ଯୌନ ନିର୍ଯାତନା ଅଭିଯୋଗରେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

The Sakala Picture
Published On

ହାଇଦ୍ରାବାଦ: ଗିରଫ ହେଲେ ସ୍ତ୍ରୀ ୨ ଫିଲ୍ମର ଗୀତ ‘ଆଜ କି ରାତ’ର କୋରିଓଗ୍ରାଫର ଜାନି ମାଷ୍ଟର । ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଶେଖ ଜାନି ଅର୍ଥାତ ଜାନି ମାଷ୍ଟର ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି । ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ କରି ଆଜି ପୋଲିସ ଜାନି ମାଷ୍ଟରଙ୍କୁ ଗିରଫ କରିଛି । ସାଇବରାବାଦ ପୋଲିସ ଜାନି […]

ହାଇଦ୍ରାବାଦ: ଗିରଫ ହେଲେ ସ୍ତ୍ରୀ ୨ ଫିଲ୍ମର ଗୀତ ‘ଆଜ କି ରାତ’ର କୋରିଓଗ୍ରାଫର ଜାନି ମାଷ୍ଟର । ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଶେଖ ଜାନି ଅର୍ଥାତ ଜାନି ମାଷ୍ଟର ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି । ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ କରି ଆଜି ପୋଲିସ ଜାନି ମାଷ୍ଟରଙ୍କୁ ଗିରଫ କରିଛି । ସାଇବରାବାଦ ପୋଲିସ ଜାନି ମାଷ୍ଟରଙ୍କୁ ଗୋଆରୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। କୋର୍ଟରୁ ଟ୍ରାଞ୍ଜିଟ୍ ୱାରେଣ୍ଟ ପାଇବା ପରେ ପୋଲିସ ତାଙ୍କୁ ହାଇଦ୍ରାବାଦ ଆଣିବ।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲରେ ଆଉ ଜଣେ HIV ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ଉପରେ ପୋକସୋ ଅଧିନିୟମ ଧାରାରେ କେସ୍‌ ଦାୟର କରାଯାଇଥିଲା । ତେବେ ପୋକସୋ ଆକ୍ଟରେ ଗିରଫ ହୋଇଥିବାରୁ ଜାନି ମାଷ୍ଟରଙ୍କୁ କୌଣସି ପ୍ରକାରର ଜାମିନ ମିଳିବ ନାହିଁ । ସେପ୍ଟେମ୍ୱର ୧୫ରେ ହାଇଦ୍ରାବାଦର ରାଇଦୁର୍ଗମ ପୋଲିସ ଷ୍ଟେସନରେ ଜାନି ମାଷ୍ଟରଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । ୨୧ ବର୍ଷ ବୟସ୍କା ମହିଳା କୋରିଓଗ୍ରାଫରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରି କହିଥିଲେ ଯେ ସେ ଗତ କିଛି ମାସ ହେବ ଜାନି ମାଷ୍ଟରଙ୍କ ସହ କାର୍ଯ୍ୟ କରି ଆସୁଥିଲେ । ଏହି ସମୟରେ ସେ ତାଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଯୁବତୀଙ୍କ ଅଭିଯୋଗ କରିବା ପରେ ପୋଲିସ ଯୌନ ଶୋଷଣ ମାମଲା ଦାୟର କରିଥିଲା ।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି, ନୂଆ ଆବେଦନ କରିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା

ଜାନି ମାଷ୍ଟର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କୋରିଓଗ୍ରାଫର । ଧନୁଷଙ୍କ ‘ତିରୁଚିଥାମବାଲମ୍’ ଚଳଚ୍ଚିତ୍ରର ମେଘାମ କରୁକାଥା ଗୀତ ପାଇଁ ତାଙ୍କୁ ଫିଲ୍ମ ପୁରସ୍କାର ଦିଆଯାଇଥିଲା । ଏହା ସହ ଜାନି ଅନେକ ବଡ ବଡ ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି । ସେ ‘ପୁଷ୍ପା’, ‘ଜେଲର’ ଏବଂ ‘ଭାରିସୁ’ ଭଳି ଚଳଚ୍ଚିତ୍ରର ଏକ ଅଂଶ ହୋଇଛନ୍ତି। ‘ସ୍ତ୍ରୀ ୨’ ପୂର୍ବରୁ ମଧ୍ୟ ସେ ବଲିଉଡରେ କାମ କରିଥିଲେ। ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ଜୟ ହୋ’ ର ‘ଫଟୋ କପି’ ଗୀତକୁ ଜାନି ମାଷ୍ଟର କୋରିଓଗ୍ରାଫ୍ କରିଥିଲେ। ଏହା ବ୍ୟତୀତ ସେ ସହିଦ କପୁରଙ୍କ ଫିଲ୍ମ ‘ତେରି ବାତୋଁ ମେ ଏସା ଉଲଝା ଜିଆ’ର ଟାଇଟଲ୍ ଟ୍ରାକରେ ମଧ୍ୟ କାମ କରିଛନ୍ତି। ‘ସ୍ତ୍ରୀ ୨’ର’ ଆଜ କି ରାତ ‘ଗୀତ ବ୍ୟତୀତ ସେ’ ଆଇ ନେହିଁ’ର ବି ଦାୟିତ୍ବ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଡିଜିପିଙ୍କ ରଥଯାତ୍ରା ସମୀକ୍ଷା: ପୁରୀରେ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ସହ ମୁତୟନ ହେବେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

19 Sep 2024 By The Sakala

ଯୌନ ନିର୍ଯାତନା ଅଭିଯୋଗରେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

ହାଇଦ୍ରାବାଦ: ଗିରଫ ହେଲେ ସ୍ତ୍ରୀ ୨ ଫିଲ୍ମର ଗୀତ ‘ଆଜ କି ରାତ’ର କୋରିଓଗ୍ରାଫର ଜାନି ମାଷ୍ଟର । ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଶେଖ ଜାନି ଅର୍ଥାତ ଜାନି ମାଷ୍ଟର ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି । ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ କରି ଆଜି ପୋଲିସ ଜାନି ମାଷ୍ଟରଙ୍କୁ ଗିରଫ କରିଛି । ସାଇବରାବାଦ ପୋଲିସ ଜାନି ମାଷ୍ଟରଙ୍କୁ ଗୋଆରୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। କୋର୍ଟରୁ ଟ୍ରାଞ୍ଜିଟ୍ ୱାରେଣ୍ଟ ପାଇବା ପରେ ପୋଲିସ ତାଙ୍କୁ ହାଇଦ୍ରାବାଦ ଆଣିବ।

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ଉପରେ ପୋକସୋ ଅଧିନିୟମ ଧାରାରେ କେସ୍‌ ଦାୟର କରାଯାଇଥିଲା । ତେବେ ପୋକସୋ ଆକ୍ଟରେ ଗିରଫ ହୋଇଥିବାରୁ ଜାନି ମାଷ୍ଟରଙ୍କୁ କୌଣସି ପ୍ରକାରର ଜାମିନ ମିଳିବ ନାହିଁ । ସେପ୍ଟେମ୍ୱର ୧୫ରେ ହାଇଦ୍ରାବାଦର ରାଇଦୁର୍ଗମ ପୋଲିସ ଷ୍ଟେସନରେ ଜାନି ମାଷ୍ଟରଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । ୨୧ ବର୍ଷ ବୟସ୍କା ମହିଳା କୋରିଓଗ୍ରାଫରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରି କହିଥିଲେ ଯେ ସେ ଗତ କିଛି ମାସ ହେବ ଜାନି ମାଷ୍ଟରଙ୍କ ସହ କାର୍ଯ୍ୟ କରି ଆସୁଥିଲେ । ଏହି ସମୟରେ ସେ ତାଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଯୁବତୀଙ୍କ ଅଭିଯୋଗ କରିବା ପରେ ପୋଲିସ ଯୌନ ଶୋଷଣ ମାମଲା ଦାୟର କରିଥିଲା ।

ଜାନି ମାଷ୍ଟର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କୋରିଓଗ୍ରାଫର । ଧନୁଷଙ୍କ ‘ତିରୁଚିଥାମବାଲମ୍’ ଚଳଚ୍ଚିତ୍ରର ମେଘାମ କରୁକାଥା ଗୀତ ପାଇଁ ତାଙ୍କୁ ଫିଲ୍ମ ପୁରସ୍କାର ଦିଆଯାଇଥିଲା । ଏହା ସହ ଜାନି ଅନେକ ବଡ ବଡ ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି । ସେ ‘ପୁଷ୍ପା’, ‘ଜେଲର’ ଏବଂ ‘ଭାରିସୁ’ ଭଳି ଚଳଚ୍ଚିତ୍ରର ଏକ ଅଂଶ ହୋଇଛନ୍ତି। ‘ସ୍ତ୍ରୀ ୨’ ପୂର୍ବରୁ ମଧ୍ୟ ସେ ବଲିଉଡରେ କାମ କରିଥିଲେ। ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ଜୟ ହୋ’ ର ‘ଫଟୋ କପି’ ଗୀତକୁ ଜାନି ମାଷ୍ଟର କୋରିଓଗ୍ରାଫ୍ କରିଥିଲେ। ଏହା ବ୍ୟତୀତ ସେ ସହିଦ କପୁରଙ୍କ ଫିଲ୍ମ ‘ତେରି ବାତୋଁ ମେ ଏସା ଉଲଝା ଜିଆ’ର ଟାଇଟଲ୍ ଟ୍ରାକରେ ମଧ୍ୟ କାମ କରିଛନ୍ତି। ‘ସ୍ତ୍ରୀ ୨’ର’ ଆଜ କି ରାତ ‘ଗୀତ ବ୍ୟତୀତ ସେ’ ଆଇ ନେହିଁ’ର ବି ଦାୟିତ୍ବ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର