ପିକନିକ ବସକୁ ଧକାଦେଲା ଟ୍ରକ ; ବସ ଓଲଟି ୩ମୃତ , ୧୧ଗୁରୁତର

The Sakala Picture
Published On

ଖୋର୍ଦ୍ଧା : ରାତି ପ୍ରାୟ ୩ଟା ସମୟରେ ୧୬ନଂ ଜାତୀୟ ରାଜପଥର ବାଲୁଗାଁ ଓଭର ବ୍ରିଜ ନିକଟ ବେଲପଡା ଛକ ଠାରେ ଏକ ପିକନିକ ବସ(ଓଆର ୦୨-ଏକ୍ସ-୬୫୯୯)ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ ଟି ପଲଟି ଯାଇଥିଲା । ଏଥିରେ ୩ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପହଂଚି ଆହତମାନଙ୍କୁ ନିକଟସ୍ଥ ବାଲୁଗାଁ ମେଡିକାଲ କୁ ପଠାଇଛନ୍ତି । ଆହତଙ୍କ ମଧରୁ ଗୁରୁତର […]

ଖୋର୍ଦ୍ଧା : ରାତି ପ୍ରାୟ ୩ଟା ସମୟରେ ୧୬ନଂ ଜାତୀୟ ରାଜପଥର ବାଲୁଗାଁ ଓଭର ବ୍ରିଜ ନିକଟ ବେଲପଡା ଛକ ଠାରେ ଏକ ପିକନିକ ବସ(ଓଆର ୦୨-ଏକ୍ସ-୬୫୯୯)ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ ଟି ପଲଟି ଯାଇଥିଲା । ଏଥିରେ ୩ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପହଂଚି ଆହତମାନଙ୍କୁ ନିକଟସ୍ଥ ବାଲୁଗାଁ ମେଡିକାଲ କୁ ପଠାଇଛନ୍ତି । ଆହତଙ୍କ ମଧରୁ ଗୁରୁତର ଥିବା ଆଲିପୁର ର ସୁନୀଲ ସାହୁ ଓ ଘନଶ୍ୟାମ ରେଡି, ଭେଙ୍କଟରାୟପୁର ର ପି.ହରି, ଗୋପାଳପୁର ର କେ.ମୋହନ ରାୟ, ରାଜେଶ୍ୱର ସାହୁ, ହରେକୃଷ୍ଣ ଶତପଥୀ ଓ ଭାଗୀରଥୀ ବେହେରା ପ୍ରମୁଖ ୭ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ମୃତକମାନେ ହେଲେ ଗଂଜାମ ଜିଲା ଗୋପାଲପୁର ଆଲିପୁର ର ଅସିତ ବେହେରା(୨୮), ଭେଙ୍କଟରାୟପୁର ର ଗଙ୍ଗାଧର ମହାରଣା(୪୫) ଏବଂ ଅନ୍ୟଜଣେ ହେଲେ ସେହିଗ୍ରାମର ଇ.ଲୋଇ ଦାସ(୫୫) । ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଏହି ବସ ଯୋଗେ ଗୋପାଳପୁରରୁ ଡ୍ରାଇଭର ସମେତ ୧୯ ଜଣ ପିକନିକରେ ଆସିଥିଲେ । ଘଟଗାଁ ତାରିଣୀ ଦର୍ଶନ ପରେ ଛତିଆବଟ ଠାରୁ ରାତି ପ୍ରାୟ ୧୦ଟାରେ ସେଠାରୁ ଗୋପାଳପୁର ଅଭିମୁଖେ ବାହାରିଥିଲେ । ଏହିସମୟରେ ବାଲୁଗାଁ ବେଲପଡା ଛକଠାରେ ପରିଶ୍ରା ନିମନ୍ତେ ଡ୍ରାଇଭର ରାସ୍ତା କଡରେ ଗାଡି ରଖିଥଲେ । ଏହି ସମୟରେ ପଛ ପାଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକାଦେଇ ପଳାଇଥିଲା । ଫଳରେ ବସ ଟି ଓଲଟି ପଡିବାରୁ ବସ ତଳେ ଚାପି ହୋଇ ୩ଜଣଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର