ଏପ୍ରିଲରେ ଷ୍ଟକ୍ ବଜାର କାରବାର ଜମିଲା

The Sakala Picture
Published On

ମୁମ୍ବାଇ: ଏପ୍ରିଲ୍ ମାସ ନିବେଶକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କ୍ରମାଗତ ଭାବେ କିଛି ମାସ ହେବ ହ୍ରାସ ପରେ ଏପ୍ରିଲରେ ଟ୍ରାକ୍‌କୁ ଫେରିଛି ଷ୍ଟକ୍‌ ବଜାର। ଏପ୍ରିଲ ମାସର ଶେଷ କାରବାର ଦିବସରେ ଷ୍ଟକ୍ ବଜାରରେ ବେଶ ଉତ୍ସାହ ଦେଖୀବାକୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧି ହୋଇଛି। କ୍ରମାଗତ ଭାବେ ୫ କାରବାର ଦିବସରେ ସେନ୍‌ସେକ୍ସରେ ୧୫୧୬ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନେ ୧୩.୫୮ ଲକ୍ଷ କୋଟି […]

ମୁମ୍ବାଇ: ଏପ୍ରିଲ୍ ମାସ ନିବେଶକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କ୍ରମାଗତ ଭାବେ କିଛି ମାସ ହେବ ହ୍ରାସ ପରେ ଏପ୍ରିଲରେ ଟ୍ରାକ୍‌କୁ ଫେରିଛି ଷ୍ଟକ୍‌ ବଜାର। ଏପ୍ରିଲ ମାସର ଶେଷ କାରବାର ଦିବସରେ ଷ୍ଟକ୍ ବଜାରରେ ବେଶ ଉତ୍ସାହ ଦେଖୀବାକୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧି ହୋଇଛି। କ୍ରମାଗତ ଭାବେ ୫ କାରବାର ଦିବସରେ ସେନ୍‌ସେକ୍ସରେ ୧୫୧୬ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ଶୁକ୍ରବାର କାରବାରରେ ମଧ୍ୟରେ ସେନ୍‌ସେକ୍ସରେ ୪୬୩ ପଏଣ୍ଟ ବୃଦ୍ଧି ଘଟି ଶେଷରେ ସଚକାଙ୍କ ୬୧,୦୦୦ ପଏଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଶୁକ୍ରବାର କାରବାର ଶେଷ ବେଳକୁ ସେନସେକ୍ସରେ ୪୬୩ (୪୬୩.୦୬)ପଏଣ୍ଟ ବା ୦.୭୬% ବୃଦ୍ଧି ହୋଇ ୬୧,୧୧୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟିରେ ୧୪୯.୯୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗତ ୫ କାରବାର ଦିବସରେ ନିଫ୍ଟିରେ ୪୪୧ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷେ ଗତ ୫ କାରବାର ଦିବସରେ ସେନ୍‌ସେକ୍ସରେ ୨.୫୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ୱିପ୍ରୋ, ନେସ୍‌ଲେ, ଆଇଟିସି ଏବଂ ଏଲ୍ଆଣ୍ଡଟି ଆଦି କମ୍ପାନୀ ଷ୍ଟକ୍ ବଜାରରେ ଢ଼େର ଲାଭ କମାଇଛନ୍ତି। ସମସ୍ତ ଷ୍ଟକ୍‌ର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଅନ୍ୟପକ୍ଷରେ, ଏକ୍ସିସ୍ ବ୍ୟାଙ୍କ, ଏଚ୍‌ସିଏଲ୍ ଟେକ୍, ଟାଇଟାନ୍, ବଜାଜ୍‌ ଫିନ୍‌ସର୍ଭ ଏବଂ ଏସିଆନ୍‌ ପେଣ୍ଟସ୍ ଅଧିକ କ୍ଷତି ସହିଛି। ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧିର ଅର୍ଥ ହେଉଛି କଥିତ ମାସରେ ସେନ୍‌ସେକ୍ସ ୩.୫୯ ପ୍ରତିଶତ ପର୍ଯ୍ୟନ୍ତ ପୁନରୁଦ୍ଧାର କରିଛି। ଏହି ସମୟରେ ନିଫ୍ଟି ମଧ୍ୟ ୧୮,୦୦୦ ପଏଣ୍ଟ ମାର୍କ ଅତିକ୍ରମ କରିଛି। କବେଳ ଏପ୍ରିଲ୍ ମାସରେ ନିଫ୍ଟିରେ ୭୦୫.୨୫ ପଏଣ୍ଟ୍ର ବୃଦ୍ଧି ଘଟିଛି। ଏହାର ଫଳସ୍ବରୂପ ଏପ୍ରିଲରେ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

29 Apr 2023 By The Sakala

ଏପ୍ରିଲରେ ଷ୍ଟକ୍ ବଜାର କାରବାର ଜମିଲା

ମୁମ୍ବାଇ: ଏପ୍ରିଲ୍ ମାସ ନିବେଶକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କ୍ରମାଗତ ଭାବେ କିଛି ମାସ ହେବ ହ୍ରାସ ପରେ ଏପ୍ରିଲରେ ଟ୍ରାକ୍‌କୁ ଫେରିଛି ଷ୍ଟକ୍‌ ବଜାର। ଏପ୍ରିଲ ମାସର ଶେଷ କାରବାର ଦିବସରେ ଷ୍ଟକ୍ ବଜାରରେ ବେଶ ଉତ୍ସାହ ଦେଖୀବାକୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧି ହୋଇଛି। କ୍ରମାଗତ ଭାବେ ୫ କାରବାର ଦିବସରେ ସେନ୍‌ସେକ୍ସରେ ୧୫୧୬ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ଶୁକ୍ରବାର କାରବାରରେ ମଧ୍ୟରେ ସେନ୍‌ସେକ୍ସରେ ୪୬୩ ପଏଣ୍ଟ ବୃଦ୍ଧି ଘଟି ଶେଷରେ ସଚକାଙ୍କ ୬୧,୦୦୦ ପଏଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି।

ଶୁକ୍ରବାର କାରବାର ଶେଷ ବେଳକୁ ସେନସେକ୍ସରେ ୪୬୩ (୪୬୩.୦୬)ପଏଣ୍ଟ ବା ୦.୭୬% ବୃଦ୍ଧି ହୋଇ ୬୧,୧୧୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟିରେ ୧୪୯.୯୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗତ ୫ କାରବାର ଦିବସରେ ନିଫ୍ଟିରେ ୪୪୧ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷେ ଗତ ୫ କାରବାର ଦିବସରେ ସେନ୍‌ସେକ୍ସରେ ୨.୫୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ୱିପ୍ରୋ, ନେସ୍‌ଲେ, ଆଇଟିସି ଏବଂ ଏଲ୍ଆଣ୍ଡଟି ଆଦି କମ୍ପାନୀ ଷ୍ଟକ୍ ବଜାରରେ ଢ଼େର ଲାଭ କମାଇଛନ୍ତି। ସମସ୍ତ ଷ୍ଟକ୍‌ର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥିବା ଜଣାଯାଇଛି।

ଅନ୍ୟପକ୍ଷରେ, ଏକ୍ସିସ୍ ବ୍ୟାଙ୍କ, ଏଚ୍‌ସିଏଲ୍ ଟେକ୍, ଟାଇଟାନ୍, ବଜାଜ୍‌ ଫିନ୍‌ସର୍ଭ ଏବଂ ଏସିଆନ୍‌ ପେଣ୍ଟସ୍ ଅଧିକ କ୍ଷତି ସହିଛି। ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧିର ଅର୍ଥ ହେଉଛି କଥିତ ମାସରେ ସେନ୍‌ସେକ୍ସ ୩.୫୯ ପ୍ରତିଶତ ପର୍ଯ୍ୟନ୍ତ ପୁନରୁଦ୍ଧାର କରିଛି। ଏହି ସମୟରେ ନିଫ୍ଟି ମଧ୍ୟ ୧୮,୦୦୦ ପଏଣ୍ଟ ମାର୍କ ଅତିକ୍ରମ କରିଛି। କବେଳ ଏପ୍ରିଲ୍ ମାସରେ ନିଫ୍ଟିରେ ୭୦୫.୨୫ ପଏଣ୍ଟ୍ର ବୃଦ୍ଧି ଘଟିଛି। ଏହାର ଫଳସ୍ବରୂପ ଏପ୍ରିଲରେ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp