ପାନ୍‌-ଆଧାର ଲିଙ୍କ୍‌ର ଶେଷ ଅବଧି ଡିସେମ୍ବର ୩୧ ତାରିଖ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ। ଡିସେମ୍ବର ୩୧ ସୁଦ୍ଧା ଏପରି କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତିକି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଯାଇ ନ ଥିଲେ ଆପଣ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ୍ କରିପାରିବେ ନାହିଁ ଏବଂ ରିଫଣ୍ଡ ମଧ୍ୟ ପାଇପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଏମିତିକି  ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିବା ଏବଂ  କିମ୍ବା ଏସ୍‌ଆଇପି ଆର୍ଥ଄କ ଉତ୍ପାଦରେ ନିବେଶରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନେ ୨୦୨୪ ଅକ୍ଟୋବର ପହିଲା ପୂର୍ବରୁ ସେମାନଙ୍କର ଆଧାର ପଞ୍ଜିକରଣ ଆଇଡି ବ୍ୟବହାର କରି ସେମାନଙ୍କର ପାନ୍‌ ପାଇଥିଲେ, ସେମାନଙ୍କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡିବ। ନିୟମ ଅନୁଯାୟୀ, ଯଦି ଆପଣଙ୍କର ପାନ୍‌ ନିଷ୍କ୍ରିୟ ହୋଇଯାଏ ଏବଂ ଆପଣ ଏହାକୁ ବ୍ୟାଙ୍କ କାରବାର କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରନ୍ତି, ତେବେ ଏହା ବିବେଚନା କରାଯିବ ଯେ ଆପଣ ଆଇନ ଅନୁଯାୟୀ ପାନ୍‌ ପ୍ରଦାନ କରିନାହାଁନ୍ତି। ଏପରି କ୍ଷେତ୍ରରେ, ଆପଣଙ୍କୁ ଆୟକର ଆଇନର ଧାରା ୨୭୨ବି ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ। ଆଇନର ଧାରା ୧୩୯ଏ ଅନୁଯାୟୀ ପଚରାଗଲେ ପାନ୍‌ଦେଖାଇବା ବାଧ୍ୟତାମୂଳକ।  ଆୟକର ଆଇନ ୧୯୬୧ ଅନୁଯାୟୀ, କିଛି ଲୋକଙ୍କୁ ପାନ୍‌ ସହିତ ଆଧାର ଲିଙ୍କ୍ କରିବାରୁ ମୁକ୍ତ କରାଯାଇଛି। ଏହି ବର୍ଗରେ ଆସାମ, ଜମ୍ମୁ ଏବଂ କାଶ୍ମୀର ଏବଂ ମେଘାଳୟର ଲୋକ, ଅଣ-ନିବାସୀ, ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକ ଏବଂ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

07 Nov 2025 By Deviprasad Mohanty

ପାନ୍‌-ଆଧାର ଲିଙ୍କ୍‌ର ଶେଷ ଅବଧି ଡିସେମ୍ବର ୩୧ ତାରିଖ

ନୂଆଦିଲ୍ଲୀ: ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ। ଡିସେମ୍ବର ୩୧ ସୁଦ୍ଧା ଏପରି କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତିକି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଯାଇ ନ ଥିଲେ ଆପଣ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ୍ କରିପାରିବେ ନାହିଁ ଏବଂ ରିଫଣ୍ଡ ମଧ୍ୟ ପାଇପାରିବେ ନାହିଁ।

ଏମିତିକି  ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିବା ଏବଂ  କିମ୍ବା ଏସ୍‌ଆଇପି ଆର୍ଥ଄କ ଉତ୍ପାଦରେ ନିବେଶରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନେ ୨୦୨୪ ଅକ୍ଟୋବର ପହିଲା ପୂର୍ବରୁ ସେମାନଙ୍କର ଆଧାର ପଞ୍ଜିକରଣ ଆଇଡି ବ୍ୟବହାର କରି ସେମାନଙ୍କର ପାନ୍‌ ପାଇଥିଲେ, ସେମାନଙ୍କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡିବ। ନିୟମ ଅନୁଯାୟୀ, ଯଦି ଆପଣଙ୍କର ପାନ୍‌ ନିଷ୍କ୍ରିୟ ହୋଇଯାଏ ଏବଂ ଆପଣ ଏହାକୁ ବ୍ୟାଙ୍କ କାରବାର କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରନ୍ତି, ତେବେ ଏହା ବିବେଚନା କରାଯିବ ଯେ ଆପଣ ଆଇନ ଅନୁଯାୟୀ ପାନ୍‌ ପ୍ରଦାନ କରିନାହାଁନ୍ତି। ଏପରି କ୍ଷେତ୍ରରେ, ଆପଣଙ୍କୁ ଆୟକର ଆଇନର ଧାରା ୨୭୨ବି ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ। ଆଇନର ଧାରା ୧୩୯ଏ ଅନୁଯାୟୀ ପଚରାଗଲେ ପାନ୍‌ଦେଖାଇବା ବାଧ୍ୟତାମୂଳକ।  ଆୟକର ଆଇନ ୧୯୬୧ ଅନୁଯାୟୀ, କିଛି ଲୋକଙ୍କୁ ପାନ୍‌ ସହିତ ଆଧାର ଲିଙ୍କ୍ କରିବାରୁ ମୁକ୍ତ କରାଯାଇଛି। ଏହି ବର୍ଗରେ ଆସାମ, ଜମ୍ମୁ ଏବଂ କାଶ୍ମୀର ଏବଂ ମେଘାଳୟର ଲୋକ, ଅଣ-ନିବାସୀ, ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକ ଏବଂ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର