କ’ଣ ପାଇଁ ପାଳନ ହୁଏ ‘ମହାଶିବରାତ୍ରୀ’ ଏବଂ କ’ଣ ରହିଛି ଏହି ରାତ୍ରର ମହତ୍ତ୍ବ, ଜାଣନ୍ତୁ…

The Sakala Picture
Published On

ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ […]

ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି । ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ତେଣୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ ଶିବରାତ୍ରୀ ପୂଜାକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଇଥାଏ। ପ୍ରଥମ ପ୍ରହର ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ, ଦ୍ୱିତୀୟ ପ୍ରହର ପରବର୍ତ୍ତୀ ସମୟରେ ଦହିରେ, ତୃତୀୟ ପ୍ରହର ଘୋର ରାତ୍ର ସମୟରେ ମହୁରେ ଚତୁର୍ଥ ପ୍ରହରରେ ଘୃତରେ ଅଭିଷେକ କରାଯାଏ। ଏହି ରାତ୍ରୀର ଶେଷ ପ୍ରହର ସମୟରେ ମନ୍ଦିରର ଚୂଡ଼ାଦେଶକୁ ମହାଦୀପ ଉଠାଯାଏ। ତାହାକୁ କରି ଭକ୍ତମାନେ ଆତ୍ମତୃପ୍ତି କରିଥାନ୍ତି କେବଳ ଏହି ଗୋଟିଏ ଦିନ ଭଗବାନ ଶିବଙ୍କୁ କେତକୀଫୁଲରେ ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ପୌରାଣିକ କଥା ଅନୁସାରେ, ଏହି ଦିନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା । ଆଉ କିଛି ପୌରାଣିକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶି ଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୂର ଆଦି ବିଭିନ୍ନ ଶୀତଳକାର ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତା ଫେରିଆସିଥିଲା ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବିଷ୍ଣୁ ଉକ୍ତ ଦିନଟି ସମ୍ପର୍କରେ ପ୍ରଜାପିତା ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ। ସେହିଦିନ ଅନୁଯାୟୀ, ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଆଉ କେତେକ ପୌରାଣିକ ମତବାଦ ଅନୁସାରେ, ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଲିଙ୍ଗ’ ଭାବରେ ଆବିର୍ଭୂତ ହୋଇଥିବାରୁ ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ । ଶିବରାତ୍ରୀ ସମ୍ପର୍କିତ ଆଉ ଏକ ପୌରାଣିକ ଖବର ମହାଭାରତ ସହିତ ଜଡ଼ିତ। ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ମହାଶିବରାତ୍ରୀ ପାଳନ ସମ୍ପର୍କରେ କହିଥିଲେ। ସୁସ୍ଵର ନାମରେ ଜଣେ ଶିକାରୀ, ବଣରେ ବୁଲୁବୁଲୁ ସନ୍ଧ୍ୟା ହୋଇଗଲା। ସେ ନିଜ ଘରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ବେଲଗଛ ଉପରକୁ ଚଢ଼ିଗଲେ। ରାତି ସାରା ଉଜାଗର ରହି ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଭାବି ଲୁହ ଝରାଇବାକୁ ଲାଗିଲେ। ତାଙ୍କ ଅଜାଣତରେ ସେହି ଲୁହ ଓ ବିଲ୍ଵ ପତ୍ର ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡ଼ୁଥିଲା। କିଛି ବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କର ଶିବଲୋକ ପ୍ରାପ୍ତ ହେଲା। ସେଦିନ ଥିଲା ଶିବରାତ୍ରୀ। ଅଜ୍ଞାତରେ ହେଲେ ମଧ୍ୟ ସେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଲୋକ ପ୍ରାପ୍ତିର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ। ତେଣୁ ଶିବରାତ୍ରୀ ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡଦୀପ ପ୍ରଜ୍ବଳନ କଲେ ଜୀବନର ଜୀବନର ସମସ୍ତ ପାପତାପ ଦୂର ହୋଇଥାଏ ବିଶ୍ଵାସ ରହିଛି। ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ଫୁଲ, ଫଳ ଅର୍ପଣ କରିବା ସହ ଉଜାଗର ରହିଥାନ୍ତି। ପରଦିନ ପ୍ରଭାତରୁ ସାନ୍ନ କରି ଶିବ ଦର୍ଶନ ଓ ଶିବ ପାଦୋଦନ ସେବନ ପରେ ଶିବରାତ୍ର ବ୍ରତ ସମାପନ ହୋଇଥାଏ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର