ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସରେ ଚାକିରି ପାଇଲେ ୧୪ ବର୍ଷର ବାଳକ

The Sakala Picture
Published On

ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି, ସେତେବେଳେ ଜଣେ ୧୪ ବର୍ଷର ବାଳକ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଯୋଗଦେଇଛନ୍ତି। ଏହି ବାଳକଙ୍କ ନାମ ହେଉଛି କାଇରନ୍ କାଜୀ।  କାଇରନ୍ ଏବେ ହୋଇଛନ୍ତି ସ୍ପେସ୍ ଏକ୍ସର ସବୁଠାରୁ କନିଷ୍ଠ କର୍ମଚାରୀ। ନିକଟରେ ଏଲନ୍ ମସ୍କଙ୍କ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଟେକ୍ନିକାଲ ଚ୍ୟାଲେଞ୍ଜିଂ ଏବଂ ଫନ ଇଣ୍ଟରଭ୍ୟୁ ପ୍ରୋସେସ୍‌ରେ କାଇରନ୍ ହେଉଛନ୍ତି ସବୁଠାରୁ କମ୍‌ ବୟସର ଯାହାଙ୍କୁ  ସ୍ପେସ୍ଏକ୍ସ ନିଯୁକ୍ତି […]

ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି, ସେତେବେଳେ ଜଣେ ୧୪ ବର୍ଷର ବାଳକ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଯୋଗଦେଇଛନ୍ତି। ଏହି ବାଳକଙ୍କ ନାମ ହେଉଛି କାଇରନ୍ କାଜୀ।  କାଇରନ୍ ଏବେ ହୋଇଛନ୍ତି ସ୍ପେସ୍ ଏକ୍ସର ସବୁଠାରୁ କନିଷ୍ଠ କର୍ମଚାରୀ। ନିକଟରେ ଏଲନ୍ ମସ୍କଙ୍କ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଟେକ୍ନିକାଲ ଚ୍ୟାଲେଞ୍ଜିଂ ଏବଂ ଫନ ଇଣ୍ଟରଭ୍ୟୁ ପ୍ରୋସେସ୍‌ରେ କାଇରନ୍ ହେଉଛନ୍ତି ସବୁଠାରୁ କମ୍‌ ବୟସର ଯାହାଙ୍କୁ  ସ୍ପେସ୍ଏକ୍ସ ନିଯୁକ୍ତି ଦେଇଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏଠାରେ ସୂଚାନାଯୋଗ୍ୟ ଯେ, କାଇରନ୍ କାଜୀ ସାଣ୍ଟା କ୍ଲାରା ୟୁନିଭରସିଟି ସ୍କୁଲ ଅଫ୍ ଇଞ୍ଜିନିୟରିଂରୁ ସ୍ନାତକ ହାସଲ କରିଛନ୍ତି। ସେ ମଧ୍ୟ ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ ସ୍ନାତକ। ସ୍ପେସ୍ଏକ୍ସ ସହିତ ତାଙ୍କର ନୂତନ ଯାତ୍ରା ବିଷୟରେ ଘୋଷଣା କରି ସେ ଲିଙ୍କଡ୍‌ଇନ୍ ପ୍ଲାଟଫର୍ମରେ ତାଙ୍କର ଚାକିରି ଅପଡେଟ୍ ନେଇ ତଥ୍ୟ ସେୟାର କରିଛନ୍ତି। ସେ ଖୁବ୍ ଶୀଘ୍ର ଷ୍ଟାରଲିଙ୍କ ଇଞ୍ଜିନିୟରିଂ ଦଳରେ ଯୋଗଦେବେ ବୋଲି କହିଛନ୍ତି। ଯାହାକୁ ସେ ପୃଥିବୀର ସବୁଠାରୁ ଶାନ୍ତ କମ୍ପାନୀ ବୋଲି କହିଥିଲେ। ସେ କହିଛନ୍ତି ଯେ ସ୍ପେସ୍ଏକ୍ସ ହେଉଛି ସେହି ବିରଳ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ, ଯେ କି ଦକ୍ଷତା ଏବଂ ପରିପକ୍ୱତା ପାଇଁ ବୟସକୁ ଏକ ମାନଦଣ୍ଡ ଭାବେ ବିଚାର କରୁନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଯେତେବେଳେ କାଇରନ୍‌ଙ୍କୁ ୯ ବର୍ଷ ସେତେବେଳେ ସେ  ତୃତୀୟ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଦେଖିଲେ ଯେ ବିଦ୍ୟାଳୟ ପାଠପଢ଼ା କୌଣସି ଆହ୍ବାନକୁ ଗ୍ରହଣ କରିବା ଲାଗି  ଯଥେଷ୍ଟ ନୁହେଁ। ଏହାପରେ ସେ ଏଆଇ ରିସର୍ଚ୍ଚ କୋ-ଅପ ଫେଲୋ ଭାବରେ ଇଣ୍ଟେଲ ଲାବସ୍‌ରେ ଇଣ୍ଟର୍ଣ୍ଣଶିପ ଆରମ୍ଭ କରିଥିଲେ।  ୧୧ ବର୍ଷ ବୟସରେ ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ବ୍ଲାକ୍ବର୍ଡହଟ୍‌ଏଆଇରେ ଚାରିମାସ ପାଇଁ ମେସିନ୍ ଲର୍ଣ୍ଣିଂ ଇଣ୍ଟର୍ଣ୍ଣ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଫାଙ୍କା ସମୟରେ ଆସ୍ୟାସିନ୍ କ୍ରାଇଡ୍ ସିରିଜ୍ ଭଳି ଖେଳ ଖେଳିବା ଏବଂ ସାମ୍ବାଦିକ ମାଇକେଲ୍ ଲୁଇସ୍ ଫିଲିପ୍ କେ ଡିକଙ୍କ ସମ୍ପର୍କରେ ପଢ଼ାପଢ଼ି କରିବାକୁ ଭଲ ପାଉଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

13 Jun 2023 By The Sakala

ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସରେ ଚାକିରି ପାଇଲେ ୧୪ ବର୍ଷର ବାଳକ

ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି, ସେତେବେଳେ ଜଣେ ୧୪ ବର୍ଷର ବାଳକ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଯୋଗଦେଇଛନ୍ତି। ଏହି ବାଳକଙ୍କ ନାମ ହେଉଛି କାଇରନ୍ କାଜୀ।  କାଇରନ୍ ଏବେ ହୋଇଛନ୍ତି ସ୍ପେସ୍ ଏକ୍ସର ସବୁଠାରୁ କନିଷ୍ଠ କର୍ମଚାରୀ। ନିକଟରେ ଏଲନ୍ ମସ୍କଙ୍କ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଟେକ୍ନିକାଲ ଚ୍ୟାଲେଞ୍ଜିଂ ଏବଂ ଫନ ଇଣ୍ଟରଭ୍ୟୁ ପ୍ରୋସେସ୍‌ରେ କାଇରନ୍ ହେଉଛନ୍ତି ସବୁଠାରୁ କମ୍‌ ବୟସର ଯାହାଙ୍କୁ  ସ୍ପେସ୍ଏକ୍ସ ନିଯୁକ୍ତି ଦେଇଛି।

ଏଠାରେ ସୂଚାନାଯୋଗ୍ୟ ଯେ, କାଇରନ୍ କାଜୀ ସାଣ୍ଟା କ୍ଲାରା ୟୁନିଭରସିଟି ସ୍କୁଲ ଅଫ୍ ଇଞ୍ଜିନିୟରିଂରୁ ସ୍ନାତକ ହାସଲ କରିଛନ୍ତି। ସେ ମଧ୍ୟ ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ ସ୍ନାତକ। ସ୍ପେସ୍ଏକ୍ସ ସହିତ ତାଙ୍କର ନୂତନ ଯାତ୍ରା ବିଷୟରେ ଘୋଷଣା କରି ସେ ଲିଙ୍କଡ୍‌ଇନ୍ ପ୍ଲାଟଫର୍ମରେ ତାଙ୍କର ଚାକିରି ଅପଡେଟ୍ ନେଇ ତଥ୍ୟ ସେୟାର କରିଛନ୍ତି। ସେ ଖୁବ୍ ଶୀଘ୍ର ଷ୍ଟାରଲିଙ୍କ ଇଞ୍ଜିନିୟରିଂ ଦଳରେ ଯୋଗଦେବେ ବୋଲି କହିଛନ୍ତି। ଯାହାକୁ ସେ ପୃଥିବୀର ସବୁଠାରୁ ଶାନ୍ତ କମ୍ପାନୀ ବୋଲି କହିଥିଲେ। ସେ କହିଛନ୍ତି ଯେ ସ୍ପେସ୍ଏକ୍ସ ହେଉଛି ସେହି ବିରଳ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ, ଯେ କି ଦକ୍ଷତା ଏବଂ ପରିପକ୍ୱତା ପାଇଁ ବୟସକୁ ଏକ ମାନଦଣ୍ଡ ଭାବେ ବିଚାର କରୁନାହିଁ।

ଯେତେବେଳେ କାଇରନ୍‌ଙ୍କୁ ୯ ବର୍ଷ ସେତେବେଳେ ସେ  ତୃତୀୟ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଦେଖିଲେ ଯେ ବିଦ୍ୟାଳୟ ପାଠପଢ଼ା କୌଣସି ଆହ୍ବାନକୁ ଗ୍ରହଣ କରିବା ଲାଗି  ଯଥେଷ୍ଟ ନୁହେଁ। ଏହାପରେ ସେ ଏଆଇ ରିସର୍ଚ୍ଚ କୋ-ଅପ ଫେଲୋ ଭାବରେ ଇଣ୍ଟେଲ ଲାବସ୍‌ରେ ଇଣ୍ଟର୍ଣ୍ଣଶିପ ଆରମ୍ଭ କରିଥିଲେ।  ୧୧ ବର୍ଷ ବୟସରେ ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ବ୍ଲାକ୍ବର୍ଡହଟ୍‌ଏଆଇରେ ଚାରିମାସ ପାଇଁ ମେସିନ୍ ଲର୍ଣ୍ଣିଂ ଇଣ୍ଟର୍ଣ୍ଣ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଫାଙ୍କା ସମୟରେ ଆସ୍ୟାସିନ୍ କ୍ରାଇଡ୍ ସିରିଜ୍ ଭଳି ଖେଳ ଖେଳିବା ଏବଂ ସାମ୍ବାଦିକ ମାଇକେଲ୍ ଲୁଇସ୍ ଫିଲିପ୍ କେ ଡିକଙ୍କ ସମ୍ପର୍କରେ ପଢ଼ାପଢ଼ି କରିବାକୁ ଭଲ ପାଉଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp