ନୂଆପଡ଼ା ଉପନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ...

Deviprasad Mohanty Picture
Published On

ନୂଆପଡା : ଆଜି ନୂଆପଡ଼ା ଭୋଟ । ଭୋଟର ବାଛିବେ ନୂଆ ବିଧାୟକ । ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ। ନୂଆପଡ଼ା ବ୍ଲକ, କୋମନା ବ୍ଲକ, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସିରେ ଚାଲିଛି ମତଦାନ । ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ଯୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ହେବ ଭୋଟଗ୍ରହଣ। ମୋଟ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ଯା ରହିଛି ୧ ଲକ୍ଷ ୨୯ ହଜାର ୯୩୨। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ରହିଛି ୨୧। ମୋଟ ବୁଥ ସଂଖ୍ଯା ୩୫୮। ସେଥିରୁ ୫୮ଟି ବୁଥ ସମ୍ବେଦନଶୀଳ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବୁଥ ପାଇଁ ଇଭିଏମର ୭୨୦ଟି ବାଲଟ ୟୁନିଟ, ୭୨୦ଟି କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ଟି ଭି.ଭି.ପାଟ ଉପଲବ୍ଧ କରାଯାଇଛି। ନିର୍ବାଚନ ରଣାଙ୍ଗନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ପ୍ରମୁଖ ଦଳ ଭିତରେ ବିଜୁ ଜନତା ଦଳରୁରୁ ସ୍ହେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀଯ କଂଗ୍ରେସରୁ ଘାସିରାମ ମାଝୀ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ, ସମାଜବାଦି ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ଭାଗ୍ଯ ପରୀକ୍ଷା କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଉପନିର୍ବାଚନ ସୁପରିଚାଳନା ପାଇଁ ମୋଟ ୧୫୮୪ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଭିତରୁ ୧୫୫୨ଜଣ ପୁରୁଷ ପୋଲିଂ କର୍ମଚାରୀ ହୋଇଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ସଂଖ୍ଯା ୩୨। ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ୬ଟି ଶଖୀ ବୁଥ। ପ୍ରତ୍ଯେକ ଶଖୀ ବୁଥରେ ଲାଲ କାର୍ପେଟ ପକାଯାଇଛି। ଏହାସହିତ ପ୍ରତ୍ଯେକ ବୁଥରେ ଭୋଟରଙ୍କ ସୁବିଧା ପାଇଁ ପିଇବା ପାଣିର ବ୍ଯବସ୍ଥା ରହିଛି । ଖରାରୁ ରକ୍ଷା ଦେବା ପାଇଁ ସାମିଆନା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁକ୍ତ ଓ ଅବାଧ ଭୋଟଗ୍ରହଣ ପାଇଁ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି କରାଯିବା ପାଇଁ ବ୍ଯବସ୍ଥା କରାଯାଇଛି। ସକାଳ ୬ଟାରୁ ଇଭିଏମ୍ ଓ ଭି.ଭି ପାଟରେ ମକ ପୋଲିଂ କରାଯିବା ପରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ବୁଥ ଭିତରୁ ସିଲଟପାଣି ବୁଥରେ ସର୍ବାଧିକ ୧୧୨୪ ଜଣ ଭୋଟର ଥିବାବେଳେ ଅନୁପଗଡ଼ ବୁଥରେ ସବୁଠାରୁ କମ ୧୮୬ଜଣ ମତଦାତା ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ଯର ୮ଟି ବୁଥରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଛି। ସେଗୁଡ଼ିକ ହେଲା ବୁଥ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର ବୁଥ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର