ଖାଉଟି ସାମଗ୍ରୀ ଉପରେ ଜିଏସଟିକୁ ବଣିକ ସଂଘର ବିରୋଧ: ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଧମକ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସରକାର ଜିଏସଟି ବ୍ୟବସ୍ଥାକୁ ନେଇ ନିକଟରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ପୁର୍ନବିଚାର କରିବାକୁ ସଂଘ କହିଛି। ନଚେତ ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିଏଆଇଟି ପକ୍ଷରୁ ଧମକ ଦିଆଯାଇଛି। ସେହିପରି ଜିଏସ୍‌ଟି ବ୍ୟବସ୍ଥାର […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସରକାର ଜିଏସଟି ବ୍ୟବସ୍ଥାକୁ ନେଇ ନିକଟରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ପୁର୍ନବିଚାର କରିବାକୁ ସଂଘ କହିଛି। ନଚେତ ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିଏଆଇଟି ପକ୍ଷରୁ ଧମକ ଦିଆଯାଇଛି। ସେହିପରି ଜିଏସ୍‌ଟି ବ୍ୟବସ୍ଥାର ସରଳୀକରଣ ପାଇଁ ମଧ୍ୟ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ସିଏଆଇଟି ସଭାପତି ପ୍ରବୀଣ ଖାଣ୍ଡେଲୱାଲ କହିଛନ୍ତି ଯେ, ବିଗତ ୫ ବର୍ଷ ହେଲା ଜିଏସ୍‌ଟିକୁ ନେଇ ସାଧାରଣ ବ୍ୟବସାୟୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସରକାରଙ୍କୁ ଅଛପା ନାହିଁ। ଏବେ ପୁଣି କେତେକ ସାଧାରଣ ସାମଗ୍ରୀ ଉପରେ ସରକାର ଜିଏସ୍‌ଟି ଲାଗୁ କରିଛନ୍ତି। କିନ୍ତୁ ବିଗତ ୫ ବର୍ଷ ଧରି ବ୍ୟବସାୟୀମାନଙ୍କ ସମସ୍ୟାକୁ ନେଇ ଯାହା କିଛି ଅବଗତ କରାଯାଇଛି ତାହାକୁ ଆଧାର କରି କେନ୍ଦ୍ର ସରକାର ତୁରନ୍ତ ଜିଏସ୍‌ଟି ବ୍ୟବସ୍ଥା ସରଳୀକରଣ କରିବା ଉଚିତ। ପୂର୍ବରୁ ଯେଉଁସବୁ ଅତ୍ୟାବଶ୍ୟକ ସାମଗ୍ରୀ ଟିକସମୁକ୍ତ ରହିଥିଲା ଏବେ ସେଗୁଡିକ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ କରାଯାଇଛି। ସେହିପରି କେତେକ ଗୃହ ଉପକରଣ ସାମଗ୍ରୀ ଉପରେ ଅଧିକ ହାରରେ ଟିକସ ବୃଦ୍ଧି କରାଯାଇଛି। ଏହାଦ୍ବାରା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ଭାର ଆହୁରି ଅଧିକ ହେବା ସହିତ ଏହାର ପ୍ରତ୍ୟକ୍ଷ ପ୍ରଭାବ ବ୍ୟବସାୟୀମାନଙ୍କ ଉପରେ ପଡ଼ିବ ବୋଲି ଖାଣ୍ଡେଲୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

୨୫ କିଲୋରୁ ଅଧିକ ପ୍ୟାକେଟ୍‌ରେ ଲାଗୁ ହେବନି ଜିଏସ୍‌ଟି

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

୨୫ କିଲୋରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ନାହିଁ। ଡାଲି, ଚାଉଳ, ଗହମ, ଅଟା ଏବଂ ଅନ୍ୟାନ୍ୟ ଖାଦ୍ୟାସ୍ୟ ରହିଥିବା ୨୫ କିଲୋ ପ୍ୟାକେଟ ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ ବୋଲି ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ୨୫ ଲିଟରରୁ ଅଧିକ ପରିମାଣର ତରଳ ପଦାର୍ଥ ପ୍ୟାକେଟ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ହେବନାହିଁ ବୋଲି ସରକାର କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ଖୁଚୁରା ବଜାରରେ ଖାଉଟିଙ୍କ ନିମନ୍ତେ ଉଦ୍ଦିଷ୍ଟ ୨୫ କିଲୋ ଓଜନରୁ କମ୍‌ ପ୍ୟାକେଟରେ ୫% ହାରରେ ଜିଏସ୍‌ଟି ଲାଗୁ ହେବ। କିନ୍ତୁ ସେହି ସାମଗ୍ରୀ ଯଦି ୩୦ କିଲୋ ପ୍ୟାକେଟ ହୋଇଥିବ ତେବେ ସେଥିରେ ଜିଏସ୍‌ଟି ଲାଗିବ ନାହିଁ।

ପୂର୍ବରୁ ୨୫ କିଲୋ ପ୍ୟାକ୍‌ ଲେ‌ବୁଲ୍‌ ଲଗାଯାଇଥିବା ସାମଗ୍ରୀ ଉପର ଜିଏସ୍‌ଟି ଲାଗୁ ହେବ ବୋଲି ସରକାର କହିଥିଲେ। ଖୁଚୁରା ଖାଦ୍ୟ ସାମଗ୍ରୀ ବ୍ୟତୀତ କାଳି, ପେନ୍‌ସିଲ୍ କଟର, ଛୁରି, ଚାମଚ, ଏଲ୍‌ଇଡି ଲ୍ୟାମ୍ପ୍‌, ସୋଲାର୍‌ ୱାଟର୍‌ ହିଟର୍‌ ଏବଂ ଶକ୍ତି-ଚାଳିତ ପମ୍ପ୍‌ ଭଳି ଅନେକ ସାମଗ୍ରୀ ଉପରେ ସୋମବାର ଠାରୁ ବର୍ଦ୍ଧିତ ହାରରେ ଜିଏସଟି ଲାଗୁ କରାଯାଇଛି। ଗତ ଜୁନ୍‌ ୨୯ ତାରିଖରେ ଆୟୋଜିତ ୪୭ତମ ଜିଏସ୍‌ଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହା ଲାଗୁ କରାଯାଇଛି।

19 Jul 2022 By The Sakala

ଖାଉଟି ସାମଗ୍ରୀ ଉପରେ ଜିଏସଟିକୁ ବଣିକ ସଂଘର ବିରୋଧ: ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଧମକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସରକାର ଜିଏସଟି ବ୍ୟବସ୍ଥାକୁ ନେଇ ନିକଟରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ପୁର୍ନବିଚାର କରିବାକୁ ସଂଘ କହିଛି। ନଚେତ ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିଏଆଇଟି ପକ୍ଷରୁ ଧମକ ଦିଆଯାଇଛି। ସେହିପରି ଜିଏସ୍‌ଟି ବ୍ୟବସ୍ଥାର ସରଳୀକରଣ ପାଇଁ ମଧ୍ୟ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ସିଏଆଇଟି ସଭାପତି ପ୍ରବୀଣ ଖାଣ୍ଡେଲୱାଲ କହିଛନ୍ତି ଯେ, ବିଗତ ୫ ବର୍ଷ ହେଲା ଜିଏସ୍‌ଟିକୁ ନେଇ ସାଧାରଣ ବ୍ୟବସାୟୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସରକାରଙ୍କୁ ଅଛପା ନାହିଁ। ଏବେ ପୁଣି କେତେକ ସାଧାରଣ ସାମଗ୍ରୀ ଉପରେ ସରକାର ଜିଏସ୍‌ଟି ଲାଗୁ କରିଛନ୍ତି। କିନ୍ତୁ ବିଗତ ୫ ବର୍ଷ ଧରି ବ୍ୟବସାୟୀମାନଙ୍କ ସମସ୍ୟାକୁ ନେଇ ଯାହା କିଛି ଅବଗତ କରାଯାଇଛି ତାହାକୁ ଆଧାର କରି କେନ୍ଦ୍ର ସରକାର ତୁରନ୍ତ ଜିଏସ୍‌ଟି ବ୍ୟବସ୍ଥା ସରଳୀକରଣ କରିବା ଉଚିତ। ପୂର୍ବରୁ ଯେଉଁସବୁ ଅତ୍ୟାବଶ୍ୟକ ସାମଗ୍ରୀ ଟିକସମୁକ୍ତ ରହିଥିଲା ଏବେ ସେଗୁଡିକ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ କରାଯାଇଛି। ସେହିପରି କେତେକ ଗୃହ ଉପକରଣ ସାମଗ୍ରୀ ଉପରେ ଅଧିକ ହାରରେ ଟିକସ ବୃଦ୍ଧି କରାଯାଇଛି। ଏହାଦ୍ବାରା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ଭାର ଆହୁରି ଅଧିକ ହେବା ସହିତ ଏହାର ପ୍ରତ୍ୟକ୍ଷ ପ୍ରଭାବ ବ୍ୟବସାୟୀମାନଙ୍କ ଉପରେ ପଡ଼ିବ ବୋଲି ଖାଣ୍ଡେଲୱାଲ କହିଛନ୍ତି।

୨୫ କିଲୋରୁ ଅଧିକ ପ୍ୟାକେଟ୍‌ରେ ଲାଗୁ ହେବନି ଜିଏସ୍‌ଟି

୨୫ କିଲୋରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ନାହିଁ। ଡାଲି, ଚାଉଳ, ଗହମ, ଅଟା ଏବଂ ଅନ୍ୟାନ୍ୟ ଖାଦ୍ୟାସ୍ୟ ରହିଥିବା ୨୫ କିଲୋ ପ୍ୟାକେଟ ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ ବୋଲି ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ୨୫ ଲିଟରରୁ ଅଧିକ ପରିମାଣର ତରଳ ପଦାର୍ଥ ପ୍ୟାକେଟ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ହେବନାହିଁ ବୋଲି ସରକାର କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ଖୁଚୁରା ବଜାରରେ ଖାଉଟିଙ୍କ ନିମନ୍ତେ ଉଦ୍ଦିଷ୍ଟ ୨୫ କିଲୋ ଓଜନରୁ କମ୍‌ ପ୍ୟାକେଟରେ ୫% ହାରରେ ଜିଏସ୍‌ଟି ଲାଗୁ ହେବ। କିନ୍ତୁ ସେହି ସାମଗ୍ରୀ ଯଦି ୩୦ କିଲୋ ପ୍ୟାକେଟ ହୋଇଥିବ ତେବେ ସେଥିରେ ଜିଏସ୍‌ଟି ଲାଗିବ ନାହିଁ।

ପୂର୍ବରୁ ୨୫ କିଲୋ ପ୍ୟାକ୍‌ ଲେ‌ବୁଲ୍‌ ଲଗାଯାଇଥିବା ସାମଗ୍ରୀ ଉପର ଜିଏସ୍‌ଟି ଲାଗୁ ହେବ ବୋଲି ସରକାର କହିଥିଲେ। ଖୁଚୁରା ଖାଦ୍ୟ ସାମଗ୍ରୀ ବ୍ୟତୀତ କାଳି, ପେନ୍‌ସିଲ୍ କଟର, ଛୁରି, ଚାମଚ, ଏଲ୍‌ଇଡି ଲ୍ୟାମ୍ପ୍‌, ସୋଲାର୍‌ ୱାଟର୍‌ ହିଟର୍‌ ଏବଂ ଶକ୍ତି-ଚାଳିତ ପମ୍ପ୍‌ ଭଳି ଅନେକ ସାମଗ୍ରୀ ଉପରେ ସୋମବାର ଠାରୁ ବର୍ଦ୍ଧିତ ହାରରେ ଜିଏସଟି ଲାଗୁ କରାଯାଇଛି। ଗତ ଜୁନ୍‌ ୨୯ ତାରିଖରେ ଆୟୋଜିତ ୪୭ତମ ଜିଏସ୍‌ଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହା ଲାଗୁ କରାଯାଇଛି।

https://www.thesakala.in/business/trade-unions-oppose-gst-on-consumer-goods-big-national-movement-regarding-gst/article-13433
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp