ଆଜି ଜାତୀୟ କ୍ରୀଡ଼ା ଦିବସ : ହକି ଯାଦୁକର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମ ଦିବସ

The Sakala Picture
Published On

ଆଜି ଜାତୀୟ କ୍ରୀଡ଼ା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯ ତାରିଖ) କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ। ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ, ୧୯୦୫ରେ ପ୍ରୟାଗରାଜରେ ହୋଇଥିଲା। […]

ଆଜି ଜାତୀୟ କ୍ରୀଡ଼ା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯ ତାରିଖ) କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ। ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ, ୧୯୦୫ରେ ପ୍ରୟାଗରାଜରେ ହୋଇଥିଲା। ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ରେ ସେ ସୈନିକ ଭାବେ ଭାରତୀୟ ସେନାରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ସେ ପାଖାପାଖି ୧୮୫ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିଲା । ଧ୍ୟାନ ଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ । ସେ ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମର ଆକର୍ଷଣୀୟ ଖେଳାଳି ଥିଲେ, ଯାହାଙ୍କ ହକି ଷ୍ଟିକ୍‌କୁ ବିଶ୍ୱର ଖେଳପ୍ରେମୀ ଓ ଖେଳାଳି ନଜର ରଖୁଥିଲେ । ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ଭାରତୀୟ ଖେଳକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏହି ଦିନରେ ଖେଳାଳିମାନଙ୍କୁ ଅର୍ଜୁନ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

29 Aug 2022 By The Sakala

ଆଜି ଜାତୀୟ କ୍ରୀଡ଼ା ଦିବସ : ହକି ଯାଦୁକର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମ ଦିବସ

ଆଜି ଜାତୀୟ କ୍ରୀଡ଼ା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯ ତାରିଖ) କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ। ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ, ୧୯୦୫ରେ ପ୍ରୟାଗରାଜରେ ହୋଇଥିଲା। ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ରେ ସେ ସୈନିକ ଭାବେ ଭାରତୀୟ ସେନାରେ ସାମିଲ ହୋଇଥିଲେ।

୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ସେ ପାଖାପାଖି ୧୮୫ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିଲା । ଧ୍ୟାନ ଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ । ସେ ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମର ଆକର୍ଷଣୀୟ ଖେଳାଳି ଥିଲେ, ଯାହାଙ୍କ ହକି ଷ୍ଟିକ୍‌କୁ ବିଶ୍ୱର ଖେଳପ୍ରେମୀ ଓ ଖେଳାଳି ନଜର ରଖୁଥିଲେ । ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଘୋଷଣା କରିଥିଲା।

ଭାରତୀୟ ଖେଳକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏହି ଦିନରେ ଖେଳାଳିମାନଙ୍କୁ ଅର୍ଜୁନ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର