ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି, ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି: ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ, ନିଜ ଜୀବନ ନେବା, ଆତ୍ମାହୁତି ଘଟଣା ରାଜ୍ୟରେ ଧୀରେଧୀରେବଢ଼ି ବଢ଼ି ଚାଲିଛି। ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି।ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ମାଲକାନଗିରି ଘଟଣା ହୃଦୟ ବିଦାରକ ହୋଇଛି। ୧୫ ବର୍ଷର ନାବାଳିକାଙ୍କ ସହ ଦୁଇ ଦୁଇ ଥର ଦୁଷ୍କର୍ମ କରାଯାଇଛି । ଉଦ୍ଧାର ହେବା ପରେ ମଧ୍ୟ ଦୁଷ୍କର୍ମ କରା ଯାଇଛି। ଡବଲ ଇଞ୍ଜିନ୍ ସରକାରରେ ଡବଲ ଦୁଷ୍କର୍ମ ହେଉଛି। ପୁଲିସ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନ୍ୟାୟ ନ ମିଳିବାରୁ ଲଜ୍ଜା ସହି ନପାରି ବିଷ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଇଥିଲା। କିଛି ନ୍ୟାୟ ମିଳିନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ରହିଛନ୍ତି।

ଆହୁରି ପଢ଼ନ୍ତୁ: ସରକାରଙ୍କ ବିରୋଦ୍ଧରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜ୍ଜନ; ନିୟମିତ କରିବା ଦାବିରେ ଆନ୍ଦୋଳନ

ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ବିଜେଡି ଆନ୍ଦୋଳନ କରିବ । ଶୁକ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର