୟୀ ନିଜ ଦୋକାନରେ ବାଉନ୍ସର ନିୟୋଜିତ କରିଛନ୍ତି। ଏମାନେ ଗ୍ରାହକଙ୍କୁ ଟମାଟୋ ଛୁଇଁବାକୁ ଦେଉନାହାନ୍ତି। ଟମାଟୋ ଏବଂ ଲଙ୍କା ଛୁଇଁଲେ ଘଉଡ଼ାଇ ଦେଉଛନ୍ତି। କିଣିବା ପୂର୍ବରୁ ପଇସା ଦେବାକୁ ଏବଂ ମୂଲଚାଲ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ଟମାଟୋକୁ ‘ଜେଡ୍+’ ସୁରକ୍ଷା ଦେଇଛି ବୋଲି ସେ କଟାକ୍ଷ କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ ପାଇଁ କମିଟି ଗଠନ କରିଛି।

ସୂଚନା ଅନୁଯାୟୀ ଏସ୍‌ପି କର୍ମୀ ଅଜୟ ଫୌଜୀ ନିଜ ପରିବା ଦୋକାନରେ ଏହି ବାଉନ୍ସର ମୁତୟନ କରିଛନ୍ତି। ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଯୋଗୁଁ ଟମାଟୋ ରାଗରେ ନାଲି ପଡ଼ିବାରେ ଲାଗିଛି। ଟମାଟୋ ଲୁଟେରା ସବୁଠି ସକ୍ରିୟ ହୋଇଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଟମାଟୋ ଲୁଟି ନେଇ ଯାଉଛନ୍ତି। ଆମ ପାଖରେ ବି ୨୦ କେଜି ଟମାଟୋ ରହିଛି। ତେଣୁ ଏହାର ସୁରକ୍ଷା ପାଇଁ ବାଉନ୍ସର ଆଣିଛି। ବଜାରରେ ଟମାଟୋ କେଜି ୧୬୦ ଟଙ୍କା ରହିଛି। ଲୋକେ ଏବେ ଗୋଟେ କିମ୍ବା ୨ଟା ଟମାଟୋ କିଣୁଛନ୍ତି। କେନ୍ଦ୍ର ସରକାର କ’ଣ ଚାହୁଁଛନ୍ତି ତାହା ଲୋକେ ବୁଝିପାରୁ ନାହାନ୍ତି। ଟମାଟୋ ଦୋକାନରେ ମଧ୍ୟ ଅନେକ ପୋଷ୍ଟର ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp