ଜିଏସ୍‌ଟି ପୋର୍ଟାଲରେ ସମସ୍ୟା, ରିଟର୍ଣ୍ଣ ଦାଖଲ ଅବଧି ବଢ଼ିଲା

The Sakala Picture
Published On

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା ଟିକସ( ଜିଏସ୍‌ଟି) ପୋର୍ଟାଲରେ ଦେଖାଦେଇଛି ବୈଷୟିକ ତ୍ରୁଟି। ଏଥିଯୋଗୁ ଟିକସଦାତାମାନେ ସେମାନଙ୍କର ମାସିକ ଦ୍ରବ୍ୟ ଏବଂ ସେବା ଟିକସ ରିଟର୍ଣ୍ଣ ଦାଖଲ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜିଏସ୍‌ଟିଆର୍‌-୩ବି ଦାଖଲ କରିବାରେ ବ୍ୟବସାୟୀମାନେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତିି। ଏହାକୁ ଦୃଷ୍ଟିରେ ରଖି ସରକାର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି କରିଛନ୍ତି। ଏହାଫଳରେ କରଦାତାଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ଅତିରିକ୍ତ ଗୋଟିଏ ଦିନ ମିଳିଥିବା କେନ୍ଦ୍ରୀୟ ପରୋକ୍ଷ […]

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା ଟିକସ( ଜିଏସ୍‌ଟି) ପୋର୍ଟାଲରେ ଦେଖାଦେଇଛି ବୈଷୟିକ ତ୍ରୁଟି। ଏଥିଯୋଗୁ ଟିକସଦାତାମାନେ ସେମାନଙ୍କର ମାସିକ ଦ୍ରବ୍ୟ ଏବଂ ସେବା ଟିକସ ରିଟର୍ଣ୍ଣ ଦାଖଲ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜିଏସ୍‌ଟିଆର୍‌-୩ବି ଦାଖଲ କରିବାରେ ବ୍ୟବସାୟୀମାନେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତିି। ଏହାକୁ ଦୃଷ୍ଟିରେ ରଖି ସରକାର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି କରିଛନ୍ତି। ଏହାଫଳରେ କରଦାତାଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ଅତିରିକ୍ତ ଗୋଟିଏ ଦିନ ମିଳିଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

କେବେ ସମୟସୀମା ଥିଲା: ସିବିଆଇସି ସୂଚନା ଦେଇଛି ଯେ ସେପ୍ଟେମ୍ବର ୨୦୨୨ ପାଇଁ ଜିଏସ୍‌ଟିଆର୍‌-୩ବି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦, ରହିଥିଲା, ଯାହାକୁ ଏବେ ଅକ୍ଟୋବର ୨୧ କୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଯେ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସ୍‌ଟିଆର୍‌-୩ବି ରିଯର୍ଣ୍ଣ ଦାଖଲ କରିପାରିବେ। ପ୍ରତ୍ୟେକ ଥର ବ୍ୟବସାୟୀମାନଙ୍କୁ କୌଣସି ଦଣ୍ଡବିଧାନ ବିନା ପରବର୍ତ୍ତୀ ମାସର ୨୦ ତାରିଖ ସୁଦ୍ଧା ପୂର୍ବ ମାସର କାରବାର ବିବରଣୀ ଦାଖଲ କରିବାକୁ ପଡିବ। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଅନେକ ଟିକସଦାତା ଏହି ପ୍ରସଙ୍ଗ ଉଠାଇବା ପରେ ସମୟସୀମାକୁ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ପୋର୍ଟାଲରେ ଥିବା ସମସ୍ୟା ପ୍ରକୃତରେ ସମସ୍ୟାଜନକ ଥିଲା। ଏହାପୂର୍ବରୁ ପୋର୍ଟାଲ ପ୍ରସ୍ତୁତକାରୀ ଆଇଟି କମ୍ପାନୀ ଇନଫୋସିସ୍ ଗୁରୁବାର କହିଛି ଯେ ଏହି ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍‌ କାର୍ଯ୍ୟ କରୁଛି। ଟିକସ ବିଶେଷଜ୍ଞମାନେ କହିଛନ୍ତି ଯେ ପୋର୍ଟାଲରେ ବୈଷୟିକ ସମସ୍ୟା ହଠାତ୍ ଆସିଛି। ତେବେ କିଛି ଲୋକ କହିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ଗୋଟିଏ ଦିନ ବୃଦ୍ଧି ବିଷୟରେ ସରକାର ସୂଚନା ଦେଇଛନ୍ତି। ତଥାପି ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି। ଏହା ଜିଏସ୍‌ଟିଏନ୍‌ର ର ଏକ ଯାନ୍ତ୍ରିକ ତ୍ରୁଟି ହୋଇଥିବାରୁ ସମୟସୀମାକୁ ଆଉ କିଛି ଦିନ ବୃଦ୍ଧି କରାଯିବା ଉଚିତ୍।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

22 Oct 2022 By The Sakala

ଜିଏସ୍‌ଟି ପୋର୍ଟାଲରେ ସମସ୍ୟା, ରିଟର୍ଣ୍ଣ ଦାଖଲ ଅବଧି ବଢ଼ିଲା

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା ଟିକସ( ଜିଏସ୍‌ଟି) ପୋର୍ଟାଲରେ ଦେଖାଦେଇଛି ବୈଷୟିକ ତ୍ରୁଟି। ଏଥିଯୋଗୁ ଟିକସଦାତାମାନେ ସେମାନଙ୍କର ମାସିକ ଦ୍ରବ୍ୟ ଏବଂ ସେବା ଟିକସ ରିଟର୍ଣ୍ଣ ଦାଖଲ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜିଏସ୍‌ଟିଆର୍‌-୩ବି ଦାଖଲ କରିବାରେ ବ୍ୟବସାୟୀମାନେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତିି। ଏହାକୁ ଦୃଷ୍ଟିରେ ରଖି ସରକାର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି କରିଛନ୍ତି। ଏହାଫଳରେ କରଦାତାଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ଅତିରିକ୍ତ ଗୋଟିଏ ଦିନ ମିଳିଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେବେ ସମୟସୀମା ଥିଲା: ସିବିଆଇସି ସୂଚନା ଦେଇଛି ଯେ ସେପ୍ଟେମ୍ବର ୨୦୨୨ ପାଇଁ ଜିଏସ୍‌ଟିଆର୍‌-୩ବି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦, ରହିଥିଲା, ଯାହାକୁ ଏବେ ଅକ୍ଟୋବର ୨୧ କୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଯେ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସ୍‌ଟିଆର୍‌-୩ବି ରିଯର୍ଣ୍ଣ ଦାଖଲ କରିପାରିବେ। ପ୍ରତ୍ୟେକ ଥର ବ୍ୟବସାୟୀମାନଙ୍କୁ କୌଣସି ଦଣ୍ଡବିଧାନ ବିନା ପରବର୍ତ୍ତୀ ମାସର ୨୦ ତାରିଖ ସୁଦ୍ଧା ପୂର୍ବ ମାସର କାରବାର ବିବରଣୀ ଦାଖଲ କରିବାକୁ ପଡିବ। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଅନେକ ଟିକସଦାତା ଏହି ପ୍ରସଙ୍ଗ ଉଠାଇବା ପରେ ସମୟସୀମାକୁ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

ପୋର୍ଟାଲରେ ଥିବା ସମସ୍ୟା ପ୍ରକୃତରେ ସମସ୍ୟାଜନକ ଥିଲା। ଏହାପୂର୍ବରୁ ପୋର୍ଟାଲ ପ୍ରସ୍ତୁତକାରୀ ଆଇଟି କମ୍ପାନୀ ଇନଫୋସିସ୍ ଗୁରୁବାର କହିଛି ଯେ ଏହି ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍‌ କାର୍ଯ୍ୟ କରୁଛି। ଟିକସ ବିଶେଷଜ୍ଞମାନେ କହିଛନ୍ତି ଯେ ପୋର୍ଟାଲରେ ବୈଷୟିକ ସମସ୍ୟା ହଠାତ୍ ଆସିଛି। ତେବେ କିଛି ଲୋକ କହିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ଗୋଟିଏ ଦିନ ବୃଦ୍ଧି ବିଷୟରେ ସରକାର ସୂଚନା ଦେଇଛନ୍ତି। ତଥାପି ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି। ଏହା ଜିଏସ୍‌ଟିଏନ୍‌ର ର ଏକ ଯାନ୍ତ୍ରିକ ତ୍ରୁଟି ହୋଇଥିବାରୁ ସମୟସୀମାକୁ ଆଉ କିଛି ଦିନ ବୃଦ୍ଧି କରାଯିବା ଉଚିତ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp