ମହାକାଶ ବିଜ୍ଞାନର ମହାନାୟକ ଏପିଜେ ଅବଦୁଲ କଲାମ

The Sakala Picture
Published On

ଦେଶର ଏକାଦଶ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ ବୈଜ୍ଞାନିକ ଭାବେ ଯେତିକି ନାଁ ଅର୍ଜିଥିଲେ, ଭାରତର ରାଷ୍ଟ୍ରପତି ଭାବରେ ମଧ୍ୟ ଦେଶ ବିଦେଶରେ ତାଙ୍କର ସେତିକି ଖ୍ୟାତି ରହିଥିଲା। ଆଜି ସେହି ମହାନ୍‌ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଯୋଗଦାନ ଅତୁଳନୀୟ । ୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତ୍ବାବଧାନରେ ନିର୍ମାଣ […]

ଦେଶର ଏକାଦଶ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ ବୈଜ୍ଞାନିକ ଭାବେ ଯେତିକି ନାଁ ଅର୍ଜିଥିଲେ, ଭାରତର ରାଷ୍ଟ୍ରପତି ଭାବରେ ମଧ୍ୟ ଦେଶ ବିଦେଶରେ ତାଙ୍କର ସେତିକି ଖ୍ୟାତି ରହିଥିଲା। ଆଜି ସେହି ମହାନ୍‌ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଯୋଗଦାନ ଅତୁଳନୀୟ । ୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତ୍ବାବଧାନରେ ନିର୍ମାଣ ହୋଇଥିଲା ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ ଏସଏଲଭି -୩ । ଦେଶକୁ ସେ ଭେଟିଦେଇଥିଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର। ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କ ଯୋଗଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ୍’ ବୋଲି କୁହାଯାଏ। ଅବଦୁଲ କଲାମ ପ୍ରଚଣ୍ଡ ମେଧାର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନମ୍ର, ସରଳ ବ୍ୟକ୍ତିତ୍ୱ ପାଇଁ ପ୍ରତିଟି ମଣିଷର ହୃଦୟରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ଥିଲେ ଜଣେ ନିର୍ବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ବିଶେଷ କଥାଟି ହେଲା, ଯୁବପିଢ଼ିଙ୍କ ପାଇଁ ସେ ଥିଲେ ପ୍ରେରଣାର ନିର୍ଝରିଣୀ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରରେ ଜନ୍ମଗ୍ରହଣ କରିଥିଲେ କଲାମ୍‌। ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ। ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। ସେ ତିରୁଚିଲାପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ୧୯୬୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମହାକାଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ, ଓ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ। ସଭାସମିତିରେ ଚାକଚକ୍ୟ ଆସନ ଅଳଙ୍କୃତ କରିବା ତ ଦୂରର କଥା,କହାରିଠାରୁ ଫୁଲତୋଡ଼ାଟିଏ ଗ୍ରହଣ କରିବାକୁ ସେ କୁଣ୍ଠା ପ୍ରକାଶ କରୁଥିଲେ। କଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ‘ୱିଙ୍ଗସ୍‌ ଅଫ୍‌ ଫାୟାର୍’, ‘ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍, ‘ଇଗ୍‌ନାଇଟେଡ୍‌ ମାଇଣ୍ଡସ’ ଆଦି ପୁସ୍ତକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୪୦ ଗୋଟି ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ହୃଦ୍‌ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

27 Jul 2024 By The Sakala

ମହାକାଶ ବିଜ୍ଞାନର ମହାନାୟକ ଏପିଜେ ଅବଦୁଲ କଲାମ

ଦେଶର ଏକାଦଶ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ ବୈଜ୍ଞାନିକ ଭାବେ ଯେତିକି ନାଁ ଅର୍ଜିଥିଲେ, ଭାରତର ରାଷ୍ଟ୍ରପତି ଭାବରେ ମଧ୍ୟ ଦେଶ ବିଦେଶରେ ତାଙ୍କର ସେତିକି ଖ୍ୟାତି ରହିଥିଲା। ଆଜି ସେହି ମହାନ୍‌ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଯୋଗଦାନ ଅତୁଳନୀୟ । ୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତ୍ବାବଧାନରେ ନିର୍ମାଣ ହୋଇଥିଲା ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ ଏସଏଲଭି -୩ । ଦେଶକୁ ସେ ଭେଟିଦେଇଥିଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର। ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କ ଯୋଗଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ୍’ ବୋଲି କୁହାଯାଏ। ଅବଦୁଲ କଲାମ ପ୍ରଚଣ୍ଡ ମେଧାର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନମ୍ର, ସରଳ ବ୍ୟକ୍ତିତ୍ୱ ପାଇଁ ପ୍ରତିଟି ମଣିଷର ହୃଦୟରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ଥିଲେ ଜଣେ ନିର୍ବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ବିଶେଷ କଥାଟି ହେଲା, ଯୁବପିଢ଼ିଙ୍କ ପାଇଁ ସେ ଥିଲେ ପ୍ରେରଣାର ନିର୍ଝରିଣୀ।

୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରରେ ଜନ୍ମଗ୍ରହଣ କରିଥିଲେ କଲାମ୍‌। ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ। ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। ସେ ତିରୁଚିଲାପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ୧୯୬୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମହାକାଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।

୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ, ଓ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ। ସଭାସମିତିରେ ଚାକଚକ୍ୟ ଆସନ ଅଳଙ୍କୃତ କରିବା ତ ଦୂରର କଥା,କହାରିଠାରୁ ଫୁଲତୋଡ଼ାଟିଏ ଗ୍ରହଣ କରିବାକୁ ସେ କୁଣ୍ଠା ପ୍ରକାଶ କରୁଥିଲେ। କଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ‘ୱିଙ୍ଗସ୍‌ ଅଫ୍‌ ଫାୟାର୍’, ‘ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍, ‘ଇଗ୍‌ନାଇଟେଡ୍‌ ମାଇଣ୍ଡସ’ ଆଦି ପୁସ୍ତକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୪୦ ଗୋଟି ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ହୃଦ୍‌ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର