ସୂଚନା ଅନୁସାରେ, ଏନଡିଏ ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କୁ ପୁଣି ରିପିଟ୍ କରିଛି। ମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିହାରରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ ମଧ୍ଯ ନିର୍ବାଚିତ କରିଛି। ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ନିଜର ପଦବୀ ବଜାୟ ରଖିଥିବା ବିଜୟ ସିହ୍ନାଙ୍କୁ ଦଳର ଉପବିଧାନସଭା ଦଳ ନେତା ଭାବରେ ନିଯୁକ୍ତ କରାଯାଇଥିଲା। ଯାହାଥିରୁ ସ୍ପଷ୍ଟ ହେଉଛି ଯେ, ପୁଣି ଥରେ ଏହି ଦୁହେଁ ବିହାରର ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ । ନୂତନ ସରକାର ଗଠନ ପୂର୍ବରୁ ବିଜେପି ବିଧାୟକମାନଙ୍କ ଏକ ବୈଠକରେ ନିଷ୍ପତ୍ତିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା।
ସେପଟେ ୭୪ ବର୍ଷୀୟ ନୀତିଶଙ୍କୁ ସେମାନଙ୍କର ନେତା ଭାବରେ ଚୟନ କରିବା ପାଇଁ JD(U) ବିଧାୟକମାନଙ୍କର ଏକ ବୈଠକ ବର୍ତ୍ତମାନ ନୀତିଶ କୁମାରଙ୍କ ବାସଭବନରେ ଚାଲିଛି। ଏହା ପରେ, ବିଜେପି ବିଧାୟକ ଦଳ ରାଜ୍ୟ କାର୍ଯ୍ୟାଳୟରେ ନିଜର ନେତା ବାଛିବା ପାଇଁ ଡକାଯିବ। ପରେ, ଅପରାହ୍ନ ୩.୩୦ରେ, NDA ବିଧାୟକ ଦଳ ବିଧାନସଭାର କେନ୍ଦ୍ରୀୟ ହଲରେ ଏକାଠି ହେବେ, ଯେଉଁଠାରେ ସମସ୍ତ ପାଞ୍ଚଟି NDA ଦଳର ବିଧାୟକମାନେ ନୀତିଶ କୁମାରଙ୍କୁ ଆନୁଷ୍ଠାନିକ ଭାବରେ ମେଣ୍ଟର ନେତା ଭାବରେ ନିର୍ବାଚିତ କରିବେ ବୋଲି ଆଶା କରାଯାଉଛି। ତାଙ୍କ ନିର୍ବାଚନ ପରେ, ସେ ରାଜଭବନକୁ ଯାଇ ବିଦାୟୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବେ।





