କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ନେବା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ଲୋକହସା କଲେ ସାଂସଦ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ବିଜେପିରେ ସବୁକିଛି ଠିକ୍‌‌ ଚାଲିନାହିଁ; ଏ କଥା ସମସ୍ତଙ୍କୁ ଜଣା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ନେଇ ହେଉଥିବା ଚର୍ଚ୍ଚା ଚାଲିଥିବାବେଳେ ମଙ୍ଗଳବାର ଏକାମ୍ର କ୍ଷେତ୍ରର ‘କପିଳେଶ୍ୱର ମନ୍ଦିର’ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଶ୍ରେୟ ପ୍ରତିଯୋଗିତା ରାଜ୍ୟ ବିଜେପି ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ […]

ଭୁବନେଶ୍ୱର : ରାଜ୍ୟ ବିଜେପିରେ ସବୁକିଛି ଠିକ୍‌‌ ଚାଲିନାହିଁ; ଏ କଥା ସମସ୍ତଙ୍କୁ ଜଣା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ନେଇ ହେଉଥିବା ଚର୍ଚ୍ଚା ଚାଲିଥିବାବେଳେ ମଙ୍ଗଳବାର ଏକାମ୍ର କ୍ଷେତ୍ରର ‘କପିଳେଶ୍ୱର ମନ୍ଦିର’ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଶ୍ରେୟ ପ୍ରତିଯୋଗିତା ରାଜ୍ୟ ବିଜେପି ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଚିଠି ଲେଖିଥିଲେ। ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ। ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ। ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ। ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ଧର୍ମେନ୍ଦ୍ର। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ର ଲେଖିଥିବା ଚିଠି ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ମାତ୍ର ଏହି ଚିଠିର କିଛି ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍‌‌ କରିଥିଲେ। ସେଥିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ କପିଳେଶ୍ୱର ମନ୍ଦିର ସଂରକ୍ଷଣ ନିମନ୍ତେ କରିଥିବା ଅନୁରୋଧପତ୍ର, ତାଙ୍କୁ ଭେଟିଥିବାର ଫଟୋ ସହ ଗତ ଏପ୍ରିଲ ୩ ତାରିଖରେ ଏ ସଂକ୍ରାନ୍ତ ଅନୁରୋଧ ସମ୍ପର୍କରେ ଉଲ୍ଲେଖ ଥିଲା। ଏହା ସହିତ ଗତ ୫ ତାରିଖରେ କେନ୍ଦ୍ର ସରକାରଙ୍କ ଗେଜେଟ୍‌‌ରେ କପିଳେଶ୍ୱର ମନ୍ଦିରକୁ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ଅନ୍ତର୍ଗତ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଉଲ୍ଲେଖ କରିବା ସହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଚିଠି, ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ନିଷ୍ପତ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠି ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଟ୍ୱିଟ୍‌‌ ମଧ୍ୟରେ ଥିବା ପାରସ୍ପରିକ ବିରୋଧାଭାଷ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କପିଳେଶ୍ୱର ମନ୍ଦିରକୁ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାର ଗତ ୫ ତାରିଖରେ ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଶ୍ରୀ ପ୍ରଧାନ କେଉଁ ପରିସ୍ଥିତିରେ ଏପରି ଚିଠି ଲେଖିଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସତରେ କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ଅଜ୍ଞ ଥିଲେ, ନା ଚିଠି ଲେଖି କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ଏଯାଏ ସନ୍ଦେହାଛନ୍ନ।

ଅନ୍ୟପକ୍ଷରେ କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରେୟ ନେବା ଉଦ୍ୟମକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭଣ୍ଡୁର କରି ଦେଇଥିବା କୁହାଯାଉଛି। ସେ ଯେଉଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ, ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେହି ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପକୁ ସମ୍ଭବତଃ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବାର କିଛି ଘଣ୍ଟା ମଧ୍ୟରେ ସେ ନିଜର ପୁରୁଣା ଦାବି, ସରକାରଙ୍କ ଗେଜେଟ୍‌‌ ବିଜ୍ଞପ୍ତି ଆଦି ପ୍ରକାଶ କରି ଶ୍ରୀ ପ୍ରଧାନଙ୍କୁ ଲୋକହସା କରିବା ସୁଯୋଗକୁ ଆଦୌ ହାତଛଡ଼ା କରି ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି।

10 May 2023 By The Sakala

କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ନେବା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ଲୋକହସା କଲେ ସାଂସଦ

ଭୁବନେଶ୍ୱର : ରାଜ୍ୟ ବିଜେପିରେ ସବୁକିଛି ଠିକ୍‌‌ ଚାଲିନାହିଁ; ଏ କଥା ସମସ୍ତଙ୍କୁ ଜଣା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ନେଇ ହେଉଥିବା ଚର୍ଚ୍ଚା ଚାଲିଥିବାବେଳେ ମଙ୍ଗଳବାର ଏକାମ୍ର କ୍ଷେତ୍ରର ‘କପିଳେଶ୍ୱର ମନ୍ଦିର’ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଶ୍ରେୟ ପ୍ରତିଯୋଗିତା ରାଜ୍ୟ ବିଜେପି ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଚିଠି ଲେଖିଥିଲେ। ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ। ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ। ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ। ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ଧର୍ମେନ୍ଦ୍ର। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ର ଲେଖିଥିବା ଚିଠି ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା।

ମାତ୍ର ଏହି ଚିଠିର କିଛି ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍‌‌ କରିଥିଲେ। ସେଥିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ କପିଳେଶ୍ୱର ମନ୍ଦିର ସଂରକ୍ଷଣ ନିମନ୍ତେ କରିଥିବା ଅନୁରୋଧପତ୍ର, ତାଙ୍କୁ ଭେଟିଥିବାର ଫଟୋ ସହ ଗତ ଏପ୍ରିଲ ୩ ତାରିଖରେ ଏ ସଂକ୍ରାନ୍ତ ଅନୁରୋଧ ସମ୍ପର୍କରେ ଉଲ୍ଲେଖ ଥିଲା। ଏହା ସହିତ ଗତ ୫ ତାରିଖରେ କେନ୍ଦ୍ର ସରକାରଙ୍କ ଗେଜେଟ୍‌‌ରେ କପିଳେଶ୍ୱର ମନ୍ଦିରକୁ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ଅନ୍ତର୍ଗତ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଉଲ୍ଲେଖ କରିବା ସହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠି ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଟ୍ୱିଟ୍‌‌ ମଧ୍ୟରେ ଥିବା ପାରସ୍ପରିକ ବିରୋଧାଭାଷ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କପିଳେଶ୍ୱର ମନ୍ଦିରକୁ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାର ଗତ ୫ ତାରିଖରେ ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଶ୍ରୀ ପ୍ରଧାନ କେଉଁ ପରିସ୍ଥିତିରେ ଏପରି ଚିଠି ଲେଖିଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସତରେ କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ଅଜ୍ଞ ଥିଲେ, ନା ଚିଠି ଲେଖି କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ଏଯାଏ ସନ୍ଦେହାଛନ୍ନ।

ଅନ୍ୟପକ୍ଷରେ କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରେୟ ନେବା ଉଦ୍ୟମକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭଣ୍ଡୁର କରି ଦେଇଥିବା କୁହାଯାଉଛି। ସେ ଯେଉଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ, ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେହି ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପକୁ ସମ୍ଭବତଃ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବାର କିଛି ଘଣ୍ଟା ମଧ୍ୟରେ ସେ ନିଜର ପୁରୁଣା ଦାବି, ସରକାରଙ୍କ ଗେଜେଟ୍‌‌ ବିଜ୍ଞପ୍ତି ଆଦି ପ୍ରକାଶ କରି ଶ୍ରୀ ପ୍ରଧାନଙ୍କୁ ଲୋକହସା କରିବା ସୁଯୋଗକୁ ଆଦୌ ହାତଛଡ଼ା କରି ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର