ଏସ୍‌ବିଆଇ କ୍ରେଡିଟ୍ କାର୍ଡଧାରୀଙ୍କୁ ଶକ୍ତ ଧକ୍କା : ଇଏମ୍‌ଆଇ ପେମେଣ୍ଟରେ ଲାଗିବ ପ୍ରୋସେସିଂ ଫି

The Sakala Picture
Published On

ନୂଆଦିଲ୍ଲୀ : ଯଦି ଆପଣଙ୍କ ନିକଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର କ୍ରେଡିଟ୍ କାର୍ଡ ରହିଛି, ତେବେ ଆସନ୍ତା ମାସରୁ ଏହା ମାଧ୍ୟମରେ କିଣାକିଣିବ ଉପରେ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଡିସେମ୍ବର ପହିଲାଠାରୁ ଏସ୍‌ବିଆଇ ଏହାର କ୍ରେଡିଟ୍ କାର୍ଡଧାରୀଙ୍କଠାରୁ ଇଏମ୍‌ଆଇ ପେମେଣ୍ଟ କ୍ଷେତ୍ରରେ ପ୍ରୋସେସିଂ ଫି ଲାଗୁ କରିବ। ଏଥିରେ ଗ୍ରାହକଙ୍କୁ ପ୍ରତ୍ୟେକ କିଣାକିଣି ଉପରେ ୯୯ ଟଙ୍କା ଏବଂ ଟିକସ ପୃଥକ ଭାବରେ ଦେବାକୁ ପଡିବ। ପ୍ରଥମେ ଏସବିଆଇ କ୍ରେଡିଟ୍ […]

ନୂଆଦିଲ୍ଲୀ : ଯଦି ଆପଣଙ୍କ ନିକଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର କ୍ରେଡିଟ୍ କାର୍ଡ ରହିଛି, ତେବେ ଆସନ୍ତା ମାସରୁ ଏହା ମାଧ୍ୟମରେ କିଣାକିଣିବ ଉପରେ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଡିସେମ୍ବର ପହିଲାଠାରୁ ଏସ୍‌ବିଆଇ ଏହାର କ୍ରେଡିଟ୍ କାର୍ଡଧାରୀଙ୍କଠାରୁ ଇଏମ୍‌ଆଇ ପେମେଣ୍ଟ କ୍ଷେତ୍ରରେ ପ୍ରୋସେସିଂ ଫି ଲାଗୁ କରିବ। ଏଥିରେ ଗ୍ରାହକଙ୍କୁ ପ୍ରତ୍ୟେକ କିଣାକିଣି ଉପରେ ୯୯ ଟଙ୍କା ଏବଂ ଟିକସ ପୃଥକ ଭାବରେ ଦେବାକୁ ପଡିବ। ପ୍ରଥମେ ଏସବିଆଇ କ୍ରେଡିଟ୍ କାର୍ଡ ଏହା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଏସବିଆଇ ଏହାର କ୍ରେଡିଟ କାର୍ଡ ଗ୍ରାହକଙ୍କୁ ଇ-ମେଲ ମାଧ୍ୟମରେ ନୂତନ ଚାର୍ଜ ବିଷୟରେ ସୂଚନା ଦେଇଛି। ଏଥିରେ ଗ୍ରାହକଙ୍କୁ କୁହାଯାଇଛି ଯେ, ଡିସେମ୍ବର ପହିଲାରୁ ସମସ୍ତ ମର୍ଚ୍ଚାଣ୍ଟ ଇଏମ୍‌ଆଇ କାରବାରକୁ ପ୍ରକ୍ରିୟାକରଣ ଚାର୍ଜ ଏବଂ ଟିକସ ଭାବରେ ୯୯ ଟଙ୍କା ଦେବାକୁ ପଡିବ। ଅଦ୍ୟାବଧି ଅନ୍ୟ କୌଣସି ବ୍ୟାଙ୍କ କିମ୍ବା କମ୍ପାନୀ କ୍ରେଡିଟ କାର୍ଡରେ ପ୍ରୋସେସିଂ ଚାର୍ଜ ଲାଗୁ କରିନାହାଁନ୍ତି। ଏସବିଆଇର ନିଷ୍ପତ୍ତି ପରେ ଯାହା କୁହାଯାଉଛି ଯେ , ଅନ୍ୟ ସମସ୍ତ କ୍ରେଡିଟ କାର୍ଡ କମ୍ପାନୀ ପ୍ରୋସେସିଂ ଫି ଲାଗୁ କରିବା ଆରମ୍ଭ କରିବେ। ଏହି ପ୍ରୋସେସିଂ ଶୁଳ୍କ ସୁଧ ଏବଂ ଅନ୍ୟାନ୍ୟ ଦେୟ ବ୍ୟତୀତ ପ୍ରଯୁଜ୍ୟ ହେବ। ଏହି ପ୍ରୋସେସିଂ ଚାର୍ଜ ସମସ୍ତ ଇଏମ୍‌ଆଇ କ୍ରୟ ଉପରେ ପ୍ରଯୁଜ୍ୟ ହେବ। ଏହି କ୍ରୟ ମର୍ଚ୍ଚାଣ୍ଟ ଆଉଟଲେଟରେ, ଇ-କମର୍ସ ୱେବ୍‌ସାଇଟରେ କିମ୍ବା ଆପ୍‌ରେ କରାଯାଇଥାଏ। ଏହି ନିଷ୍ପତ୍ତି କ୍ରୟ ବାଏ ନାଓ-ପେ ଲାଟର ସ୍କିମ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ। କାରଣ ଗ୍ରାହକ ଏଥିରୁ ଅଧିକ କିଣାକିଣି କରିଥାନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏସ୍‌ବିଆଇ କ୍ରେଡିଟ୍ କାର୍ଡର ଏହି ନିଷ୍ପତ୍ତିକୁ ଏପରି ଭାବରେ ବୁ ଝାଯିବ ଯେ, ଆପଣ ଏକ ଇ-କମର୍ସ ପ୍ଲାଟଫର୍ମରୁ ଏକ ମୋବାଇଲ୍ ଫୋନ୍ କିଣୁଛନ୍ତି। ଏହାକୁ ଦେବା ପରେ ଆପଣଙ୍କୁ ୯୯ ଟଙ୍କା ଏବଂ ଅଲଗା ଅଲଗା ଟିକସ ଦେବାକୁ ପଡିବ। ଏହି ଚାର୍ଜ ଆପଣଙ୍କ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟରେ ଇଏମ୍‌ଆଇ ପରିମାଣ ଭାବରେ ଦର୍ଶାଇବ। ସୁଧ ପରିମାଣ ପରେ ଏହି ପ୍ରୋସେସିଂ ଚାର୍ଜ ପ୍ରଯୁଜ୍ୟ ହେବ। କେତେକ କ୍ଷେତ୍ରରେ ବ୍ୟବସାୟୀମାନେ ଏହିପରି କାରବାର ଉପରେ ରିଆତି ପ୍ରଦାନ କରିଥାନ୍ତି। ଗ୍ରାହକମାନେ ଶୂନ୍ୟ ମୂଲ୍ୟ ଇଏମ୍‌ଆଇ ମଧ୍ୟ ପାଇଥାନ୍ତି। ବର୍ତ୍ତମାନ ଏସବୁବ୍ୟତୀତ ଏହିପରି କାରବାର ଉପରେ ଏହି ପ୍ରକ୍ରିୟାକରଣ ଚାର୍ଜ ଗ୍ରାହକଙ୍କୁ ପୃଥକ ଭାବରେ ଦେବାକୁ ପଡିବ। ଏହି ଦେୟ କେବଳ କାରବାର ଉପରେ ପ୍ରଯୁଜ୍ୟ ହେବ ଯାହା ଇଏମ୍‌ଆଇରେ ରୂପାନ୍ତରିତ ହେବ। ଯଦି ଆପଣଙ୍କର ଦେୟ ବିଫଳ ହୋଇଛି କିମ୍ବା ବାତିଲ ହୋଇଛି ତେବେ ଏହି ଚାର୍ଜ ଫେରସ୍ତ ହେବ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର